ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ! ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ ।

624

କନକ ବ୍ୟୁରୋ: ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ଗୁଇନ୍ଦା ବିଭାର ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ସୁନିଲ ରାୟଙ୍କୁ ସ୍ୱତନ୍ତ୍ର ଡ଼ିଜି ଗୁଇନ୍ଦା ବିଭାଗର ଦାୟିତ୍ୱ ମିଳିଛି । ସେହିପରି ବିନୟାନନ୍ଦ ଝା ଓଏଚଆରସି ଅତିରିକ୍ତ ଡ଼ିଜି ଓ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ସଞ୍ଜୀବ ପଣ୍ଡାଙ୍କୁ ଆଇନଶୃଙ୍ଖଳା ଅତିରିକ୍ତ ଡିଜି ପଦବୀ ମିଳିଛି । ଅନ୍ୟପଟେ ଅମିତାଭ ଠାକୁରଙ୍କୁ ଏସଏପି ଆଇଜି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର ।

ସେହିପରି ବିପିଏସପିଏର ଆଇଜି ଭାବେ ନିଯୁକ୍ତି ହୋଇଛନ୍ତି ଏସ.ସାଇନି । ଏବଂ ହିମାଂସୁ ଲାଲ ହେଲେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡ଼ିଆଜି । ଏହାସହ ଜତିନ୍ଦ୍ର କୋଏଲ ଦକ୍ଷିଣାଞ୍ଚଳ ଆଇଜି ଭାବେ ନିଯୁକ୍ତ ହୋଇଛନ୍ତି । ସେପଟେ ଆଶିଷ ସିଂଙ୍କୁ ଇଣ୍ଟେଲିଜେନ୍ସ ଡ଼ିଆଇଜି ଭାବେ ବଦଳି କରାଯାଇଥିବାବେଳେ ଏଚଆରପିସି ଅତିରିକ୍ତ ଡ଼ିଜିପି ଦାୟିତ୍ୱରେ ଥିବା ମହେନ୍ଦ୍ର ପ୍ରତାପଙ୍କୁ ଜେଲ ଏବଂ ଡ଼ିସିଏସ ଅତିରିକ୍ତ ଡ଼ିଜି କମ୍ ଆଇଜି ଦାୟିତ୍ୱ ମିଳିଛି । ଏହାସହ ସାର୍ଥକ ଷଡ଼ଙ୍ଗୀଙ୍କୁ ରାଉରକେଲା ଏସପି, ଉମାଶଙ୍କର ଦାସଙ୍କୁ ପୁରୀ ଏସପି, ସାରା ଶର୍ମାଙ୍କୁ ଗଜପତି ଏସପି, ଅନୁପମା ଜେମ୍ସଙ୍କୁ ଢେଙ୍କାନାଳ ଏସପି, ରାହୁଲ ଜୈନଙ୍କୁ ଦେବଗଡ଼ ଏସପି, ଶ୍ରବଣ ବିବେକ ଏମଙ୍କୁ ରାୟଗଡ଼ା ଏସପି, କେ.ଏନ ଡ଼ୁଗଡ଼ୁଙ୍କୁ ନବରଙ୍ଗପୁର ଏସପି, ଅମୂଲ୍ୟ କୁମାର ଦାସଙ୍କୁ ଖୋର୍ଦ୍ଧା ଏସପି, ରାହୁଲ ପିଆରଙ୍କୁ ଏସପି ଓ ସିଆଇଡ଼ି, କ୍ରାଇମବ୍ରାଞ୍ଚ( ଏସଟିଏଫ) ଦାୟିତ୍ୱ ମିଳିଛି ।ସେହିଭଳି ପ୍ରତ୍ୟୁଷ ଦିୱାକରଙ୍କୁ ରାଜ୍ୟପାଳଙ୍କ ଏସପି କମ୍ ଏଡିସି ଭାବେ ନୁିଯୁକ୍ତ କରାଯାଇଛି ।