ଭାରତ ପରୀକ୍ଷଣ କଲା ସ୍ୱଦେଶୀ ରକ୍ଷା କବଚ ! ଶତ୍ରୁ ରାଷ୍ଟ୍ରର ମିଶାଇଲକୁ ୪୦ କିଲୋମିଟର ଦୂରରୁ ହିଁ ଦେବ ମାତ୍ ।

33

ସୁରକ୍ଷା ଦୃଷ୍ଟିରୁ ଭାରତ ଏକ ବଡ ସଫଳତା ହାସଲ କରିଛି । ଓଡିଶା କୋଷ୍ଟରୁ ଭାରତର ବେଲେଷ୍ଟିକ ମିସାଇଲ୍ ଶିଲ୍ଡର ସଫଳ ପରୀକ୍ଷଣ ହୋଇଯାଇଛି । ଏହି ଶିଲ୍ଡର ସହାୟତାରେ ଶତ୍ରୁଦେଶର ଯେ କୌଣସି ମିଶାଇଲକୁ ୪୦ କିଲୋମିଟର ରେଞ୍ଜ ଭିତରେ ହିଁ ଶେଷ ହୋଇଯିବ । ବାୟୁ ରକ୍ଷାବାହିନୀଙ୍କ କହିବାନୁସାରେ ଏହା ଭାରତ ପାଇଁ ଏକ ବଡ ସଫଳତା । ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ଥାନ ଏବଂ ଚୀନ୍ ଭଳି ଶକ୍ତିଶାଳୀ ରାଷ୍ଟ୍ରର ତୀକ୍ଷ୍ଣ ନଜରକୁ ଭେଦି ଏଭଳି ସଫଳତା ହାସଲ କରିବା ପ୍ରଶଂସାଯୋଗ୍ୟ ।

ବର୍ତ୍ତମାନ ଏହି ଶିଲ୍ଡର ପରୀକ୍ଷଣ କରାଯାଇଛି । ୨୦୨୨ ବେଳକୁ ଏହା ଭାରତୀୟ ସୀମାର ସୁରକ୍ଷା ସକାଶେ ପ୍ରସ୍ତୁତ ଥିବ । ଏହି ସମ୍ପୁର୍ଣ୍ଣ ମିଶନକୁ ମାନବୀୟ ହସ୍ତକ୍ଷେପ ସହ ମିଶନ୍ କମ୍ପ୍ୟୁଟର ସହ ସମ୍ପୁର୍ଣ୍ଣ କରାଯାଇଛି । ଏହି ପରୀକ୍ଷଣ ସମୟରେ ଦୋରାନ୍ ରଡାର,ମନିଟରିଙ୍ଗ୍ ସିଷ୍ଟମ,ଇଲେକ୍ଟ୍ରୋ-ଅପ୍ଟିକାଲ୍ ଟ୍ରେକିଙ୍ଗ୍ ସିଷ୍ଟମ ଏବଂ ଟେଲିମେଟରୀ ସିଷ୍ଟମର ବ୍ୟବହାର କରାଯାଇଛି ।