ସୋସିଆଲ ମିଡିଆରେ ଭାଇରାଲ୍ ଟ୍ରାଫିକ୍ ପରିଚାଳନା ! ଟ୍ରାଫିକ ପୁଲିସ ରଂଜିତ୍ ମାଇକେଲ ଜ୍ୟାକସନଙ୍କ ଜଣେ ବଡ ପ୍ରଶଂସକ

47

ମଧ୍ୟପ୍ରଦେଶ : ବଡ ସହରରେ ସବୁଠୁ ବଡ ସମସ୍ୟା ହେଲା ଟ୍ରାଫିକ୍ ବ୍ୟବସ୍ଥା । ଏହାକୁ କଂଟ୍ରୋଲ କରିବା ଖୁବ୍ ମୁସ୍କିଲ୍ ଅଟେ । କିନ୍ତୁ ମଧ୍ୟ ପ୍ରଦେଶର ଇନ୍ଦୋରରେ ଟ୍ରାଫିକ୍ ପୁଲିସ୍ ରଂଜିତ୍ ସିଂହ ନିଜର ଡ୍ୟାନସିଂ ଷ୍ଟାଇଲରେ ଟ୍ରାଫିକ୍ ବ୍ୟବସ୍ଥାକୁ ପରିଚାଳନା କରିଥାନ୍ତି । ଇନ୍ଦୋରର ଟ୍ରାଫିକ୍ କଂଟ୍ରୋଲ କରିବାରେ ତାଙ୍କର ବହୁତ ଦକ୍ଷତା ଅଛି । ଏହି ପେଶାକୁ ସେ ଯେମିତି ନିଜର ଏକ ନିଶା ଭାବେ ନେଇଛନ୍ତି । ଯେତେବେଳେ ବି ରେଡ୍ ଲାଇଟରେ ଗାଡି ରହିଥାଏ ଲୋକଙ୍କ ନଜର ସବୁଠୁ ପ୍ରଥମେ ରଂଜିତଙ୍କ ଉପରେ ପଡିଥାଏ । କାରଣ ମୁନୱାକ୍ କରି ଟ୍ରାଫିକ୍ କଂଟ୍ରୋଲ୍ କରିଥାନ୍ତି ରଂଜିତ୍ । ଏହି ଅଭିନବ ଷ୍ଟାଇଲକୁ ନେଇ ସେ ଖୁବ୍ ଲୋକପ୍ରିୟ ପାଲଟିଛନ୍ତି ।

ମାଇକେଲ ଜ୍ୟାକସନଙ୍କ ପ୍ରଶଂସକ – ରଂଜିତ୍ ସିଂହ କୁହନ୍ତି – ‘ମୁଁ ମାଇକେଲ୍ ଜ୍ୟାକସନଙ୍କର ବଡ ପ୍ରଶଂସକ ଅଟେ । ମୁଁ ଗତ ୧୨ ବର୍ଷରୁ ତାଙ୍କର ମୁନୱାକ୍ କୁ କପି କରି ଟ୍ରାଫିକ୍ କଂଟ୍ରୋଲ୍ କରୁଛି । ’ ସୋସିଆଲ୍ ମିଡିଆରେ ରଂଜିତ୍ ସିଂହ ଏତେ ପ୍ରସିଦ୍ଧ ହୋଇଯାଇଛନ୍ତି କି ଲୋକେ ତାଙ୍କୁ ଅନୁକରଣ କରୁଛନ୍ତି । ତାଙ୍କର ଏବେ ୫୦ ହଜାର ଫଲୋୟର୍ସ ହୋଇସାରିଲେଣି । ତାଙ୍କର ଭିଡିଓ ମଧ୍ୟ ଭାଇରାଲ୍ ହୋଇସାରିଛି । ରଂଜିତ୍ ସିଂହ କୁହନ୍ତି ତାଙ୍କର ଏହି ତରିକାକୁ ଅନେକ ଭାରତୀୟ ୟୁନିଭର୍ସିିଟି ଅନୁଧ୍ୟାନ କରୁଛନ୍ତି । କେମିତି ସେ ଏପରି ଡ୍ୟାନ୍ସଂ ଭାବେ ଟ୍ରାଫିକ କଂଟ୍ରୋଲ କରୁଛନ୍ତି ତାହା ଜାଣିବାକୁ ଚାହିଁଛନ୍ତି ।

ରଂଜିତ୍ ସିଂହଙ୍କ ସବୁଠୁ ବଡ ଦୁଃଖ କରନ୍ତି ଯୁବକଙ୍କର ଦୃତ ଗାଡି ଚାଳନାକୁ ନେଇ । ସେ କୁହନ୍ତି , ମୁଁ ଏବେ ସୁଦ୍ଧା ୪୦ ଯୁବକଙ୍କ ଶବ ଉଠାଇଛି । ଯାହାଙ୍କ ମୃତ୍ୟୁ ସଡକ ଦୁର୍ଘଟଣାରେ ହୋଇଛି । ମୋତେ ବହୁତ ଦୁଃଖ ଲାଗେ । ମୁଁ ଚାହୁଁଛି କି ଯୁବକମାନେ ସବୁବେଳେ ସତର୍କ ରୁହନ୍ତୁ । ଏବଂ ସଡକର ନିୟମକୁ ଫଲୋ କରନ୍ତୁ ।

ଏବେ ରଂଜିତ୍ ନିଜର ସାଥିମାନଙ୍କୁ ତାଙ୍କର ଏହି ମୁନୱାକ୍ ଅଭ୍ୟାସ କରାଉଛନ୍ତି । ତାଙ୍କର ସାଥୀ କର୍ମଚାରୀମାନେ ଯେତେବେଳେ ଦେଖିଲେ କି ରଂଜିତଙ୍କର ଏହି ନୂଆ ଷ୍ଟାଇଲରେ ଟ୍ରାଫିକ୍ ପରିଚାଳନା ଲୋକଙ୍କୁ ଆକୃଷ୍ଟ କରୁଛି ଏବଂ ଟ୍ରାଫିକ୍ ବ୍ୟବସ୍ଥା ଠିକରେ ଚାଲୁଛି , ସେମାନେ ବି ଏହାକୁ ଶିଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ରଂଜିତ୍ କୁହନ୍ତି – ‘ମୋ ବାପା-ମା ମୋ କାମକୁ ନେଇ ଗର୍ବ ଅନୁଭବ କରନ୍ତି । କାରଣ ମୁଁ ନିଜର କାମକୁ ପୁରା ନିଷ୍ଠାର ସହ ଏକ ଅଲଗା ଷ୍ଟାଇଲରେ କରୁଛି । ଯେଉଁଥିରେ ମାଇକଲ ଜ୍ୟାକସନଙ୍କର ମୁନୱାକ୍ ବି ସାମିଲ୍ ।’

(ସୌଜନ୍ୟ- ଏନଡି ଟିଭି )