ଆକାଶରେ ଅଚଳ ହେଲା ବିମାନ ଇଞ୍ଜିନ! ଇଣ୍ଡିଗୋର ୯ଟି ଓ ଗୋ ଏୟାରର ୩ଟି ବିମାନ ଗ୍ରାଉଣ୍ଡେଡ, ୪୭ଟି ବିମାନର ଉଡାଣ ବାତିଲ

32

ଆକାଶରେ ଉଡିବନି ଇଣ୍ଡିଗୋର ୯ଟି ବିମାନ । ଉଡାଣ ବେଳେ ବିମାନର ଇଂଜିନ ଫେଲ ନେଇ ଖବର ଆସିବା ପରେ ବିମାନ କମ୍ପାନି ଗୁଡିକ ପାଇଁ ଅଡୁଆ ବଢିଛି । ଉଡାଣ ବେଳେ ବାରମ୍ବାର ଇଞ୍ଜିନ ଅଚଳ ହୋଇଯିବା ଯୋଗୁଁ ଇଣ୍ଡିଗୋ ଏୟାରଲାଇନ୍ସର ୯ଟି ବିମାନର ଉଡାଣ ବନ୍ଦ କରିଦିଆଯାଇଛି । ଡିଜିସିଏ’ର ନିର୍ଦ୍ଦେଶ ମୁତାବତ ୪୭ ବିମାନର ଉଡାଣକୁ ମଧ୍ୟ ବାତିଲ କରାଯାଇଛି ।

ସୋମବାର ଅହମ୍ମଦାବାଦରେ ଇଣ୍ଡିଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଇଣ୍ଡିଗୋ ଏୟାରଲାଇନ୍ସ ଓ ଗୋ ଏୟାରର କେତେକ ବିମାନ ଉଡାଣକୁ ବନ୍ଦ କରି ଦିଆଯାଇଛି । ଇଣ୍ଡିଗୋ ପାଖରେ ମୋଟ ୩୨ଟି ନୂଆ ବିମାନ ଥିବା ବେଳେ ୯ଟିକୁ ଗ୍ରାଉଣ୍ଡେଡ କରିଛି ଡିଜିସିଏ । ସେହିଭଳି ଗୋ ଏୟାର କମ୍ପାନୀ ପାଖରେ ୧୩ଟି ନୂଆ ଏୟାବସ୍ ଥିବା ବେଳେ ସେଥିରୁ ୩ଟିକୁ ଗ୍ରାଉଣ୍ଡେଡ କରାଯାଇଛି ।

ବିମାନର ଉଡାଣ ବାତିଲ ଓ ବନ୍ଦ କରାଯିବାର ଟିକଟ ରେଟ ବଢିଯାଇଛି । ସୋମବାର ଦିନ ଅହମ୍ମଦାବାଦରୁ ଲକ୍ଷେ୍ମø ଯାଉଥିବା ଏୟାରବସ ଆର୩୨୦ ଉଡାଣ ଭରିବା ସମୟରେ ଇଞ୍ଜିନରେ ତ୍ରୁଟି ଦେଖାଦେବା ଫଳରେ ଉଡାଣର ୪୦ ମିନିଟ ପରେ ଏହାକୁ ଅହମ୍ମଦାବାଦ ଠାରେ ଜରୁରି ଅବତରଣ କରାଯାଇଥିଲା। ତେଣୁ ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଡିଜିସିଏ ଗତକାଲି (ମାର୍ଚ୍ଚ ୧୨ ତାରିଖ)ପିଡବ୍ଲ୍ୟୁ ୧୧୦୦ ଇଞ୍ଜିନ ଲାଗିଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏ୩୨୦ ନିଓ ବିମାନ ଗୁଡ଼କର ଉଡାଣ ଅନୁମତିକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏୟାରବସ ଆର୩୨୦, ୧୮୬ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଆରମ୍ଭ କରିଥିଲା ।