ଡିହାଇଡ୍ରେସନରୁ ମୁକ୍ତି ଦିଏ ଜଲଜିରା ! ଜାଣନ୍ତୁ ଏହାର ଅନ୍ୟାନ୍ୟ ଔଷଧୀୟ ଗୁଣ

43

ଖରା ଦିନ ଆରମ୍ଭ ହେବା ସହ ବଢିଲାଣି ତାତି । ତେବେ ଖରା ଦିନେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଯାଇଥାଏ । ଏହା ମଧ୍ୟରେ ରହିଛି ଡିହାଇଡ୍ରେସନ୍ ବା ନିର୍ଜଳୀକରଣ । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ସହଜ ଉପାୟ ହେଉଛି ଜଲଜିରା । ଜଲଜିରାରେ କଳା ଲୁଣ, ଲେମ୍ବୁ ,ପୁଦିନା, ଅଦା , ମିଶାଇ ପିଇଲେ ସୁସ୍ୱାଦୁ ତ ଲାଗିଥାଏ ଏହା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ । ଏହା ବାଦ୍ ଜଲଜିରାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି ।

• ଜଲଜିରା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ । ଜଲଜିରାରେ କଳା ଲୁଣ ପକାଇ ପିଇଲେ ପେଟରେ ହୋଇଥିବା ଗ୍ୟାସ୍ ଭଲ ହୋଇଥାଏ ।

• ଏହା ସହ ଛାତି ପୋଡୁଥିଲେ ଜଲଜିରା ପିଇବା ଦ୍ୱାରା ଆରାମ ମିଳିଥାଏ ଏବଂ ଶରୀରକୁ ରିହାଇଡ୍ରେଟ୍ କରିଥାଏ ।

• ଜଲଜିରାରେ ଜିରା ମିଶାଇ ପିଇଲେ ଆମୋନିଆରୁ ମୁକ୍ତି ମିଳିଥାଏ । ଏହା ସହ ପ୍ରତିରୋଧକ ଶକ୍ତି ବଢିବା ସହ ଶରୀର ଥଣ୍ଡା ରହିଥାଏ ।

• ଜଲଜିରା ପେଟ କାଟିବା , ବାନ୍ତି ହେବା ଏବଂ ଗ୍ୟାସ୍ ସମସ୍ୟାରୁ ଆରାମ ଦେଇଥାଏ ।

• ଯଦି ଆପଣ ଓଜନ କମାଉଛନ୍ତିି ତେବେ ସୋଡା ଡ୍ରିଙ୍କ୍ସ ନପିଇ ଜଲଜିରା ପାଣି ପିଅନ୍ତୁ । ଏହା ଶରୀରକୁ ହାଇଡ୍ରେଟ୍ ରଖିଥାଏ ।

ଏହା ସହ ଦେଖନ୍ତୁ କ୍ଷୀରରେ ଚିନି ନୁହେଁ ମିଶାନ୍ତୁ ମହୁ ! ଜାଣନ୍ତୁ ଏହାର ଉପକାରିତା