ପାରାଦୀପ ଜମିହରା କୃଷକ ଏକତା ମଂଚ ବିକ୍ଷୋଭ ଘଟଣା : ମଂଚର ଗିରଫ ତିନି ସଦସ୍ୟଙ୍କ ଜାମିନ ନାମଜୁଂର

75

ଜମିହରା କୃଷକ ଏକତା ମଂଚର ଗିରଫ ତିନି ଜଣ ସଦସ୍ୟଙ୍କ ଜାମିନ ନାମଜୁଂର ହୋଇଯାଇଛି । ଆବାହକ ଅଭୟ ସାହୁ, ସାରଦା ଜେନା ଓ ବିପିନୀ ମହରଣାଙ୍କୁ ସବଜେଲକୁ ପଠାଇଦିଆଯାଇଛି । ସେପଟେ ଏହାର ପ୍ରତିବାଦରେ କୃଷକ ଏକତା ମଂଚ ପକ୍ଷରୁ ଅଭୟଚାନ୍ଦପୁର ଥାନା ଘେରାଉ କରାଯାଇଛି । ଜମିହରାମାନେ ନିଜ ଅଧିକାର ପାଇଁ ଲଢେଇ ଜାରି ରଖିଛନ୍ତି । ଫେବ୍ରୁଆରୀ ୭ ତାରିଖରେ ଏହି ତୈଳ ବିଶୋଧନାଗାରକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦିଆଯିବ ବୋଲି ଆଇଓସିଏଲ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି ।