କାଲିଠୁ ପାର୍ଲାମେଂଟର ଶୀତକାଳୀନ ଅଧିବେଶନ । ବିଜେଡିର ସଂସଦୀୟ ଦଳର ବୈଠକ ଶେଷ । ସାଂସଦଙ୍କୁ ମନ୍ତ୍ର ଦେଲେ ନବୀନ ।

22

କନକ ବ୍ୟୁରୋ : ଆସନ୍ତାକାଲିଠୁ ଆରମ୍ଭ ହେଉଛି ପାର୍ଲାମେଂଟର ଶୀତକାଳୀନ ଅଧିବେଶନ । ଅଧିବେଶନ ସମୟରେ ଦଳର ରଣନୀତି ପ୍ରସ୍ତୁତ କରିବାକୁ ନବୀନ ନିବାସରେ ବିଜେଡି ଚାଲିଥିବା ସଂସଦୀୟ ଦଳର ବୈଠକ ଶେଷ ହୋଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ଉପସ୍ଥିତ ଥିଲେ । କଣ ରହିବ ବିଜେଡିର ରଣନୀତି ।

କିପରି ରାଜ୍ୟର ମୁଖ୍ୟ ପ୍ରସଙ୍ଗକୁ ଦଳ ସଂସଦରେ ଉପସ୍ଥାପନ କରିବ ସେ ନେଇ ସାଂସଦଙ୍କୁ ମନ୍ତ୍ର ଫୁଙ୍କିଛନ୍ତି ନବୀନ । ମହାନଦୀ, ପୋଲାଭରମ ଆଦି ପ୍ରସଙ୍ଗକୁ ପ୍ରାଧାନ୍ୟ ଦେଇପାରେ ଦଳ । ସେହିରି ବ୍ରାହ୍ଣଣୀ ଦ୍ୱୀତିୟ ସେତୁ ପ୍ରସଙ୍ଗକୁ ଉଠାଇବ ଦଳ । ରେଳ ପ୍ରକଳ୍ପ ବିଳମ୍ବ ଓ ଧାନର ଏମଏସପି ବୃଦ୍ଧି ଆଦି ପ୍ରସଙ୍ଗରେ ଦଳ ଆକ୍ରମଣ କରିବ । ତା ସହ ମହାନଦୀ ଟ୍ରିବ୍ୟୁନାଲ ପ୍ରସଙ୍ଗ ସଂସଦରେ ଉଠାଯିବ ବୋଲି କହିଛନ୍ତି ପ୍ରତାପ ଦେବ । ବୈଠକୁ ବୈଜୟନ୍ତ ପଣ୍ଡା, ଭର୍ତୃହରି ମହତାବ ବି ଆସିଥିଲେ ।