ଭାରତ କୋରିଆ କନେକ୍ସନ୍ : ଲକ୍ଷ ଲକ୍ଷ କୋରିଆଇ ଲୋକଙ୍କ ଦେହରେ ବହୁଛି ଭାରତୀୟ ରକ୍ତ 

194

ଦକ୍ଷିଣ କୋରିଆର ପ୍ରଥମ ମହିଳା କିମ୍ ଜୋଙ୍ଗ ସୁକ୍ ଭାରତ ଗସ୍ତରେ ଅଛନ୍ତି । ଗତକାଲି ଅଯୋଧ୍ୟାରେ ହେବାକୁ ଥିବା ଦୀପଉତ୍ସବରେ ସେ ମୁଖ୍ୟ ଅତିଥି ଥିଲେ । ତେବେ ଦୀପାବଳୀରେ କୋରିଆର ପ୍ରଥମ ମହିଳା ଆସିବାର କ’ଣ ସଂଯୋଗ ରହିଛି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଥିବ ନିଶ୍ଚୟ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅଯୋଧ୍ୟା ସହ ଦକ୍ଷିଣ କୋରିଆର ରହିଛି ଏକ ଖାସ୍ ସଂଯୋଗ ।

ସୂଚନା ଅନୁସାରେ ଅନେକ ବର୍ଷ ପୂର୍ବରୁ ଅଯୋଧ୍ୟାର ରାଜକୁମାରୀଙ୍କ ବିବାହ କୋରିଆର ରାଜବଂଶରେ ହୋଇଥିଲା । ଆଉ ସେ ସେଠାରେ ମହାରାଣୀ ହୋଇଥିଲେ । ତେଣୁ କୁହାଯାଏ କୋରିଆର ଲକ୍ଷ ଲକ୍ଷ ଲୋକଙ୍କ ବହୁଛି ଭାରତୀୟ ରକ୍ତ । ଅଯୋଧ୍ୟାର ଉକ୍ତ ରାଜକୁମାରୀଙ୍କ ନାମ ଥିଲା ସୁରିରତ୍ନା । କୋରିଆରେ ସେ ହି ହ୍ୱାଙ୍ଗ୍ ନାମରେ ପରିଚିତ ଥିଲେ । ରାଜକୁମାରୀଙ୍କ ଶ୍ରଦ୍ଧାଞ୍ଜଳି ଦେବାପାଇଁ ପ୍ରତିବର୍ଷ ଅନେକ କୋରିଆ ନାଗରିକ ଅଯୋଧ୍ୟା ଆସନ୍ତି । ତଥ୍ୟ ଅନୁସାରେ ୪୮ ତମ ଶତାବ୍ଦୀରେ ତାଙ୍କ ବିବାହ କୋରିଆର ଗୟା ରାଜ୍ୟର ରାଜା କମି୍ ସୁରଙ୍କ ସହ ହୋଇଥିଲା ।

ମାତ୍ର ୧୬ ବର୍ଷ ବୟସରେ ସୁରିରତ୍ନାଙ୍କୁ ସ୍ୱପ୍ନ ହୋଇଥିଲା ସମୁଦ୍ର ପାରି କରିବା ପରେ ହିଁ ତାଙ୍କ ବିବାହ ହୋଇପାରିବ । ସେ ତାଙ୍କର ଏହି ସ୍ୱପ୍ନ ବିଷୟରେ ନିଜ ବାପାମା’ଙ୍କୁ କହିଥିଲେ । ଆଉ ତା’ପରେ ଭାଇକୁ ଧରି ସ୍ୱାମୀଙ୍କୁ ଖୋଜିବା ପାଇଁ ବାହାରି ପଡ଼ିଥିଲେ । ଆଉ ଏକ ମାନ୍ୟତା ଅନୁସାରେ ତାଙ୍କ ବାପାଙ୍କୁ ଏହି ସ୍ୱପ୍ନ ଆସିଥିଲା । ସ୍ୱପ୍ନପରେ ସେ ତାଙ୍କ ଝିଅକୁ ସମୂଦ୍ର ପଥରେ ସ୍ୱାମୀ ଖୋଜିବା ପାଇଁ ପଠାଇଥିଲେ । ଆଉ ତାଙ୍କ ସାଙ୍ଗରେ ଥିଲେ ସୁରୀରତ୍ନାଙ୍କ ଭାଇ ।  ଡଙ୍ଗାରେ ସମୂଦ୍ର ପାର ହେବାପରେ ସୁରୀରତ୍ନା କୋରିଆ ପହଞ୍ଚିଥିଲେ । ସେଠାରେ ପହଞ୍ଚି ରାଜାଙ୍କୁ ସ୍ୱପ୍ନ ବିଷୟରେ କହିଥିଲେ ଓ ଉଭୟଙ୍କ ବିବାହ ହୋଇଯାଇଥିଲା । ବିବାହ ତାମ ନାମ ପରିବର୍ତ୍ତନ କରି ହୋ ହ୍ୱାଙ୍ଗ ରଖାଯାଇଥିଲା । ସେଥିପାଇଁ ଅଯୋଧ୍ୟାର ଅନେକ ପରମ୍ପରା ସେଠାରେ ପାଳନ କରାଯାଏ ।