ଅଳ୍ପ ବୟସରୁ ହିଁ ଇରାଂଜୀ ଭାଷାରେ ବେଶ୍ ପାରଙ୍ଗମ କୁନି ଝିଅ ଜାହ୍ନବୀ ! ଭାରତର ୱଣ୍ଡର ଗର୍ଲ ସୋସିଆଲ ମିଡ଼ିଆରେ ପକାଇଲେ ଚହଳ

220

ଇଂରାଜୀ ଭାଷା ପ୍ରତି ଅନେକ ଲୋକଙ୍କର ଡ଼ର ଥାଏ । ଇଂରାଜୀ ଜାଣିଥିଲେ ବି ସମସ୍ତଙ୍କ ସମ୍ମୁଖରେ କହିବା ପାଇଁ ଭୟ ଲାଗେ, କାଳେ କିଛି ଭୁଲଭାଲ ହୋଇଯିବ । ଏହି ଭୟ ଇଂରାଜୀ ଯୋଗୁଁ ନିର୍ଭୁଲ ଇଂରାଜୀ କହିବା ସମ୍ଭବ ହୁଏନାହିଁ । ତେବେ ଆପଣ ଭାବୁଥିବେ କେବଳ ଇଂରେଜ ମାନେ ହିଁ ଭଲ ଇଂରାଜୀ କୁହନ୍ତି କିମ୍ବା ତାଙ୍କର ଇରାଜୀ କହିବା ଶୈଳୀ ଉନ୍ନତ । ଏପରି ଯଦି ଭାବୁଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି । କାରଣ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଭାରତର କୁନି ଝିଅ ଜାହ୍ନବୀ ।

ଅଳ୍ପ ବୟସରେ ହିଁ ସେ ଖୁ୍ବ୍ ଭଲରେ ଇଂରାଜୀ କହିପାରୁଛନ୍ତି । କହିବାକୁ ଗଲେ ଇଂରାଜୀ ଭାଷାରେ ସେ ଏତେ ଦକ୍ଷ ଯେ ଇଂରେଜ ମଧ୍ୟ ପଛରେ ପଡ଼ିଯିବେ । ଏକଥା ଆପଣଙ୍କୁ କାହାଣୀ ପରି ଲାଗୁଥିଲେ ମଧ୍ୟ ଏହା ସତ୍ୟ । ଭାରତର ଏକ ଛୋଟ ଗ୍ରାମରେ ବାସ କରୁଥିବା କୁନି ଝିଅଟିଏ ଜାହ୍ୱବୀ । କେବଳ ଯେ ଇଂରାଜୀ ଭାଷା ତା’ନୁହେଁ ଆଉ ୮ଟି ଭାଷାରେ ମଧ୍ୟ ପାରଙ୍ଗମ । ହରିୟାଣାର ମାଲପୁର ଗ୍ରାମରେ ୧୩ବର୍ଷର ଝିଅ ଜାହ୍ନବୀ ସୋସିଆଲ ମିଡିଆରେ ଏବେ ଚହଳ ସୃଷ୍ଟି ହୋଇଛି । ଏହି ଝିଅଟିକୁ ଲୋକମାନେ ୱାଣ୍ଡର ଗର୍ଲ’ ବୋଲି ସମ୍ବୋଧନ କରୁଛନ୍ତି ।

ଜାହ୍ନବୀଙ୍କୁ କାହିଁକି କୁହାଯାଏ ୱାଣ୍ଡର ଗର୍ଲ-

ଜାହ୍ନବୀ ୧୩ବର୍ଷ ବୟସରେ ଦ୍ୱାଦଶ ଶ୍ରେଣୀ ଅତିକ୍ରମ କରିସାରିଲେଣି । ହରିୟାଣବି, ହିନ୍ଦୀ, ବ୍ରିଟିଶ, ଆମେରିକାନ, ଫ୍ରେଂଚ, ଜାପାନୀ ଏବଂ ଏହିପରି ଅନେକ ଭାଷା କହିପାରନ୍ତି ଏବଂ ବୁଝି ମଧ୍ୟ ପାରନ୍ତି  । ଜାହ୍ନବୀ ଆମେରିକାନ ଏବଂ ବ୍ରିଟିଶ ଟିଭି ଆଙ୍କରଙ୍କ ଭଳି ବେଶ ରୋଚକ ଢ଼ଙ୍ଗରେ ଖବର ମଧ୍ୟ ପଢିପାରନ୍ତି । ୧୨ବର୍ଷର ଜାହ୍ନବୀଙ୍କୁ ୮ଟି ରାଜ୍ୟର ଆଇଏଏସ ଅଫିସଙ୍କ ଦ୍ୱାରା ସମ୍ମାନୀତ ହୋଇସାରିଲେଣି ମଧ୍ୟ ହୋଇସାରିଲେଣି । ଜାହ୍ନବୀ ଯେବେ ମାତ୍ର ଦୁଇବର୍ଷ ବୟସର ହୋଇଥିଲେ ତାଙ୍କ ବାପା ତାଙ୍କୁ ଫଳ-ପନିପରିବା, ଜୀବଜନ୍ତୁଙ୍କ ନାମ ଇଂରାଜୀ ଭାଷାରେ ଶିକ୍ଷା ଦେଉଥିଲେ ।

ସେବେଠାରୁ ହିଁ ଇଂରାଜୀ ଭାଷା କହିବା ଆରମ୍ଭ କରିଥିଲେ ଜାହ୍ନବୀ । ଏହା ବ୍ୟତୀତ ସେ ଇଂଟରନେଟ ଜରିଆରେ ଭିନ୍ନ ଭିନ୍ନ ଭାଷାର ଭିଡିଓ ଦେଖି ସମସ୍ତ ଭାଷାର ଜ୍ଞାନ ଆରହଣ କରିପାରିଛନ୍ତି । ଆମେରିକାନ ଏବଂ ବ୍ରିଟିଶ ଭାଷା ଜାଣିବାପାଇଁ ଇଂରାଜୀ ଜାହ୍ନବୀ ନ୍ୟୁଜ ଦେଖୁଥିଲେ । ଭବିଷ୍ୟତରେ ଆଇଏଏସ ହୋଇ ଦେଶ ସେବା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଜାହ୍ନବୀ । ଅଳ୍ପ ବୟସରୁ ହିଁ ତାଙ୍କର ଭାଷା ପ୍ରତି ଦୁର୍ବଳତା ଯୋଗୁଁ ସେ ଆଜି ଏତେ ସଫଳ ହୋଇପାରିଛନ୍ତି ।