ବାଣକୁ ନେଇ ଟିମ୍ ଇଣ୍ଡିଆ ଖେଳାଳୀଙ୍କ ନାମକରଣ !

201

ଆଜି ଆଲୋକର ପର୍ବ ଦୀପାବଳି। ସଂଧ୍ୟା ହେବା ପୂର୍ବରୁ ଆରମ୍ଭ ହୋଇଗଲାଣି ବାଣ ଫୁଟା । ଦେଶରୁ ନେଇ ଦେଶ ବାହାର ପର‌୍ୟ୍ୟନ୍ତ ଚାରିଆଡ଼େ ପାଳନ ହେବାକୁ ଲାଗିଲାଣି ଏହି ପର୍ବ । ତେବେ ଏହି ବାଣ ଫୁଟା ଦିବସକୁ ନେଇ ଲୋକଙ୍କ ମନରେ ଭିନ୍ନ ଭିନ୍ନ ଚିନ୍ତାଧାରା ସବୁ ଆସୁଛି । ଏବେ ଆମେ ସେହିପରି ଏକ ମଜ୍ଜାଦାରିଆ କଥା ଚିନ୍ତା କରିବ। । କଥାଟି ହେଉଛି ଯଦି ଆମ ଭାରତୀୟ କ୍ରିକେଟ୍ ତାରକାମାନେ ବାଣ ହୋଇଥାନ୍ତେ ତେବେ କାହା ନାମ କ’ଣ ହୋଇଥାନ୍ତା ।

ରୋହିତ ଶର୍ମାଙ୍କ ନାମ ହୋଇଥାନ୍ତା ‘୫୦୦ ଲାଡି’। ଖେଳରେ ଖୁବ୍ ଭଲ ସ୍କୋର୍ କରୁଥିବା ଅର୍ଥାତ ଦୀର୍ଘ ସମୟ ରହୁଥିବା ହେତୁ ତାଙ୍କ ନାମ ଏପରି ହୋଇଥାନ୍ତା। ସିଖର ଧାଓ୍ଵନଙ୍କ ନାମ ହୋଇଥାନ୍ତା ‘ଅନାର୍’। ଏହି ଖେଳାଳିଙ୍କୁ ଖୁବ୍ ଭଲ ଓପନର ବୋଲି ମନାଯାଏ। ଅନାର୍ ବାଣ ଯେପରି ଶବ୍ଦ ନକରି ଗୁଣ ଦେଖାଏ ଧାଓ୍ଵନ ସେହିପରି। ସେହିପରି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନାମ ହୋଇଥାନ୍ତା ‘ରକେଟ୍’। ରକେଟ୍ ଏଥିପାଇଁ, ଥରେ ଧୋନିଙ୍କ ବ୍ୟାଟରେ ବଲ୍ ବାଜିବା ମାତ୍ରେ ତାହା ରକେଟ୍ ପରି ଲୋକଙ୍କ ଭିଡ଼କୁ ପଳାଏ।

ଭାରତୀୟ ଦଳର ଅଧନାୟକ ବିରାଟ କୋହଲିଙ୍କ ନାମ ହୋଇଥାନ୍ତା ‘ମଲଟିପଲ୍ ସର୍ଟ କ୍ରାକରସ’। କୋହଲି ସବୁ ଦିଗରେ ଭଲ ଖେଳୁଥିବା ହେତୁ ତାଙ୍କ ନାମ ଏପରି ହୋଇଥାନ୍ତା। ସେହିପରି ସଚିନ ତେନ୍ଦୁଲକରଙ୍କ ନାମ ହୋଇଥାନ୍ତା ‘ପେନସିଲ୍ ଟର୍ଚ’। ପେନସିଲ୍ ଟର୍ଚ ବାଣଟି ଯେପରି ସଭିଙ୍କ ପ୍ରିୟ ସେହିପରି ସଭିଙ୍କ ପ୍ରିୟ ସଚିନ। ସେହିପରି ରାହୁଲ ଦ୍ରାବିଡ଼ଙ୍କ ନାମ ‘ଫୁଲଝଡ଼ି’, ଯୁବରାଜ ସିଂହଙ୍କ ନାମ ‘ଅନାର୍ ବମ୍ବ’, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ‘କଲରଫୁଲ୍ ମ୍ୟାଚେସ୍’, ଜଶପ୍ରୀତ୍ ବୁମରାଙ୍କ ନାମ ‘ହଣ୍ଟର୍’, କୁଳଦୀପ ଯାଦବଙ୍କ ନାମ ‘ଚକରି’ ହୋଇଥାନ୍ତା।