ଡୋକଲାମ ବିବାଦ ! ଚୀନକୁ ତାରି ଭାଷାରେ ଜବାବ ଦେବା ପାଇଁ ଭାରତ ପ୍ରସ୍ତୁତ

76

ଡୋକଲାମ ବିବାଦ ନେଇ ଭାରତ ଓ ଚୀନ ମଧ୍ୟରେ ଥିବା ସମ୍ପର୍କ ଆସ୍ତେ ଆସ୍ତେ ଜଟିିଳ ପରିସ୍ଥିତି ଆଡ଼କୁ ଗତି କରୁଛି ।  ଦୁଇ ଦେଶ ମଧ୍ୟରେ ବିବାଦ ଜାରି ରହିଛି । ଡୋକଲାମ ପ୍ରସଙ୍ଗରେ ପଡୋଶୀ ଦେଶ ଚୀନ ଉତ୍ତେଜିତ ବୟାନ ଦେଇ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି, ମାତ୍ର ଭାରତ ନିଜର କଡ଼ା ଆଭିମୁଖ୍ୟରେ ଅଟଳ ରହିଛି । ସୂଚନା ମୁତାବକ ଯଦି ଚୀନ ଭୂଟାନକୁ କୌଣସି ପ୍ରକାରେ ଧମକାଇବାକୁ ପ୍ରୟାସ କରେ ତା’ ହେଲେ ଭାରତ ରାଜନୈତିକ କିମ୍ବା ସୈନ୍ୟ ପ୍ରକ୍ରିୟାରେ ଚୀନକୁ ପ୍ରତିରୋଧ କରିବାର ନୀତି ଆପଣାଇବ।

ଭାରତୀୟ ସେନା ପୁରାପୁରି ପ୍ରସ୍ତୁତ –
ଭାରତ ସିକିମ-ଭୂଟାନ-ତିବ୍ବତ ଟ୍ରାଇଜଙ୍କସନରେ ସୈନ୍ୟ ମୃତୟନ କରି ନିଜର ସ୍ଥିତି ଜମଭୁତ କରି ନେଇଛି । ସମୁଦ୍ରରୁ ୧୧ ହଜାର ଫୁଟର ଉଚ୍ଚତାରେ ସ୍ଥିତ ଏହି କ୍ଷେତ୍ରରେ ସେନା ମୃତୟନ କରାଯାଉଛି। ଏହି ସୈନ୍ୟ କୌଣସି ପ୍ରକାର ଜରୁରୀକାଳିନ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ। ଯେଉଁଠାରେ ଭାରତ-ଚୀନ ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି, ସେଠାରେ ଦୁଇ ଦେଶର ମାତ୍ର ୩୦୦ ରୁ ୪୦୦ ସୈନ୍ୟ ଡେରା ପକାଇଛନ୍ତି। ଏହି ସୈନିକ ଟେଣ୍ଟ ଲଗାଇ ଲାଲ ପତାକା ଦେଖାଇ ନିଜ ଜାଗାରେ ଦୃଢ଼ ଅଛନ୍ତି । ମାତ୍ର ଏହାର ଆଖପାଖ ଇଲାକାରେ ଭାରତ ନିଜର ସୈନ୍ୟ ମୃତୟନ ମଜଭୁତ କରିନେଇଛି । ସୂତ୍ର ଅନୁସାରେ ଭାରତର ସୈନ୍ୟ ଏହି କ୍ଷେତ୍ରରେ ଅଧିକ ଭଲ ସ୍ଥିତିରେ ଅଛନ୍ତି । ଚୀନ ସେନା ତୁଳନାରେ ଭାରତୀୟ ସେନାଙ୍କୁ ସମସ୍ତ ପ୍ରକାର ସରଞ୍ଜାମ ଉପଲବ୍ଧ ହୋଇପାରୁଛି । ଏନେଇ ଭାରତୀୟ ଏଜେନି୍ସ ଗୁଡ଼ିକ ଏହି ଅଞ୍ଚଳରେ ଚୀନର ପିପୁଲସ ଲିବରେସନ ଆର୍ମି ବା ପିଏଲଏ ଉପରେ କଡ଼ା ନଜର ରଖିଛନ୍ତି ।

ନିଅାଁରେ ଘିଅ ଢ଼ାଳୁଛି ଚୀନ ମିଡ଼ିଆ –

ଭାରତର କୁଟନୀତିଜ୍ଞ ଚେଷ୍ଟା ମଧ୍ୟରେ ଚୀନ ଓ ଚୀନ ସରକାର ନିୟନ୍ତ୍ରିତ ସରକାରୀ ମିଡ଼ିଆ ଭାରତ ବିରୋଧରେ ବାକଯୁଦ୍ଧ ଜାରି ରଖିଛି । ଅନେକ ଲେଖା ମାଧ୍ୟମରେ କେବଳ ଯେ ଚୀନ୍ ପଦକ୍ଷେପକୁ ଠିକ କୁହାଯାଇଛି ବରଂ ଭାରତକୁ ସିଧା ସିଧା ଯୁଦ୍ଧ ପାଇଁ ମଧ୍ୟ ଧକମ ଦିଆଯାଉଛି ।

ଡୋଭାଲ ବାହାର କରିପାରିବେ ଏହାର ସମାଧାନ-

ଭାରତୀୟ ଏନଏଏସ ଅଜିତ ଡ଼ୋଭାଲ ଗୁରୁବାର ବ୍ରିକ୍ସ ଦେଶର ଏନଏଏସର ବୈଠକରେ ସାମିଲ ହେବା ପାଇଁ ଚୀନ ଯାଉଛନ୍ତି । ଏଠାରେ ଚୀନ ଏନଏଏସ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ଦ୍ୱାରା ଡ଼ୋକଲାମ ବିବାଦର ସମାଧାନ ବାହାର କରିବେ ବୋଲି ଆଶା କରାଯାେଉଛି । ସୂତ୍ର ଅନୁସାରେ ଡୋଭାଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରିକ୍ସ ଗସ୍ତ ପୂର୍ବରୁ ଏହିି ବିବାଦର ସମାଧାନ ବାହାର କରିବେ । କିନ୍ତୁ ଚୀନ-ଭାରତ ବିବାଦର ସମାଧାନ ବାହରିବ ବୋଲି କିଛି ଆଶା ଦେଖାଯାଉ ନାହିଁ କାରଣ ଚୀନ ନିଜ କଥାରେ ଅଡ଼ି ବସିଛି । ଚୀନ ଚାହୁଁଛି ବିନା ସର୍ତ୍ତରରେ ଏହି ଅଞ୍ଚଳରୁ ନିଜ ସେନା ହଟାଇ ନିଅନ୍ତୁ । କିନ୍ତୁ ଭାରତ ଚାହୁଁଛି ଏହି ବିବାଦ ଉପରେ କଥାବାର୍ତ୍ତା ହେବା ପୂର୍ବରୁ ଉଭୟ ଦେଶ ନିଜ ସେନା ଉକ୍ତ ଅଞ୍ଚଳରୁ ହଟାଇ ନିଅନ୍ତୁ ।