ଓଡ଼ିଶାରେ କ୍ରିକେଟ ଫିଭର: ଇଂଲଣ୍ଡ ଆଗରେ ବିରାଟ ଚ୍ୟାଲେଂଜ, ଭାରତ ଆଗରେ ରୁଟ୍

22

କନକ ବ୍ୟୁରୋ : କଟକରେ ହେବାକୁ ଥିବା ମ୍ୟାଚ ପାଇଁ ଭାରତକୁ ଚିନ୍ତାରେ ପକାଇପାରନ୍ତି ଇଂଲଣ୍ଡର ବ୍ୟାଟ୍ସମାନ ଜୋ ରୁଟ୍ । ପୁନେ ଦିନିକିଆରେ ରୁଟ୍ ଯେଉଁଭଳି ଭାବେ ଭାରତୀୟ ବୋଲରଙ୍କୁ ଚକମା ଦେଇଥିଲେ ତାହାକୁ ନେଇ ବିରାଟ ବାହିନୀ ଦୃଢ ରଣନୀତି ପ୍ରସ୍ତୁତ କରିଛି । ଯେତେଶୀଘ୍ର ହେଉ ରୁଟସଙ୍କୁ ଆଉଟ କରିବା ମୂଳ ଲକ୍ଷ୍ୟ ରହିବ ବୋଲି ପ୍ରାରମ୍ଭିକ ବ୍ୟାଟସମ୍ୟାନ ଲୋକେଶ ରାହୁଲ କହିଛନ୍ତି । ସେହିପରି ବିରାଟଙ୍କୁ ଘାରିଛି ଦଳର ଶୀର୍ଷକ୍ରମ ଚିନ୍ତା । କେତେବେଳେ କାହାକୁ ପିଚକୁ ଛାଡିବେ ସେ ନେଇ ବିରାଟ ବିଚାରବିମର୍ଷ କରୁଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଇଂଲଣ୍ଡ ଦଳ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ବିରାଟ କୋହଲୀ । ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଜୋସ ବଟଲର୍ କହିQନ୍ତି ଯେ ବିରାଟଙ୍କୁ ଶିଘ୍ର ଆଉଟ କରିବାକୁ ଇଂଲଣ୍ଡର ବୋଲରମାନେ ଚେଷ୍ଟା କରିବେ । କେବଳ କୋହଲò ନୁହଁନ୍ତି ବରଂ ଧୋନି, ଯୁବରାଜ, ଶିଖର, ଭଳି ଖେଳାଳò ମାନଙ୍କୁ ସୀମିତ ରନରେ ରୋକିବାକୁ ଇଂଲଣ୍ଡ ବେଷ୍ଟା କରିବ ବୋଲି ସେ କହିଛନ୍ତି । ପ୍ରଥମ ମ୍ୟାଚ ହାରିଯାଇଥିବାରୁ ବାରବାଟୀ ମ୍ୟାଚ ସେମାନଙ୍କ ପାଇଁ ନକଆଉଟ ମ୍ୟାଚ ବୋଲି ଜୋସ ବଟଲର୍ କହିଛନ୍ତି ।