ନୱାଜୁଦ୍ଦିନ୍ ଓ ପ୍ରାଚୀ ଫିଲ୍ମ ‘ କାର୍ବନ ’ ପାଇଁ ନେଇନାହାଁନ୍ତି ଟଙ୍କା !

22

ବଲିଉଡ୍ ଅଭିନେତା-ଫିଲ୍ମ ନିର୍ମାତା ଜାକୀ ଭଗନାନୀ ଏବେ ଖୁଲାସା କରିଛନ୍ତି ଏକ ଫିଲ୍ମର ଭିତର କଥା । ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକ୍ ଓ ଅଭିନେତ୍ରୀ ପ୍ରାଚୀ ଦେସାଇ ଉଭୟ ଏକ ଫିଲ୍ମ ପାଇଁ  ଟଙ୍କା ନେଇନାହାଁନ୍ତି । ଏହି ଆଗାମୀ ସର୍ଟ ଫିଲ୍ମର ନାଁ ‘କାର୍ବନ’ ଅଟେ । ଏହି ଫିଲ୍ମଟି ପର୍ଯ୍ୟାବରଣ ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ତିଆରି ହୋଇଛି ।

ଫିଲ୍ମରେ ନୱାଜୁଦ୍ଦିନ୍ ଙ୍କୁ ନେବା ତାଙ୍କର କ’ଣ ଯୋଜନାର ଏକ ଅଂଶ ଥିଲା କି ? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଜାକୀ କହିଛନ୍ତି , ‘ନା , ଏହା ମୋର ଯୋଜନାର ଏକ ଅଂଶ ନଥିଲା । ଯେତେବେଳେ ମୁଁ ଏହା ବିଷୟରେ ଭାବିଲି , ସମସ୍ତେ କହିଲେ , ନୱାଜୁଦ୍ଦିନ୍ ଏଥିରେ କାମ କରିବାକୁ ଇଚ୍ଛୁକ ହେବେ ନାହିଁ । ସେ ବଡ଼ ବଡ଼ ଫିଲ୍ମରେ କାମ କରୁଛନ୍ତି । ଏବେ ସେ ଜଣେ ବଡ଼ କଳାକାର । କିନ୍ତୁ ମୁଁ କହିଥିଲି ସେ ଜଣେ ସଚ୍ଚା କଳାକାର । ’

ଜାକୀ ଯେତେବେଳେ ଏହି ଫିଲ୍ମର ପ୍ରସ୍ତାବ ନେଇ ନୱାଜୁଦ୍ଦିନ୍ ଓ ପ୍ରାଚୀଙ୍କ ପାଖକୁ ଗଲେ , ସେମାନେ ଖୁବ୍ ଉଦାରର ସହ ଏହାକୁ ଗ୍ରହଣ କଲେ । ଏହି ଫିଲ୍ମ ପାଇଁ କୈାଣସି ଟଙ୍କା ନେଲେ ନାହିଁ । ବିନା ପଇସାରେ ନୱାଜୁଦ୍ଦିନ୍  ଓ ପ୍ରାଚୀ କାମ କରିଥିଲେ ।

‘କାର୍ବନ’ ଫିଲ୍ମଟି ବର୍ଷ ୨୦୬୭ର ପୃଷ୍ଠଭୂମି ଉପରେ ଆଧାରିତ ଏକ ସ୍ୱଳ୍ପ ଅବଧିର ଫିଲ୍ମ । ଏଥିରେ ଅକ୍ସିଜେନର ହ୍ରାସ ଓ ପର୍ଯ୍ୟାବରଣ ଏବଂ ଆଗାମୀ ପିଢି ଉପରେ ଏହାର ପ୍ରଭାବକୁ ଦେଖାଯାଇଛି । ଏହି ଫିଲ୍ମଟି ‘ଲାର୍ଜ ଶର୍ଟ ଫିଲ୍ମସ’ ନାମକ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍ ହେବ ।