ବିଧାନସଭାର ସ୍ୱାଧିକାର ଭଙ୍ଗ ନୋଟିସରେ ଆଜି ହାଜର ହୋଇପାରନ୍ତି ଜାଗି ପଣ୍ଡା: ବାଚସ୍ପତିଙ୍କ ନିକଟରେ ହାଜର ହୋଇ ରଖିପାରନ୍ତି ପକ୍ଷ

ବିଧାନସଭାର ଅପମାନ ମାମଲାରେ ହୋଇଥିଲା ନୋଟିସ

353

କନକ ବ୍ୟୁରୋ: ଗୃହର ସ୍ୱାଧୀକାର ଭଙ୍ଗ କରିବା ଘଟଣାରେ ଆଜି ବିଧାନସଭା ସ୍ୱାଧୀକାର କମିଟି ଆଗରେ ହାଜର ହୋଇପାରନ୍ତି ଓଡିଶା ଟେଲିଭିଜନ ଲିମିଟେଡର ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା । ଏଥିପାଇଁ କମିଟି ଜାନୁଆରୀ ୨୮ କିମ୍ବା ତା ପୂର୍ବରୁ ହାଜର ହେବାକୁ ନୋଟିସ ଦେଇଥିଲେ ।

ଗତବର୍ଷ ନଭେମ୍ବର ୧୯ ତାରିଖରେ ଓଟିଭିରେ  ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରଣ କରାଯାଇଥିଲା । ଏହା ବିଧାନସଭାର ଅପମାନ କରୁଥିବା ଅଭିଯୋଗ ହୋଇଥିଲା । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଥିଲେ ।