ଫେରିବେ ମିଥୁନ ଚକ୍ରବର୍ତ୍ତୀ ! ହାସ୍ୟକଳାକାର କୃଷ୍ଣା ଅଭିଷେକଙ୍କ ସହ କରିବେ କମେଡ଼ି ସୋ’

53

କୃଷ୍ଣା ଅଭିଷେକଙ୍କ ଏକ କମେଡ଼ି ସୋ’ ଆସୁଛି । ଏହି ସୋ’ରେ ସୁନୀଲ ଗ୍ରୋଭର ଅତିଥି ଭୂମିକାରେ ନଜର ଆସିବେ । ଏହାସହ ଖବର ଆସୁଛି ମିଥୁନ ଚକ୍ରବର୍ତ୍ତୀ ଏହି ସୋ’ରେ ଖାସ୍ ସଦସ୍ୟ ରହିବେ । ଟାଇମ୍ସ ଅଫ ଇଣ୍ଡିଆ ମୁତାବକ ମିଥୁନ ଏହି କମେଡ଼ି ସୋର ମୁଖ୍ୟ ରହିବେ । ସେ ଏହି ସୋ’ ପାଇଁ କୃଷ୍ଣା ଅଭିଷେକ, ଅଲ୍ଲୀ, ସୁଗନ୍ଧା, ସଙ୍କେତ ଓ ସୁଦେଶ ଲହେରେୀଙ୍କୁ ନିଜ କମ୍ପାନୀ ପାଇଁ ନିଯୁକ୍ତ କରିବେ ।

ଏଇଠି କହିରଖୁଛୁ କପିଲ ଶର୍ମାଙ୍କ ସୋ’ରେ ନବଜ୍ୟୋତ ସିଂ ସିନ୍ଧୁଙ୍କ ପରି ମିଥୁନ ଏହି ସୋ’କୁ ଜଜ୍ କରିବେ ନାହିଁ । ସୋ’ରେ ବିଭିନ୍ନ କୌତୁକିଆ ଆକ୍ଟ ସବୁ ଦେଖାଯିବ । ମିଡ଼ିଆ ରିପୋର୍ଟ ଅନୁସାରେ ଅନେକ ସମୟ ଧରି ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ ଥିଲେ । ଚିକିତ୍ସା ପାଇଁ ତାଙ୍କୁ ଲସ ଆଞ୍ଜେଲେସ ଯିବାକୁ ପଡ଼ିଥିଲା । ଏବେ ଖବର ଆସୁଛି ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ଖୁବ ଶ୍ରୀଘ୍ର ପରଦାକୁ ଫେରୁଛନ୍ତି ।