ନିର୍ବାଚନ ପୂର୍ବରୁ ପ୍ରଚାରଯୁଦ୍ଧ ! ରାଜସ୍ଥାନରେ ମୋଦି କହିଲେ କଂଚା ଓ ଶୁଖିଲା ଲଙ୍କା ମଧ୍ୟରେ ଫରକ୍ ଜାଣନ୍ତିନି କଂଗ୍ରେସ ଅଧ୍ୟକ୍ଷ ।

130

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଜୋରଦାର ହେବାରେ ଲାଗିଛି ପ୍ରଚାର ଯୁଦ୍ଧ  । ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ପ୍ରଧାନମନ୍ତ୍ରୀ ଦେଇଛନ୍ତି ଜବାବ୍  । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ କଂଚା ଓ ଶୁଖିଲା ଲଙ୍କା ମଧ୍ୟରେ ଫରକ୍ ଜାଣନ୍ତିନି କଂଗ୍ରେସ ଅଧ୍ୟକ୍ଷ  । କଂଗ୍ରେସର ୭୦ବର୍ଷର ଭୁଲ ସୁଧାରିବାକୁ ତାଙ୍କୁ ଦାୟିତ୍ୱ ମିଳିଛି  । ଅନ୍ୟପଟେ ମଇଦାନରେ ରାଜନାଥ ସିଂ, ନୀତିନ ଗଡ଼କରୀ, ବସୁନ୍ଧରା ରାଜେ ଓ ଦିଗବିଜୟ ସିଂଙ୍କ ପରି ତୁଙ୍ଗନେତାଙ୍କ ଯୋଗଦାନ ପ୍ରଚାରକୁ ସରଗରମ କରିଛି  ।

ମଇଦାନରେ ନିର୍ବାଚନୀ ପ୍ରଚାରର ମହାସମର । ପରସ୍ପର ବିରୁଦ୍ଧରେ କଡ଼ା ବୟାନବାଜି । ଗତକାଲି ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ଆଜି ଏହା ପ୍ରାକ୍ ନିର୍ବାଚନୀ ପ୍ରଚାରଯୁଦ୍ଧକୁ ଆହୁରି ସରଗରମ କରିଛି । ଭିନ୍ନ ଭିନ୍ନ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ଅଧ୍ୟକ୍ଷଙ୍କୁ ସମାଲୋଚନା କରିଥିବା ବେଳେ ରାହୁଲ ରଖିଛନ୍ତି ଜବାବ୍  ।

ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରି କଂଗ୍ରେସ କ୍ଷମତା ହାସଲର ସ୍ୱପ୍ନ ଦେଖୁଥିବା ବେଳେ ସତା ବଜାୟ ରଖିବାକୁ ବିଜେପି ଆପ୍ରାଣ ଚେଷ୍ଟା ଜାରି ରଖିଛି  । ସେପଟେ ତେଲେଙ୍ଗାନା ପାଇଁ ମଧ୍ୟ ଭିନ୍ନ ଭିନ୍ନ ରଣନୀତି ଆପଣାଇଛନ୍ତି ଦେଶର ଦୁଇ ପ୍ରମୁଖ ଦଳ  । ଅନ୍ୟପଟେ ୨୦୧୯ ନିର୍ବାଚନର କିଛି ଦିନ ଆଗରୁ ଏହି ମଇଦାନ ଉଭୟ ଦଳ ପାଇଁ ଅଗ୍ନି ପରୀକ୍ଷାଠାରୁ କମ୍ ନୁହଁ ବୋଲି କୁହାଯାଉଛି  ।