ନବବର୍ଷ ଅବସରରେ ରେଳବାଇ ଆଣିଲା ସୁବର୍ଣ୍ଣ ସୁଯୋଗ ! ବାହାରିଲା ୧୩,୦୦୦ ପୋଷ୍ଟ୍ ପାଇଁଁ ବିଜ୍ଞପ୍ତି,ଏଭଳି କରନ୍ତୁ ଆବେଦନ ।

251

ନୂତନ ବର୍ଷ ଅବସରରେ ଭାରତୀୟ ରେଳବାଇ ତରଫରୁ ବେରୋଜଗାରଙ୍କ ପାଇଁ ସରକାରୀ ଚାକିରୀର ସୁବର୍ଣ୍ଣ ସୁଯୋଗ ଆଣିଦେଇଛି । ରେଳବାଇ ଜୁନିୟର୍ ଇଞ୍ଜିନିୟର ପଦ ପାଇଁ ୧୩,୦୦୦ ଟି ପୋଷ୍ଟ୍ ବାହାର କରିଛି । ତେବେ ଏହି ପରୀକ୍ଷା ଅନଲାଇନ୍ ହେବ । ଯାହାର ଅନ୍ତିମ ତାରିଖ ୩୧ ଜାନୁଆରୀ ୨୦୧୯ ଅଟେ ।

ରେଲୱେର ଅଫିସିଆଲ୍ ୱେବସାଇଟ୍ ମୁତାବକ ଜୁନିୟର୍ ଇଞ୍ଜିନିୟର୍ ପଦ ପାଇଁ ୧୨୮୪୪ ଟି ପୋଷ୍ଟ୍ , ଜୁନିୟର୍ ଇଞ୍ଜିନିୟର୍ (ଆଇଟି) ପାଇଁ ୨୯ ଟି ପଦ ,ଡିପୋ ମେଟେରିୟଲ୍ ସୁପରିଟେଣ୍ଡେଣ୍ଟ୍ ପାଇଁ ୨୨୭ ପଦ ଏବଂ କ୍ୟାମିକାଲ୍ ଏବଂ ମେଟାଲର୍ଜିକ୍ ଆସିଷ୍ଟାଣ୍ଟ୍ ପାଇଁ ୩୮୭ ପଦ ପାଇଁ ଆବେଦନ ମଗାଯାଇଛି । ଯାହାର ବୟସ ସୀମା ୩୩ ବର୍ଷ ହେବା ଆବଶ୍ୟକ । ପରୀକ୍ଷା ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଅଧିକ ଜାଣିବା ପାଇଁ ରେଲୱେର ଅଫିସିଆଲ୍ ୱେବସାଇଟ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଶକ୍ଟକ୍ଟ.ଶକ୍ଷ/ରୟଜଛଙ୍ଘ୮ କୁ ଯାଆନ୍ତୁ ।