କଳିଙ୍ଗ ଷ୍ଟାଡିୟମରେ ଜମୁଛି ହକି ଟକ୍କର ! ଚୀନ-ଆୟରଲାଣ୍ଡ ମୁକାବିଲା ୧-୧ରେ ଡ୍ର ।

62

ଆୟରଲାଣ୍ଡ ଓ ଚୀନ ମଧ୍ୟରେ ମଙ୍ଗଳବାର ରାତିର ମ୍ୟାଚ ୧-୧ ଗୋଲରେ ଡ୍ର ହୋଇଛି । ‘ପୁଲ-ବି’ର ୪ର୍ଥ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ଥିବାରୁ ଷ୍ଟାଡିୟମରେ ଦର୍ଶକମାନେ ଅଧିକ ଉତ୍ସାହିତ ଦେଖାଯାଇଛନ୍ତି । ଆୟରଲାଣ୍ଡ ପକ୍ଷରୁ ଆଲାନ ସଟହେରିନ ଗୋଲ ଦେଇଥିବା ବେଳେ ଚୀନର ଗୁଓ ଜିନ୍ ଏକ ଗୋଲ ଦେଇ ମ୍ୟାଚ୍ ସମାନ ସ୍ତରକୁ ଆଣିଥିଲେ।

ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ଠାରୁ ଆୟରଲାଣ୍ଡ ନିଜର ପ୍ରଥମ ମୁକାବିଲାରେ ୨-୧ ଗୋଲରେ ପରାସ୍ତ ହୋଇଥିଲା। ସେହିପରି ଚୀନ ପ୍ରଥମ ଥର ବିଶ୍ୱକପରେ ପଦାର୍ପଣ କରି ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ କଡ଼ା ମୁକାବିଲା କରିଥିଲା। ଗତ ନଭେମ୍ବର ୩୦ର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚକୁ ଚିନ ୨-୨ରେ ଡ୍ର କରିଥିଲା।

ବିଶ୍ୱକପର ତ୍ରୟୋଦଶ ମ୍ୟାଚରେ ଆଜି ଇଂଲଣ୍ଡ ବିରୋଧରେ ଅଷ୍ଟ୍ରେଲିଆ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲା। ସନ୍ଧ୍ୟା ୫ଟାରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୩-୦ରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଜିତିବା ପାଇଁ ଅଷ୍ଟ୍ରେଲିଆ ପୂର୍ବରୁ ହିଁ ରଣନୀତି ପ୍ରସ୍ତୁତ କରିଥିଲା। ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ୨-୧ ଗୋଲରେ ଆୟରଲାଣ୍ଡକୁ ପରାସ୍ତ କରିଥିବା ବେଳେ ବିଜୟ କ୍ରମ ଜାରି ରଖିଛି।