ଡାଇବେଟିସ୍ ରୋଗୀ ମିଠା ଖାଇ ନପାରିବାକୁ ନେଇ ଚିନ୍ତିତ କି ? ତେବେ ଆପଣଙ୍କ ପାଇଁ ଅଛି ବିକଳ୍ପ, ମିଠା ବଦଳରେ ଖାଇପାରିବେ ଏହି ଖାଦ୍ୟ

38

ଆପଣ ଯଦି ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି, ତା’ହେଲେ ଆପଣଙ୍କୁ କେତେକ ପ୍ରସଙ୍ଗରେ ବିଶେଷ ଧ୍ୟାନ ଦେବାକୁ ପଡିବ । ବେଶି ମିଠା ଖାଇବା ଦ୍ୱାରା ବ୍ଲଡ୍ ସୁଗାର ଅଧିକ ହୋଇଯାଏ । ଫଳରେ ଏହା ଶରୀରର ଅଙ୍ଗକୁ ନଷ୍ଟ କରିବାରେ ପ୍ରଭାବ ପକାଇଥାଏ । ସେଥିପାଇଁ ମିଠା ବଦଳରେ ଆମେ ଡ୍ରାଏ ଫ୍ରୁଟସ ମଧ୍ୟ ଖାଇପାରିବା । ଯେତେ ବ୍ରତ ପାଳନ କଲେ ମଧ୍ୟ ଠିକ୍ ସମୟରେ ଠିକ୍ ପରିମାଣର ଖାଦ୍ୟ ଖାଇବା ଉଚିତ୍ । ପର୍ବପର୍ବାଣୀରେ ବହୁତ ସଂପର୍କୀୟ ମାନଙ୍କୁ ମଧ୍ୟ ମିଠା ଦେବାକୁ ପଡିଥାଏ ।

ସେଥିପାଇଁ ଆମେ କେମିତି କମ୍ ବଜେଟରେ ଦେଇପାରିବା ସେହି କଥା ଭାବିଥାଉ । କିନ୍ତୁ ଆମେ କମ୍ ବଜେଟ୍ ରେ ବି ସମସ୍ତଙ୍କୁ ଦେଇପାରିବା ଓ ନିଜେ ଖାଇପାରିବା । ଯେମିତି କମ୍ ଦାମରେ ମିଠା ଆଣିବେ ସେମିତି ଆପଣଙ୍କ ପକେଟରୁ ହସ୍ପିଟାଲ ପାଇଁ ବିଲ୍ ଯିବ । ସେଥିପାଇଁ ସବୁ ଜିନିଷ ସ୍ୱାସ୍ଥ୍ୟକର ହେବା ଦରକାର ।