ଫିଟ୍ ଅଛନ୍ତି ଜଗା-ବଳିଆ ! ମା’ କୋଳରେ ବସି ଭାତ ଖାଇଲା ଜଗା, ହାତଗୋଡ ହଲାଉଛି ବଳିଆ

56

କନକ ବ୍ୟୁରୋ : ଦିଲ୍ଲୀରେ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛିା ବିଶେଷତଃ ଜଗାର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି । ମା’ କୋଳରେ ଭାତ ଖାଇଛି ଜଗା । ଆଜି ଜଗା ଭାତ, ଡାଲି, ଅଣ୍ଡା, ସୁପ୍, ଜୁସ୍ ଓ ମହୁ ଭଳି ଖାଦ୍ୟ ଖାଇଛି । କେବଳ ଏତିକି ନୁହେଁ ଜଗା ମା କୋଳରେ ବସୁଛି ଓ ଗୀତ ଶୁଣୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।

ସେପଟେ ବଳିଆର ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ଧିରେ ଧିରେ ଉନ୍ନତି ଘଟୁଛି । ବଳିଆ ମଧ୍ୟ ହାତ ଗୋଡ ହଲାଉଛି । ଉଭୟ ଶିଶୁଙ୍କ ଉପରେ ଡାକ୍ତରୀଦଳ ନଜର ରଖିଛନ୍ତି । ନିୟମିତ ଭାବରେ ଉଭୟ ଶିଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ବେଳେ ତାଙ୍କ ଉଦେଶ୍ୟରେ କନ୍ଧମାଳ ଜିଲ୍ଲାର ସମସ୍ତ ସରକାର ଅଧିକାରୀ ଓ କର୍ମଚାରୀ ଗୋଟିଏ ଦିନର ଦରମା ଜିଲ୍ଲାପାଳଙ୍କୁ ଦେଇଛନ୍ତି । ପୂରା ରାଜ୍ୟରେ ଜଗା-ବଳିଆଙ୍କ ଆରୋଗ୍ୟ କାମନା କରାଯିବା ସହ କେବେ ଏମାନେ ସୁସ୍ଥ ହୋଇ ଘରକୁ ଫେରିବେ ତାହା ଉପରେ ସମସ୍ତଙ୍କ ନଜର ।