ରିଲିଜ ହେଲା ସିନେମା ‘ଜବ ହ୍ୟାରି ମେଟ ସୈଜଲ’ର ପ୍ରଥମ ଟ୍ରେଲର !

92

ଶାହାରୁଖ ଖାନ୍ ଓ ଅନୁଷ୍କାଙ୍କ ଅଭୀନିତ ସିନେମା ‘ଜବ ହ୍ୟାରି ମେଟ ସୈଜଲ’ର ପ୍ରଥମ ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଉଭୟ ତାରକାଙ୍କୁ ଦେଖିବାକୁ ମିଳିଛି । ଜଣେ ଟୁର ଗାଇଡ ଭାବେ ଶାହରୁଖଙ୍କ ଅଭିନୟ ରହିଛି ଓ ଗୁଜରାଟୀ ଝିଅ ସୈଜଲ ରୋଲରେ ନଜର ଆସିବେ ଅନୁଷ୍କା । ମୁମ୍ବାଇରେ ଟ୍ରେଲର ରିଲିଜ କରାଯାଇଛି । ପୂର୍ବରୁ ୪ଟି ମିନି ଟିଜର ରିଲିଜ ହୋଇଥିବାବେଳେ ଏବେ ଏହି ୨ ମିନିଟି୩୦ ସେକେଣ୍ଡର ଟ୍ରେଲରକୁ ରିଲିଜ କରାଯାଇଛି । ଟ୍ରେଲର ରିଲିଜରେ ଶାହାରୁଖ ଅନୁପସ୍ଥିତ ଥିଲେ । ଅଗଷ୍ଟ ୪ରେ ପରଦାକୁ ଆସିବ ଇମତିଆଜ ଅଲ୍ଲୀଙ୍କ ନିର୍ଦ୍ଦେଶିତ ‘ଜବ ହ୍ୟାରି ମେଟ ସୈଜଲ’। ୩ୟ ଥର ପାଇଁ ଶାହାରୁଖ ଓ ଅନୁଷ୍କା ଏକାଠି ଆସୁଛନ୍ତି ।