ଇଣ୍ଟରନେଟ ସେବାରେ ହେବ ବଡ ଧରଣର ପରିବର୍ତ୍ତନ ! ଆଖି ପିଛୁଳାକେ ହେବେ ଫିଲ୍ମ ଡାଉନଲୋଡ, ୧୪ ଜିବି ପ୍ରତି ସେକେଣ୍ଡ ସ୍ପିଡରେ ପଠାଇହେବ ଡାଟା

61

ଭାରତରେ ଇଣ୍ଟରନେଟ ସେବାକୁ ନେଇ ଏକ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ପରେ ଆହୁରି ଫାଷ୍ଟ ହେବ ଇଣ୍ଟରନେଟ ସେବା । ଏପରିକି ଗୋଟିଏ ସେକେଣ୍ଡରେ ଏକ ଜିବିର ତିନୋଟି ସିନେମା ଡାଉନଲୋଡ ହୋଇପାରିବ । କିନ୍ତୁ ଏହି ସବୁ ସୁବିଧା ଜିସ୍ୟାଟ-୧୧ ସାଟେଲାଇଟ ଲଞ୍ଚ ହେବା ପରେ ମିଳିବ । ଏହି ସେଟଲାଇଟ୍କୁ ଫ୍ରାନ୍ସର ସ୍ପେଶ୍ ଏଜେନ୍ସି ଏରିୟନ୍ ଲଞ୍ଚ କରିବେ।

ଏହି ସାଟେଲାଇଟର ଓଜନ ୫୭୦୦କିଲୋ ଏବଂ ବିକାଶ ଅହମଦାବାଦସ୍ଥିତ ସ୍ପେସ୍ ଆପଲିକେସନ୍ ସେଣ୍ଟର କରାଯାଇଛି। ଏହି ସାଟେଲାଇଟକୁ ଏଯାବତ୍ ଭାରତର ସବୁଠାରୁ ଓଜନଦାର ସାଟେଲାଇଟ ବୋଲି କୁହାଯାଇଛି। ଜିସେଟ-୧୧ ସାଟେଲାଇଟର ସଫଳତାପୂର୍ଣ୍ଣ ଲଞ୍ଚିଂ ପରେ ଭାରତର ପାଖରେ ଶ୍ରେଷ୍ଠ ଇଣ୍ଟରନେଟ ସେବା ବି ଉପଲବ୍ଧ ହୋଇଯିବ।

ଏହି ସାଟେଲାଇଟ ଜରିଆରେ ଡାଟା ପଠାଇବାର କ୍ଷମତା ୧୪ଜିବି ପ୍ରତି ସେକେଣ୍ଡ ହେବ। ବର୍ତ୍ତମାନ ଦେଶରେ ଡାଟାର ସଞ୍ଚାର କିଛି ଏମବି ପ୍ରତି ସେକେଣ୍ଡକୁ ରହିଛି। ଏହି ସାଟେଲାଇଟ ଜରିଆରେ ଦେଶର ପ୍ରତ୍ୟେକ କୋଣଅନୁକୋଣରେ ଇଣ୍ଟରନେଟ ସେବା ପହଞ୍ଚି ପାରିବ। କେବଳ ଏତିକି ନୁହେଁ ବିନା ଡିସ୍ ଲଗାଇ ଲାଇଭ୍ ଟିଭି ପ୍ରୋଗ୍ରାମ ଦେଖି ପାରିବେ। ଏଥିସହିତ ସ୍ମାର୍ଟଫୋନ୍ ଦୁନିଆ ବି ବଦଳି ଯିବ। କେବଳ ଏତିକି ନୁହେଁ ଏହାଦ୍ୱାରା ସାଇବର ଅପରାଧ ମଧ୍ୟ ହ୍ରାସ ପାଇବ ଓ ବ୍ୟାଙ୍କିଂ ସିଷ୍ଟମ ବି ଦୃଢ଼ ହେବ। ଜିସେଟ-୧୧ ପ୍ରୋଗ୍ରାମକୁ ୨୦୦୯ମସିହାରେ ସରକାର ମଞ୍ଜୁରି ଦେଇଥିଲେ।