ହାମିଲଟନ ଦିନିକିଆରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ! ନ୍ୟୁଜିଲାଣ୍ଡ ବୋଲରଙ୍କ ଆଗରେ ତିଷ୍ଠିପାରିଲେନି ବ୍ୟାଟ୍ସମ୍ୟାନ, ୧୬ ଓଭରରେ ଅଧା ଟିମ ଆଉଟ

70

କନକ ବ୍ୟୁରୋ : ହାମିଲଟନ ଦିନିକିଆରେ ବ୍ୟାଟିଂ ଭୁଲିଗଲା ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଶେଷ ଦିନିକିଆରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ବର୍ତ୍ତମାନ ସୁଦ୍ଧା ପାଭିଲିୟନ ଫେରିଛନ୍ତି ୭ ଖେଳାଳି । ୬ ଜଣ ବ୍ୟାଟସମ୍ୟାନ ଦୁଇଅଙ୍କ ବି ଛୁଇଁପାରିନାହାନ୍ତି ।ଆଜି ହାମିଲଟନ୍ ଠାରେ ଅନୁଷ୍ଠିତ ୪ର୍ଥ ମ୍ୟାଚରେ ଟସ୍ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ନିଜ୍ୟିଲାଣ୍ଡ ଆହ୍ଵାନ ଦେଇଛି । ନିୟମିତ ଅଧିନାୟକ ବିରାଟ କୋହଲିଓ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କୁ ଛାଡ଼ି ଖେଳୁଥିବା ଭାରତୀୟ ଦଳର ବ୍ୟାଟିଂ ଲାଇନ୍ ଅପ୍ ତାସ ଘର ପରି ଭୁଶୁଡ଼ି ପଡ଼ିଛି । ମାତ୍ର ୨୧ ରନ୍ ବ୍ୟବଧାନରେ ୭ଟି ଓ୍ଵିକେଟ ହରାଇ ବିପଦରେ ପଡ଼ିଛି ଭାରତ । ୧୮ ତମ ଓଭରରେ ଭାରତ୭ ଓ୍ଵିକେଟ ହରାଇ ସଂଗ୍ରହ କରିଛି । ମାତ୍ର ୫୨ରନ୍ ଓ କ୍ରିଜ୍ରେ ଏବେ କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ସଂଘର୍ଷ କରୁଛନ୍ତି।

ଟସ୍ ଜିଣିବା ପରେ ନ୍ୟୁଜିଲାଣ୍ଡ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି । ଭାରତର ପକ୍ଷରୁ ରେହିତ ଶର୍ମା ଓ ଶିଖର ଧାଓ୍ଵନ ବ୍ୟାଟିଂ ଓପନ କରିଥିଲେ । ତେବେ ଖେଳର ୬ଷ୍ଠ ଓଭରରେ ଭାରତର ସ୍କୋର ୨୧ ହୋଇଥିବା ବେଳେ ଶିଖର ଧାଓ୍ଵନ ବୋଲ୍ଟଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇ ପାଭିଲିୟନ ଫେରିଛନ୍ତି । ଧାଓ୍ଵନଙ୍କ ଆଉଟ୍ ପରେ ରୋହିତ ଶର୍ମାଙ୍କ ସାଥ ଦେବା ପାଇଁ କ୍ରିଜ୍ରେ ପହଞ୍ଚିଥିଲେ ଜୀବନର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ ଖେଳୁଥିବା ପଞ୍ଜାବର ୧୯ ବର୍ଷୀୟ ଯୁବ ତାରକା ଶୁବମନ ଗିଲ୍ । ତେବେ ଗିଲ ଓ ରୋହିତଙ୍କ ମଧ୍ୟରେ ବଡ଼ ପାର୍ଟନରସିପ୍ ଆରମ୍ଭ ପୂର୍ବରୁ ପୁଣି ଥରେ ବୋଲ୍ଟଙ୍କ ଦ୍ୱାରା କଟ୍ ଆଣ୍ଡ ବୋଲ୍ଡ ହୋଇ ରୋହିତ ଶର୍ମା ପାଭିଲିୟନ ଫେରିଛନ୍ତି। ତାପର ଠାରୁ ଭାରତ ଆଉ ସଳଖି ଠିଆ ହୋଇ ପାରି ନାହିଁ।

ବୋଲ୍ଟଙ୍କ ବୋଲିଂର ସାମନା କରି ନ ପାରି ଭାରତୀୟ ବ୍ୟାଟିଂ ଲାଇନ୍ ଅପ୍ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଅମ୍ବାତି ରାଇଡୁ, ଦୀନେଶ କାର୍ତ୍ତିକ ଶୂନ୍ୟରେ ଆଉ ହେବା ପରେ ବୋଲ୍ଟ ପୁଣି ଥରେ ନବାଗତ ଗିଲଙ୍କୁ ଆଉଟ୍ କରି ଭାରତକୁ ଏହି ମ୍ୟାଚରେ ସମ୍ପୂର୍ଣ୍ଣ ପଛକୁ ଠେଲି ଦେଇଛନ୍ତି । ପରେ ପରେ କେଦାର ଯାଦବଙ୍କୁ ମଧ ଏଲବିଡବ୍ଲ୍ୟୁ ଆଉଟ କରି ବୋଲ୍ଟ ତାଙ୍କର ୪ର୍ଥ ଓ୍ଵିକେଟ ହାସଲ କରିଛନ୍ତି । କେବଳ ଶିଖର ଧାଓ୍ଵନ(୧୩ ରନ)ଙ୍କୁ ଛାଡ଼ି ଆଉଟ୍ ହୋଇଥିବା ଅନ୍ୟ କୌଣସି ଭାରତୀୟ ବାଟ୍ସମ୍ୟାନ୍ ଦୁଇ ଅଙ୍କ ବିଶିଷ୍ଟ ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇ ନାହିଁନ୍ତି । ବୋଲ୍ଟଙ୍କୁ ଭରପୁର ସହାୟତା ଦେଇଛନ୍ତି ଗ୍ରାଣ୍ଡସହୋମ । ବୋଲ୍ଟ ଭାରତର ୪ ଓ୍ଵିକେଟ ନେଇଥିବା ବେଳେ ଗ୍ରାଣ୍ଡସହୋମ ୩ ଓ୍ଵିକେଟ ଅକ୍ତିଆର କରିଛନ୍ତି। ଗ୍ରାଣ୍ଡସହୋମ ପୂର୍ବରୁ ଅମ୍ବାତି ରାଇଡୁ, ଦୀନେଶ କାର୍ତ୍ତିଙ୍କ ଓ୍ଵିକେଟ ନେଇଥିବା ବେଳେ ତାଙ୍କର ସଦ୍ୟ ଶିକାର ହୋଇଛନ୍ତି ଭୁବନେଶ୍ୱର କୁମାର ।