ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ବୀରତ୍ୱର କାହାଣୀ : ଯାହାଙ୍କ ନାଁ ଶୁଣିଲେ ଥରହର ହେଉଥିଲେ ଇଂରେଜ ।

802

ଇତିହାସ ପୃଷ୍ଠାରେ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ଥାନ ଦିଆଯାଇଛି । ସେଥି ମଧ୍ୟରୁ ଭଗତ ସିଂହ ହେଉଛନ୍ତି ଅନ୍ୟତମ । ଦେଶ ପାଇଁ ଅନେ ମହାନ କାମ କରି ଆଜି ବି ଲୋକଙ୍କ ମନରେ ଅମର ହୋଇ ରହିଛନ୍ତି । ଏହି କ୍ରାନ୍ତିକାରୀ ଯବାନଙ୍କ ବିଷୟରେ ଭାରତର ପ୍ରତିଟି ପିଢି ଅବଗତ ରହିଛନ୍ତି । ଯାହାଙ୍କ ମହାନ କାମ ପାଇଁ ଭାରତର ଯୁବପିଢିମାନେ ଆଜିବି ପ୍ରେରିତ ହେଉଛନ୍ତି ଏବଂ ତାଙ୍କ ପ୍ରେରଣାରେ କାର୍ଯ୍ୟ କରୁଛନ୍ତି । ସହିଦ ଭଗତ ସିଂହ ଜଣେ ମହାନ କ୍ରାନ୍ତିକାରୀ ଥିଲେ ଯାହାଙ୍କ ନାଁ ଶୁଣିଲେ ଇଙ୍ଗରେଜମାନେ ଭୟରେ କମ୍ପି ଉଠୁଥିଲେ । ଭଗତ ସିଂହ ଭାରତ ମା’ର ଜଣେ ବିର ସୁପୁତ୍ର ଯିଏ ଭାରତ ମାତାକୁ ସ୍ୱାଧୀନତା ଦେବା ପାଇଁ ହସି ହସି ନିଜ ପ୍ରାଣର ଆହୁତି ଦେଇଥିଲେ ।

ଭଗତ ସିଂହ ସେପ୍ଟେମ୍ବର ୨୮ ତାରିଖ ୧୯୦୭ ତାରିଖରେ ପଞ୍ଜବର ଲାୟପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜନ୍ମ ଏକ ଶିଖ ପରିବାରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଥିଲା ସରଦାର କିସାନ ସିଂହ ସାଧୁ ଏବଂ ମାତା ନାମ ବିଦ୍ୟାବତୀ ଥିଲା । ତାଙ୍କର ପାଞ୍ଚ ଭାଇ ତିନି ଭଉଣି ଥିଲେ । ସମସ୍ତ ଭାଇ ଭଉଣିଙ୍କ ମଧ୍ୟରୁ ଭଗତ ସିଂହ ସବୁଠାରୁ ଚାଲାକ ଚତୁର ଏବଂ ବିଚେକ୍ଷଣ ବୁଦ୍ଧିଆ ଥିଲେ । ଭଗତ ସିଂହଙ୍କ ପରିବାର ପୂର୍ବରୁ ହିଁ ଦେଶପ୍ରେମୀ ଥିଲେ ଏବଂ ଦେଶ ପାଇଁ ଲଢି ଆସୁଥିଲେ । ଭଗତ ସିଂହଙ୍କ ଜନ୍ମ ସମୟରେ ତାଙ୍କ ପିତା ଏବଂ ତାଙ୍କର ଦୁଇ ଦାଦା ଜେଲରେ ବନ୍ଦି ହୋଇ ରହିଥିଲେ । ବାପା ଦାଦାଙ୍କ ଭଳି ଭଗତ ସିଂହଙ୍କ ଭିତରେ ବି ଛୋଟ ବେଳୁ ଦେଶପ୍ରେମ ଭରି ହୋଇ ରହିଥିଲା । ସେ ତାଙ୍କର ପାଠପଢା ଗାଁ ସ୍କୁଲରୁ ଆରମ୍ଭ କରିଥିଲେ । ସ୍କୁଲରେ ଅନ୍ୟ ପିଲାଙ୍କ ଭଳି ଭଗତ ନଥିଲେ । ସେ ପ୍ରତିଦିନ ନୂଆ ନୂଆ ସାଙ୍ଗ ବନାଇବାକୁ ପସନ୍ଦ କରୁଥିଲେ । ଅନ୍ୟ ସପିଲାମାନେ ସ୍କୁଲ କକ୍ଷରେ ପାଠ ପଢୁଥିବା ବେଳେ ଭଗତ ଶ୍ରେଣୀ ଗୃହରୁ ବାହାରିଯାଇ ନଦୀ କୁଳରେ ବସି ଝରଣାକୁ ଦେଖିବା ସହ ଚଢେଇମାନଙ୍କ ରାବକୁ ଅନୁଭବ କରୁଥିଲେ ।

ଭଗତ ସିଂହ ଧିରେ ଧିରେ ବଡ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ଆନ୍ଦୋଳନ କରିବାକୁ ଲାଗିଥିଲେ । ଭାରତକୁ ଆଜାଦି ଦେବା ପାଇଁ ଅନେକ ସଂଗଠନରେ ଯୋଗ ଦେଇଥିଲେ ଏବଂ ଅନେକ ସଂଗଠନ ମଧ୍ୟ ବନାଇଥିଲେ । ସଂଗଠନରେ ମିଶି ଇଂରେଜ ମାନଙ୍କ ବିରୁଦ୍ଧରେ ଲଢୁଥିଲେ । କାଳ କ୍ରମେ ଭଗତ ସିଂହ ଇଂରେଜମାନଙ୍କ ପାଇଁ ଏକ ମୁଁଣ୍ଡ ବିନ୍ଧା ପାଲଟି ଯାଇଥିଲେ । ସେତେବେଳ ସମୟରେ ଭଗତ ସିଂହଙ୍କ ନାଁ ଶୁଣିଲେ ଇଂରେଜମାନେ ଭୟଭିତ ହୋଇ ଉଠୁଥିଲେ । ତେଣୁ ଭଗତ ସିଂହଙ୍କୁ ରାସ୍ତାରୁ ହଟାଇବା ପାଇଁ ଇଂରେଜମାନେ ଭଗତ ଏବଂ ତାଙ୍କର କେତେକ ସାଥୀଙ୍କୁ ବନ୍ଦି କରି ଜେଲରେ ଭର୍ତି କରିଦେଇଥିଲେ ।

୧୪ ଜୁଲାଇ ୧୦୨୯ରେ ଭଗତ ସିଂହ ନିଜର ଦାବି ପୁରା କରିବା ପାଇଁ ଏକ ପତ୍ର ଭାରତ ସରକାରଙ୍କ ଗୁରୁ ସଦସ୍ୟଙ୍କ ପାଖକୁ ପଠାଇଥିଲେ । ସେଥିରେ ଲେଖାଥିଲା, ରାଜନୈତିକ କଏଦି ହୋଇଥିବା କାରଣରୁ ଆମକୁ ମଧ୍ୟ ଭଲ ଖାଦ୍ୟ ଖାଇବାକୁ ଦିଆଯାଉ । ଏଥିପାଇଁ ଆମର ଖାଦ୍ୟ ମଧ୍ୟ ୟୁରୋପିଆନ କଏଦିଙ୍କ ଖାଦ୍ୟ ଭଳି ହେବା ଆବଶ୍ୟକ । ଆମକୁ ଜେଲରେ କାମ କରିବାକୁ କୁହାନଯାଉ । ଏହି ଭଳି ଅନେକ ଦାବି କରି ଅନସନ ଆରମ୍ଭ କରିଥିଲେ ଭଗତ । କେବଳ ଭଗତ ନୁହେଁ ଭଗତଙ୍କ ଅନ୍ୟ ସାଥୀମାନେ ମଧ୍ୟ ଏହି ଅନସନରେ ସାମିଲ ହୋଇଥିଲେ । ସରକାରଙ୍କ ପାଇଁ ଏହି ଅନସନ ଏକ ମୁଣ୍ଡବିନ୍ଧାର କାରଣ ପାଲଟିଯାଇଥିଲା । ସେପଟେ ପ୍ରତିଦିନ ଭଗତ ସିଂହଙ୍କ ଶରୀରର ଓଜନ ୫ ପାଉଣ୍ଡ ଲେଖାଏ କମିବାକୁ ଲାଗିଥିଲା । ୨ ସେପ୍ଟେମ୍ବର ୧୯୨୯ରେ ସରକାର ଜେଲ ଇନକ୍ୱାରି କମିଟି ସ୍ଥାପନା କଲେ । ୧୩ ସେପ୍ଟେମ୍ବର ବେଳକୁ ଏହି ଆନ୍ଦୋଳନ ଭୟଙ୍କର ରୁପ ନେଇଥିଲା । ଏହି ଆନ୍ଦୋଳନରେ ଭଗତ ସିଂହଙ୍କ କେତେକ ମିତ୍ର ଭୋକ ଉପାସରେ ସହିଦ ହୋଇଗଲେ । ପ୍ରାୟ ୧୧୪ ଦିନ ଅନସନରେ ବସିବା ପରେ ଭଗତ ସିଂହ ଏବଂ ତାଙ୍କ ସାଥୀମାନେ ରୁଟି ଏବଂ ଡାଲି ଖାଇ ଅନସନକୁ ସମାପ୍ତ କରିଥିଲେ ।

ଭଗତ ସିଂହଙ୍କୁ ଫାଶୀ :

ଭଗତ ସିଂହ ଜେଲରେ ରହି ମଧ୍ୟ ତାଙ୍କର ଦୁଃସାହସିକ କାର୍ଯ୍ୟକ୍ରମ ବନ୍ଦ କରିନଥିଲେ । ତେଣୁ ବ୍ରିଟିସ ସରକାର ଏହି ମାମଲାକୁ ତୁରନ୍ତ ସମାଧାନ କରିବାକୁ ଚାହୁଁଥିଲେ । ସେଥିପାଇଁ ବ୍ରିଟିସ ସରକାର ମେ ୧ ତାରିଖ ୧୯୩୦ରେ ଏକ ଟ୍ରିବୁନାଲ ବୈଠକ ଡକାଇଥିଲେ । ସେହି ବୈଠକରେ ଏକ ତରଫା ନିଷ୍ପତି ନିଆଯାଇ ୭ ଅକ୍ଟବର ୧୯୩୦ରେ ଭଗତ ସିଂହ ଏବଂ ତାଙ୍କ ସାଥୀଙ୍କ ବିରୁଦ୍ଧରେ ଶୁଣାଣି ହୋଇଥିଲା । ଏହି ଶୁଣାଣିରେ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରଙ୍କୁ ଫାସି ଦଣ୍ଡରେ ଦଣ୍ଡିତ କରିବା ସହ ତାଙ୍କ ଅନ୍ୟ ସାଥୀମାନଙ୍କୁ କଳାପାଣି ଦଣ୍ଡରେ ଦଣ୍ଡିତ କରିଥିଲେ । ବୈଠକର ନିଷ୍ପତି ଅନୁଯାୟୀ, ୨୪ ମାର୍ଚ୍ଚ ୧୯୩୧ରେ ଭଗତଙ୍କୁ ଫାଶୀ ଦିଆଯିବାର ନିଷ୍ପତି ନିଆଯାଇଥିଲା । କିନ୍ତୁ ଜନ ଆନ୍ଦୋଳନକୁ ଆଖିଆଗରେ ରଖି ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟା ୭ଟା ୩୩ ମିନିଟରେ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ଫାଶୀ ଦେଇଦିଆଗଲା । ଏହି ମହାନ ବ୍ୟକ୍ତିତ୍ୱ ନିଜ ଦେଶବାସିଙ୍କ ମଧ୍ୟରେ ଦେଶ ପ୍ରେମ ଯଗାଇବା ପାଇଁ ସହିଦ ହୋଇଯାଇଥିଲେ ।