ସ୍ୱାମୀଙ୍କ ମୃତ୍ୟୁ ଆଶଙ୍କା କରି ଚତୁର୍ଥ ମହଲାରୁ ଡେଇଁଲେ ଗର୍ଭବତୀ ମହିଳା : ଆଖି ଖୋଲିବା ପୂର୍ବରୁ ମା’ ସହ ଆଖି ବୁଜିଲେ ଯମଜ ସନ୍ତାନ 

ବିବାହର ୧୦ ବର୍ଷ ପରେ ବି ଗାୟତ୍ରୀଙ୍କ କୌଣସି ସନ୍ତାନ ହେଉନଥିଲା ।

1,084

ନିମୋନିୟାରେ ପୀଡିତ ସ୍ୱାମୀଙ୍କ ଅବସ୍ଥା ବିଗିଡିବା ଜଣାପଡିବା ପରେ ସାତ ମାସର ଗର୍ଭବତୀ ମହିଳା ଏକ ନିର୍ମାଣାଧୀନ କୋଠାର ଚତୁର୍ଥ ମହଲାରୁ ଡେଇଁ ପଡିଲେ । ପଡୋଶୀ ତାଙ୍କୁ ହସପିଟାଲ ପହଂଚାଇଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସନ୍ତାନ ଦ୍ୱୟଙ୍କୁ ଜନ୍ମ ଦେଇ ଶେଷ ନିଶ୍ୱାସ ତ୍ୟାଗ କଲେ । ୩ ଘଣ୍ଟା ପରେ ଶିଶୁ ଦ୍ୱୟ ଆଖି ଖୋଲିବା ପୂର୍ବରୁ ଦୁନିଆରୁ ଚାଲିଗଲେ । ଏହାର ଠିକ୍ ପରେ ଭେଣ୍ଟିଲେଟରରେ ଥିବା ସ୍ୱାମୀଙ୍କ ମଧ୍ୟ ମୃତ୍ୟୁ ହୋଇଗଲା । ମହିଳାଙ୍କ ଭାଇଙ୍କ କହିବାନୁସାରେ, ମହିଳାଙ୍କୁ ଲାଗିଲା କି ତାଙ୍କ ସ୍ୱାମୀର ମୃତ୍ୟୁ ହୋଇଯାଇଛି । ସେଥିପାଇଁ ସେ ଏହି ପଦକ୍ଷେପ ନେଲେ ।

ସୂଚନାଯୋଗ୍ୟ, ବିବାହର ୧୦ ବର୍ଷ ପରେ ବି ଗାୟତ୍ରୀଙ୍କ କୌଣସି ସନ୍ତାନ ହେଉନଥିଲା । ସହର ଓ ସହର ବାହାର ଡାକ୍ତରଙ୍କ ପରାମର୍ଶ ନେଇ ସାରିଥିଲେ । ତା’ର କିଛି ଦିନ ପରେ ଘରେ ଖୁସିର ଲହରୀ ଖେଳିଲା । ଗାୟତ୍ରୀଙ୍କ ଗର୍ଭରେ ୭ ମାସର ଯାଆଁଳା ଶିଶୁ ଥିଲେ । ଉଭୟଙ୍କ ପରିବାର ଏହି ଖୁସିର ଅପେକ୍ଷାରେ ଥିଲେ । କିନ୍ତୁ ଆଖି ଖୋଲିବା ପୂର୍ବରୁ ଆଖି ବୁଜିଦେଲେ ଯାଆଁଳା ଶିଶୁ ।