ଟିକେଟ୍ କ୍ୟାନସଲକୁ ନେଇ ବଡ ତଥ୍ୟ ! ଜାଣନ୍ତୁ କେତେବେଳେ ଟ୍ରେନ ଟିକେଟ୍ କ୍ୟାନସଲ କଲେ ମିଳିନଥାଏ କୌଣସି ଟଙ୍କା ।

24

ଏମିତି ଅନେକ ଥର ହୋଇଥାଏ, ଯେତେବେଳେ ଆପଣ ଟ୍ରେନରେ କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଦେଇଥାନ୍ତି । କିନ୍ତୁ ଅନ୍ତିମ ସମୟରେ ଆପଣଙ୍କର ପ୍ଲାନ କ୍ୟାନସଲ ହୋଇଯାଇଥାଏ । ତେବେ ରେଳଯାତ୍ରୀଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ ଯେ, ଟିକେଟ କ୍ୟାନସଲ କଲେ ରିଫଣ୍ଡ ମିଳିଥାଏ କି ନାହିଁ । ଟିକେଟ କ୍ୟାନସଲ କରିବା ପରେ ରିଫଣ୍ଡ ପାଇବା ଅନେକ କାରଣ ଉପରେ ନିର୍ଭର କରିଥାଏ । ଜାଣନ୍ତୁ କେଉଁ ସ୍ଥିତିରେ ଟ୍ରେନ ଟିକେଟ କ୍ୟାନସଲ କଲେ ରିଫଣ୍ଡ ଆଧାରରେ କୌଣସି ଟଙ୍କା ମିଳିନଥାଏ ।

ତତ୍କାଳ ଟିକେଟ୍ – ଆପଣ ଯାତ୍ରା କରିବାର ଗୋଟିଏ ଦିନ ପୂର୍ବରୁ ତତ୍କାଳ ଟିକେଟ ବୁକ୍ କରିପାରିବେ । ଯଦି ଆପଣଙ୍କ ପାଖରେ କନଫର୍ମ ତତ୍କାଳ ଟିକେଟ୍ ଅଛି ଏବଂ ଆପଣ ଏହାକୁ କ୍ୟାନସଲ୍ କରିବା ପାଇଁ ଚାହୁଁଛନ୍ତି ତେବେ ଏହି କ୍ଷେତ୍ରରେ ଆପଣଙ୍କୁ କୌଣସି ରିଫଣ୍ଡ ମିଳିବ ନାହିଁ ।

କନଫର୍ମ ଟିକେଟ୍ – ଟ୍ରେନ ଆସିବାର ଚାରି ଘଣ୍ଟା ପୂର୍ବରୁ ଯଦି ଆପଣ ଆପଣଙ୍କ କନଫର୍ମ ଟିକେଟ୍ କ୍ୟାନସଲ୍ କରିନାହାନ୍ତି ଏବଂ ଟିଟିଆଇ କିମ୍ବା ଡିପୋଜିଟ୍ ରିସିଟ୍ ଫାଇଲ କରିନାହାନ୍ତି ତେବେ ଆପଣଙ୍କୁ କୌଣସି ରିଫଣ୍ଡ ମିଳିବ ନାହିଁ ।

ଆରଏସି ଇ-ଟିକେଟ୍ – ଯଦି ଆପଣଙ୍କ ପାଖରେ ଆରଏସି ଇ-ଟିକେଟ୍ ଅଛି କିନ୍ତୁ ଟ୍ରେନ ଛାଡିବାର ଅଧ ଘଣ୍ଟା ପୂର୍ବରୁ ଆପଣ ଏହାକୁ କ୍ୟାନସଲ କରିନାହାନ୍ତି ତେବେ ଆପଣଙ୍କୁ କୌଣସି ରିଫଣ୍ଡ ମିଳିବ ନାହିଁ ।

ୱେଟିଙ୍ଗ ସହ ଆଇ-ଟିକେଟ୍ – ଟ୍ରେନର ସିଡ୍ୟୁଲ୍ ଡିପାର୍ଚରରୁ ୩୦ ମିନିଟ୍ ପୂର୍ବରୁ କମ୍ପ୍ୟଟରାଇଜଡ୍ ପ୍ୟାସେଞ୍ଜର ରିଜର୍ଭେସନ ସିଷ୍ଟମ କାଉଣ୍ଟରରୁ ଆଇ-ଟିକେଟ୍ କ୍ୟାନସଲ କରାଯାଇପାରିବ । ଏହା ପରେ କୌଣସି ରିଫଣ୍ଡ ମିଳିନଥାଏ ।

ପ୍ରିମିୟମ୍ ସ୍ପେଶାଲ ଟ୍ରେନରେ ବୁକିଂ – ପ୍ରିମିୟମ୍ ସ୍ପେଶାଲ ଟ୍ରେନ ଗୁଡିକ ପାଇଁ ଆଇଆରସିଟିସି ନିୟମ ଅନୁଯାୟୀ, କନଫର୍ମ କିମ୍ବା ଆରଏସି ଟିକେଟ୍ କ୍ୟାନସଲ କରିବାର ଅନୁମତି ନାହିଁ । ଟିକେଟ କ୍ୟାନସଲ ହୋଇପାରିବ ଯେତେବେଳେ ଟ୍ରେନ ବାତିଲ ହେବ ।