ଭାରତର ଅଳିଆଗଦାରୁ ଆମେରିକା । ଦିନେ ଫିଙ୍ଗିଦେଇଥିଲା ମାଆ ! ଆଜି ଆମେରିକାରେ ବିତୁଛି ସୁଖୀ ଜୀବନ

49

ନିଜ ଝିଅକୁ ଅଳିଆଗଦାକୁୁ ଫିଙ୍ଗିଦେଲା ମାଆ । ଝିଅର କାନ୍ଦ ବି ତାକୁ ଶୁଭିଲାନି । ଖଣ୍ଡିଆଖାବରା ହୋଇ ବଂଚିବା ପାଇଁ ସଂଘର୍ଷ କରୁଥିଲା ନବଜାତକ । ଶୁଭିଲାନି ଛୋଟ ଝିଅର ବୁକୁଫଟା ଚିତ୍କାର । ତରଳିଲାନି ତାର ନିର୍ଦ୍ଦୟ ହୃଦୟ କିନ୍ତୁ ତା ପାଇଁ ଆଶିର୍ବାଦ ପାଲଟିଥିଲା ଜଣେ ସଫେଇ କର୍ମଚାରୀ । ନେଇଯାଇଥିଲା ନିକଟସ୍ଥ ଡାକ୍ତରଖାନାକୁ ।  ଚିକିତ୍ସା କରିବା ସହ ଯତ୍ନ ନେଇଥିଲା ଏହି ଅଜଣା ବ୍ୟକ୍ତି ଜଣକ । ଆଉ ତା ନାଁ ରଖିଥିଲା ଦୁର୍ଗା । ଚାରି ବର୍ଷ ତଳେ ଗୁଜରାଟର ଏହି ଘଟଣାକୁ ନେଇ ସେତେବେଳେ ଚର୍ଚ୍ଚା  ଜୋର ହୋଇଥିଲା ।

ଏଭଳି ଦୁଃଖଦ ଖବର ଶୁଣି  ସାହାଯ୍ୟର ସୁଅ ଛୁଟିଥିଲା ଏହି କଅଁଳ କନ୍ୟାପ୍ରତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦୁର୍ଗାର ଅବସ୍ଥା ଥିଲା ଗୁରୁତର, ଚମକି ପଡିଥିଲେ ହସ୍ପିଟାଲ ଅଧ୍ୟକ୍ଷ । ଡାକ୍ତରଖାନାରେ  ଡାକ୍ତରଙ୍କର ଦୀର୍ଘ ଗୋଟିଏ ମାସର ଅକ୍ଳାନ୍ତ ପରିଶ୍ରମ ପରେ ନୂଆ ଜୀବନ ପାଇଥିଲା ଦୁର୍ଗା । ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଭୁଜ ଜିଲ୍ଲାର କଲ୍ୟାଣ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଥିଲା । କେହି ବି ଭାବିନଥିଲେ  ସେଦିନେ ହେବ ଆମେରିକାର ନାଗରିକ ।

ଦୀର୍ଘ  ଦୁଇ ବର୍ଷ ପରେ ଭାଗ୍ୟ ବଦଳିଥିଲା ଅଲୋଡା ଦୁର୍ଗାର । ଆମେରିକାର ପପ ସିଙ୍ଗର ଓ ଟ୍ରେନର କ୍ରିଷ୍ଟିନ ୱିଲିୟମସ ଆସିଥିଲେ ଗୁଜରାଟ  । ଆଉ  ତାପରେ ବଦଳିଯାଇଥିଲା ଦୁର୍ଗାର ଭାଗ୍ୟ । କେହି କିଛି ଭାବିବା ଆଗରୁ  ସେ ପହଂଚିଯାଇଥିଲା ଆମେରିକାରେ । ତାପରେ ତା ଜୀବନର ଗତିପଥ ନେଇଥିଲା ନୂଆମୋଡ । ଦୁର୍ଗାର କରାଗଲା ପ୍ଲାଷ୍ଟିକ ସର୍ଜରୀ ।

ଦୁର୍ଗାର ନାକକୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି ।ଏହା ତାଙ୍କର ପ୍ରକୃତ ଚେହେରା ବୋଲି କହିଛନ୍ତି ତାର ସର୍ଜରୀ କରିଥିବା ଡାକ୍ତର । ଏବେ ଦୁର୍ଗାକୁ ନେଇ ଅନେକ ଚର୍ଚ୍ଚା ହେଉଛି ।   ଅନେକ ଷ୍ଟେଜ’ଶୋରେ କ୍ରିଷ୍ଟିନିଙ୍କ ସହ ଏବେ ନଜରକୁ ଆସୁଛି ଦୁର୍ଗା ।