ବିଦେଶ ପାଇଁ ନୂଆ ଓଡିଶା ପାଇଁ ପୁରୁଣା ! ପାଶ୍ଚାତ୍ୟ ଦେଶର ଫ୍ୟାସନ୍ ଆମ ଦେଶରେ ୭୫୦ ବର୍ଷର ପୁରୁଣା ! ପ୍ରମାଣ କରେ କୋଣାର୍କ ସୂର୍ଯ୍ୟମନ୍ଦିର

54

ଏବେ ଯାହା ପାଶ୍ଚାତ୍ୟ ଦେଶରେ ଫ୍ୟାସନ୍ , ତାହା ଆମ ଦେଶରେ ୭୫୦ ବର୍ଷର ପୁରୁଣା । ଏକଥା ପ୍ରମାଣ କରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ସ୍ଥାନ ପାଇଥିବା ପଥର ମୂର୍ତ୍ତି । ଏହି ମୂର୍ତ୍ତିରେ ରହିଛି ପାଶ୍ଚାତ୍ୟ ସଭ୍ୟତାର ଝଲକ୍ । ୭୫୦ ବର୍ଷ ପୁର୍ବେ ତିଆରି ହୋଇଥିବା ଏହି ପ୍ରତିମୂର୍ତ୍ତି ଗୁଡିକରେ ହାଇହିଲ୍ ସହ ଅତ୍ୟାଧୂନିକ ପୋଷାକ ପିନ୍ଧିଥିବା ମୂର୍ତ୍ତି ଦେଖିବାକୁ ମିଳେ ।

ୟୁରୋପିଆନ୍ ମହିଳାମାନେ ୧୬୦୦ଏ.ଡିରେ ହାଇ ହିଲ୍ ପିନ୍ଧିବା ଆରମ୍ଭ କରିଥିଲେ । କିନ୍ତୁ କୋଣାର୍କର ସୂର୍ଯ୍ୟମନ୍ଦିର ୧୨୫୦ଏ.ଡିରେ ନିର୍ମାଣ ହୋଇଥିଲା । ଅର୍ଥାତ୍ ୟୁରୋପିଆନ୍ ମହିଳାମାନଙ୍କଠାରୁ ପ୍ରାୟ ୩୫୦ ବର୍ଷ ପୂର୍ବରୁ ଭାରତରେ ଦେଖିବାକୁ ମିଳିଥିଲା ଏହି ଅତ୍ୟାଧୂନିକ ସଭ୍ୟତା । ମୂର୍ତ୍ତି ଗୁଡିକ ଯଦି ଧ୍ୟାନର ସହ ଦେଖାଯାଏ ତେବେ ଏହି ହାଇହିଲ୍ ମଧ୍ୟରେ ରହିଛି ବିଭିନ୍ନ ପ୍ରକାରର ଷ୍ଟାଇଲ୍ , ଯାହା ବର୍ତ୍ତମାନ ଦେଖିବାକୁ ମିଳୁଛି ।
କେବଳ ସେତିକି ନୁହେଁ ଏହି ମୂୂର୍ତ୍ତି ଗୁଡିକର ପୋଷାକରେ ମଧ୍ୟ ରହିଛି ପାଶ୍ଚାତ୍ୟର ଝଲକ୍ । ଏହି ପ୍ରତିମୂର୍ତ୍ତି ସବୁ ପିନ୍ଧିଛନ୍ତି ଅତ୍ୟାଧୂନିକ ପୋଷାକ ଯେମିତି ଟ୍ରାନ୍ସପାରେଂଟ୍ କପଡା ସହ ସ୍କର୍ଟ । ଏହା ସହ ଦେଖିବାକୁ ରହିଛି ହ୍ୟାଣ୍ଡ୍ ବ୍ୟାଗ୍ ବା ମନିପର୍ସ ବ୍ୟବହାର କରିଥିବା ମୂତ୍ତି । ଏହାର ଅର୍ଥ ୭୫୦ ବର୍ଷ ପୂର୍ବେ ମଧ୍ୟ ଦେଶର ମହିଳାମାନେ ଥିଲେ ଅତ୍ୟାଧୂନିକ । ଯାହାକୁ ନିଜ କାରିଗରୀ ଦ୍ୱାରା ପଥରରେ ଖୋଦେଇ କରି ପ୍ରତିଫଳିତ କରିଥିଲେ କଳାକାର । ଏହି ସବୁ କାରିଗରୀ ପ୍ରମାଣ କରୁଛି ଯେ ଏହି ପାଶ୍ଚାତ୍ୟ ସଭ୍ୟତା ଭାରତରୁ ହିଁ ଆରମ୍ଭ ।

କିନ୍ତୁ ବିଡମ୍ବନାର ବିଷୟ ଏହି ସବୁ ତଥ୍ୟ ଇତିହାସର ଆଇନାରେ ଦେଖିବାକୁ ମିଳେନାହିଁ । କୌଣସି ସ୍ଥାନରେ ମଧ୍ୟ ଏହା ଉପରେ ଆଲୋଚନା କିମ୍ବା ଲେଖା ଦେଖିବାକୁ ମିଳେ ନାହିଁ । ଏପରିକି ୱିକିପିଡିଆରେ ମଧ୍ୟ ଏବିଷୟରେ କୌଣସି ତଥ୍ୟ ନାହିଁ ।

କିନ୍ତୁ ଗତବର୍ଷ ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂର୍ଯ୍ୟମନ୍ଦିରରେ କଥା କହି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୋଦି କହିଥିଲେ, ଆଜି ଯାହାକୁ ଫ୍ୟାସନ୍ କୁହାଯାଉଛି ତାହା ଆମ ଦେଶରେ ୨ହଜାର ବର୍ଷ ପୁରୁଣା । ଯାହା ବିଦେଶ ପାଇଁ ନୂଆ ଓଡିଶା ପାଇଁ ପୁରୁଣା ।