ଟିମ୍ ଇଣ୍ଡିଆର ଜବରଦସ୍ତ କମବ୍ୟାକ୍ ! ତୃତୀୟ ଟେଷ୍ଟ ହାତେଇଲା ବିରାଟ ବାହିନୀ, ୨୦୩ ରନରେ ଇଂଲଣ୍ଡକୁ ଦେଲା ମାତ୍ ।

39

ତୃତୀୟ ଟେଷ୍ଟରେ ବାଜି ମାରିଲା ଟିମ୍ ଇଣ୍ଡିଆ । ଇଂଲଣ୍ଡକୁ ୨୦୩ର ବଡ ବ୍ୟବଧାନରେ ହରାଇ ଜବରଦସ୍ତ କମବ୍ୟାକ କରିଛି ବିରାଟବାହିନୀ । ନର୍ଟିଂହାମରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ପ୍ରଥମେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ଇନିଂସରେ ଭାରତ ଦମଦାର ବ୍ୟାଟିଂ କରି ୩୨୯ ରନ କରିଥିଲା । ତେବେ ଭାରତୀୟ ଶାଣିତ ବୋଲିଂ ଆଗରେ ମୁଣ୍ଡ ନୁଆଁଇଥିଲା ଘରୋଇ ଦଳ । ମାତ୍ର ୧୬୧ ରନରେ ଭାରତୀୟ ବୋଲରଙ୍କ ଆଗରେ ପ୍ରଥମ ଇନିଂସରେ ପୁରା ଆତ୍ମସମର୍ପଣ କରିଥିଲା ଦଳ ।

୧୬୮ରନ ଆଗୁଆ ଦ୍ୱିତୀୟ ପାଳି ଆରମ୍ଭ କରିଥିଲା ଭାରତ । ଅଧିନାୟକ ବିରାଟ କୋହଲିଙ୍କ ଦମଦାର ଶତକ ଓ ଚେତେଶ୍ୱର ପୂଜାରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ଦ୍ୱିତୀୟ ଇଂନିସରେ ୭ ୱିକେଟ ହରାଇ ୩୫୨ ରନ ସହ ପାଳି ଘୋଷଣା କରିଥିଲା ଭାରତ । ଆଉ ଏହା ସହ ଇଂଲଣ୍ଡକୁ ବିଜୟ ପାଇଁ ମିଳିଥିଲା ୫୨୧ରନର ବିଶାଳ ଟାର୍ଗେଟ ।

ପ୍ରଥମ ଇନିଂସ ଭଳି ଦ୍ୱିତାୟ ଇଂନିସରେ ମଧ୍ୟ ଦମ୍ ଦେଖାଇଥିଲେ ଭାରତୀୟ ବୋଲର । ଇଂଲଣ୍ଡକୁ ମାତ୍ର ୩୧୭ ରନରେ ଅଲଆଉଟ କରିବା ସହ ୨୦୩ ରନର ବିଶାଳ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ଇଂନିସରେ ପାଣ୍ଡ୍ୟା ୫ଟି ଓି୍ୱକେଟ ହାସଲ କରିଥିବା ବେଳେ ଦ୍ୱିତୀୟ ଇଂନିସରେ ଯସପ୍ରିତ ବୁମରା ୫ ୱିକେଟ ସଫଳତା ହାସଲ କରିଛନ୍ତି । ତେବେ ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ପରେ ଏହି ବିଜୟ ସହ ଭାରତ ସିରିଜରେ ୧-୨ରେ ପଛୁଆ ରହିଛି ।