ଭାରତ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରିବା ପରେ ସାରା ବିଶ୍ୱରେ ବାୟୁସେନାକୁ କରାଗଲା ପ୍ରଶଂସା 

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ଭାରତୀୟ ଯବାନ ସହିଦ ହୋଇଥିଲେ

278
କନକ ବ୍ୟୁରୋ : ଭାରତ ପାକିସ୍ତାନରେ ପ୍ରବେଶ କରି ଯେପରି ଭାବରେ ଆକ୍ରମଣ କଲା ଓ ଆତଙ୍କୀବାଦ ସଂଗଠନକୁ ଧ୍ୱସଂ କଲା ତାହାକୁ ସାରା ବିଶ୍ୱରେ ପ୍ରଶଂସା କରାଯାଇଛି । ଗତ ୧୪ରେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ଭାରତୀୟ ଯବାନ ସହିଦ ହୋଇଥିଲେ ।  ଏହାପରେ ସାରା ଦେଶରେ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଥିଲା । ତେବେ ମିଳିଥିବା ସୂଚନା ଅନୁସାରେ, ଆମେରିକାର ‘ଦ ନ୍ୟୁୟର୍କ ଟାଇମ୍ସ’ ଲେଖିଛି ଯେ, ଭାରତ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନିଆଯାଇଛି । କେବଳ ଏତିକି ନୁହେଁ ବରଂ ଆତଙ୍କବାଦୀଙ୍କୁ ଜବାବ ଦିଆଯିବା ସହ ପାକିସ୍ତାନକୁ ମଧ୍ୟ ବାର୍ତା ଦିଆଯାଇଛି ।
https://aajtak.intoday.in/

ଆତଙ୍କବାଦ ବିରୋଧରେ ଯଦି ପାକିସ୍ତାନ କଡା କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ଭାରତ କଡା ଆଭିମୁଖ୍ୟ ଗ୍ରହଣ କରିବ ବୋଲି ମଧ୍ୟ ବାର୍ତା ଦିଆଯାଇଛି । କେବଳ ଆମେରିକା ନୁହେଁ ବ୍ରିଟେନ ଗଣମାଧ୍ୟମ ମଧ୍ୟ କହିଛି ଯେ, ପାକିସ୍ତାନ ସୀମାରେ ପଶି ଭାରତ ଯେପରି ଆକ୍ରମଣ କରିଛି ତାହାକୁ ଆତଙ୍କବାଦ ବିରୋଧରେ ଏକ ବଡ କାର୍ଯ୍ୟାନୁଷ୍ଠାନ ବୋଲି କହିହେବ । ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଅଷ୍ଟ୍ରେଲିଆ, ଜର୍ମୀନୀ ସମେତ ଅନେକ ରାଷ୍ଟ୍ର ଭାରତକୁ ସମର୍ଥନ ଦେବା ସହ ଆତଙ୍କବାଦ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି ।