ଏଠାରେ ମିଳିଥାଏ ଦୁନିଆର ସବୁଠାରୁ ଶସ୍ତା ପେଟ୍ରୋଲ ! ଦର ମାତ୍ର ୬୫ ପଇସା ପ୍ରତି ଲିଟର । 

32

ଭାରତରେ ପେଟ୍ରୋଲ ଦର ଦିନକୁ ଦିନ ବଢି ବଢି ଚାଲିଛି । ଏନେଇ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅସନ୍ତୋଷ ତେଜିବାରେ ଲାଗିଛି । ପେଟ୍ରୋଲ ଦର ବୃଦ୍ଧି ହେବା କାରଣରୁ ଖାଇବା ପିଇବା ଜିନିଷର ଦର ମଧ୍ୟ ବୃଦ୍ଧି ହେବାରେ ଲାଗିଛି । କିନ୍ତୁ ଭାରତକୁ ଛାଡିଦେଲେ ଅନ୍ୟ କେତେକ ଦେଶ ରହିଛି ଯେଉଁଠି ପେଟ୍ରୋଲ ଦର ଖୁବ ଶସ୍ତା ଏବଂ ଆଉ କେତେକ ଦେଶରେ ପେଟ୍ରୋଲ ଦର ଖୁବ ଅଧିକା । ତେବେ ଆସନ୍ତୁ ଜାଣିବା ସେହି ଦେଶ ଗୁଡିକୁ ଯେଉଁଠି ପେଟ୍ରୋଲ ଦର ଆମ ଭାରତର ଥଣ୍ଡା ପାନୀୟ ଦର ଠାରୁ ମଧ୍ୟ କମ ରହିଛି ଏବଂ ଆଉ କେତେକ ଦେଶରେ ପେଟ୍ରୋଲ ଦର ଆକାଶ ଛୁଆଁ ରହିଛି ।

ପ୍ରଥମେ ଆରମ୍ଭ କରିବା ଭାରତର ବିରୋଧୀ ଦେଶ ପାକିସ୍ତାନ ଠାରୁ । ପାକିସ୍ତାନରେ ପେଟ୍ରୋଲ ଦର ଭାରତର ପେଟ୍ରୋଲ ଦର ଠାରୁ ପାଖାପାଖି ୨୪ ଟଙ୍କା କମ ରହିଛି । ସୁଡାନରେ ପେଟ୍ରୋଲ ଦର ଲିଟର ପିଛା ୨୨.୧୩ ଟଙ୍କା ରହିଛି ଯାହା ଭାରତର ଦୋକାନ ମାନଙ୍କରେ ବିକ୍ରି ହେଉଥିବା ଥଣ୍ଡା ପାନୀୟ ଦର ଠାରୁ ମଧ୍ୟ କମ ଅଟେ ।  ସେହିଭଳି କୁବେତରେ ପେଟ୍ରୋଲ ଦର ଲିଟର ପିଛା ୨୨.୭୮ ଟଙ୍କା ରହିଛି । ଇରାନରେ ପେଟ୍ରୋଲ ଦର ୨୩.୪୩ ଟଙ୍କା ରହିଛି । ମିଶ୍ରରେ ପେଟ୍ରୋଲ ଦର ଲିଟର ପିଛା ୨୪.୭୩ ଟଙ୍କା ରହିଛି ।  ଆପଣ ମାନେ ଏହି ଦର ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ତେବେ ଆଉ ଏକ ଦେଶର ନାଁ ଶୁଣି ଆପଣ ବିଶ୍ୱାସ କରିପାରିବେନି ସେଠାକାର ପେଟ୍ରୋଲ ଦର ଏତେ କମ  । ବେନେଜୁଏଲା ନାମକ ଏକ ଦେଶରେ ପେଟ୍ରୋଲ ଲିଟର ପିଛା ୬୫ ପଇସା ରହିଛି  । ଏହି ଦେଶ ଗୁଡିକ ଅଧିକ ପରିମାଣରେ କ୍ରୁଡ ଅଏଲ୍ ମଧ୍ୟ ଉତ୍ପାଦନ କରିଥାନ୍ତି । ଏହା ଥିଲା ପେଟ୍ରୋଲ ଦର କମ ଥିବା ଦେଶ ଗୁଡିକର ତାଲିକା ଏବେ ଆସନ୍ତୁ ଜାଣିବା କେଉଁ କେଉଁ ଦେଶରେ ପେଟ୍ରୋଲ ଦର ଆକାଶ ଛୁଆଁ ରହିଛି ।

ସବୁଠାରୁ ଅଧିକ ପେଟ୍ରୋଲ ଦର ଥିବା ଦେଶ ମାନଙ୍କ ମଧ୍ୟରେ ଇଟାଲୀ ଅନ୍ୟତମ । ଇଟାଲିରେ ପେଟ୍ରୋଲ ଦର ଲିଟର ପିଛା ୧୨୩.୬୭ ଟଙ୍କା ରହିଛି । ସେହିଭଳି ନାମ୍ବିଆରେ ୧୩୧.୪୯ ଟଙ୍କା , ମୋନାକୋରେ ୧୩୨.୧୪ ଟଙ୍କା, ହଙ୍ଗକଙ୍ଗରେ ୧୩୪.୦୯ ଟଙ୍କା , ଆଇସଲ୍ୟାଣ୍ଡରେ ୧୩୫.୬୮ ଟଙ୍କା ପେଟ୍ରୋଲ ଦର ରହିଥିବା ବେଳେ ପାକିସ୍ତାନରେ ପେଟ୍ରୋଲ ଦର ଲିଟର ପିଛା ୪୯.୪୭ ଟଙ୍କା ରହିଛି ।