ନୌସେନାରେ ସାମିଲ ହେଲା ଆଇଏନଏସ କଲବରୀ । ମୁମ୍ବାଇରେ ଆୟୋଜିତ ସମାରୋହରେ ରାଷ୍ଟ୍ରକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ।

28

ନୌସେନାରେ ସାମିଲ ହେଲା ଆଇଏନଏସ କଲବରୀ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇର ତେହ ଡକୟାର୍ଡ ଠାରେ ଆୟୋଜିତ ସମାରୋହରେ ଆଇଏନଏସ କଲବରୀକୁ ରାଷ୍ଟ୍ରକୁ ସମର୍ପଣ କରିଛନ୍ତି । ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କଲବରୀ ବିକାଶରେ ନିୟୋଜିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ନରେନ୍ଦ୍ର ମୋଦି । ସ୍କର୍ପିୟନ ଶ୍ରେଣୀର ବୁଡା ଯୁଦ୍ଧ ଜାହାଜ ଆଇଏନଏସ କଲବରୀ ଭାରତ ଓ ଫ୍ରାନସ ମଧ୍ୟରେ ମଜବୁତ ରଣନୈତିକ ସଂପର୍କର ପ୍ରମାଣ ।

ଏହାଛଡା ଆଇଏନଏସ କଲବରୀ ମେକ ଇନ ଇଂଡିଆର ଉଦାହରଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ସମାରୋହକୁ ସମ୍ବୋଧିତ କରି ମୋଦି କହିଥିଲେ, ଏକବିଂଶ ଶତାବ୍ଦୀର ବିକାଶ ରାସ୍ତା ହିନ୍ଦ ମହାସାଗର ଦେଇ ବାହାରିବ । କଲବରୀର ଶକ୍ତି କୁହ ବା ଟାଇଗର ସାର୍କର ଶକ୍ତି ଭାରତୀୟ ନୌସେନାକୁ ଅଧିକ ମଜବୁତ କରିବ ବୋଲି କହିଛନ୍ତି ମୋଦି । କଲବରୀର ନାମ ଭାରତ ମହାସାଗରରେ ଦେଖିବାକୁ ମିଳୁଥିବା ବିପଦଜନକ ଟାଇଗର ସାର୍କର ନାମ ରଖାଯାଇଛି ।