‘ଆଇଜି ସାର, ମୋ କୁମ୍ପିର ସବୁ ଟଙ୍କା ନିଅନ୍ତୁୁ’ କିନ୍ତୁ ମୋ ସ୍ୱର୍ଗତ ମା’କୁ ନ୍ୟାୟ ମିଳୁ ! ୫ ବର୍ଷର କୁନିଝିଅର ଅନୁରୋଧ

74

‘ଆଇଜି ସାର, ମୋ କୁମ୍ପିର ସବୁ ଟଙ୍କା ନେଇଯାଆନ୍ତୁ’ କିନ୍ତୁ ମୋ ମା’ଙ୍କ ମୃତ୍ୟୁ ପାଇଁ ଦାୟୀ ଲୋଙ୍କଙ୍କୁ ଉଚିତ୍ ଦଣ୍ଡ ମିଳୁ । ଏପରି ଅନୁରୋଧ କରିଛି ୫ ବର୍ଷର ଏକ କୁନି ଝିଅ । ମିରଟ ରେଞ୍ଜର ଆଇଜି ରାମ କୁମାରଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏପରି ଅନୁରୋଧ କରିଥିଲା କୁନି ଝିଅ । ଏହି କୁନି ଛିଅର ମା’ ୨୯ ଅପ୍ରେଲ୨୦୧୭ରେ ଆତ୍ମହତ୍ୟା କରିଥିଲେ । ଅଭିଯୋଗ ଅନୁସାରେ ମହିଳା ଜଣକ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା ସହି ନପାରି ସେ ଏପରି ଚରମ ପଦକ୍ଷେପ ନେଇଥିଲେ ।

କୁନି ଝିଅଟି ନିଜର ଜେଜେବାପା ଶାନ୍ତିସ୍ୱରୂପ ଶର୍ମାଙ୍କ ସହ ନ୍ୟାୟ ପାଇଁ ଗତକାଲି ଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ମିରଟର ଗଙ୍ଗାନଗରେ ରହୁଥିବା ଶାନ୍ତିସ୍ୱୂରୂପ ଶର୍ମାଙ୍କ ଝିଅ ସୀମା, କପଡ଼ାସ ନିବାସୀ ସଞ୍ଜୀବଙ୍କୁ ବିବାହ କରିଥିଲେ । ଉଭୟଙ୍କର ଏକ ଝିଅ ମଧ୍ୟ ହେଲା । ପରିବାର ଲେକାଙ୍କ କହିବା ଅନୁସାରେ ସ୍ୱାମୀଙ୍କ ସହ ଝଗଡ଼ା ହେତୁ ସୀମା ୪ ବର୍ଷ ଧରି ଆସି ନିଜ ବାପାଙ୍କ ଘରେ ରହୁଥିଲେ । ସୀମା ଏନେଇ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ କେସ ମଧ୍ୟ କରିଥିଲେ ।

କିନ୍ତୁ ପୁଲିସ ତରଫରୁ ସୀମାଙ୍କ ସ୍ୱାମୀ ଓ ଶ୍ୱରଶୁର ଘର ଲୋକ ବିରୋଧରେ କୌଣସି କାର୍ଯ୍ୟାନଷ୍ଠାନ ଗ୍ରହଣ କରାଗଲା ନାହିଁ । ଶେଷରେ ଶ୍ୱଶୁର ଘର ଲୋକଙ୍କ ନିର୍ଯାତାନରେ ଅତିଷ୍ଠ ହୋଇ ଏହି ବର୍ଷ ୨୯ ଅପ୍ରେଲରେ ସୀମା ଆତ୍ମହତ୍ୟା କରଥିଲେ । ସୀମାର ପରିବାର ଲୋକ ସଞ୍ଜୀବ ସମେତ ଆଉ ୫ ଜଣଙ୍କ ନାମରେ ଏନେଇ ଅଭିଯୋଗ କରିଥିଲେ । ସେଥିପାଇଁ ମଙ୍ଗଳବାର ସୀମାର ଭାଇ ଓ ବାପା ନ୍ୟାୟ ପାଇଁ ଆଇଜି କାର୍ଯ୍ୟାଳକୁ ଯାଇଥିଲେ ।

ତାଙ୍କ ସାଥିରେ ଥିଲା ସୀମାର ୫ ବର୍ଷର କୁନି ଝିଅ । ଆଇଜି ଅଫିସରେ ଥିବା ଅଧିକାରୀମାନେ କୁନି ଝିଅ ହାତରେ କୁମ୍ପି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।  ମା’ର ମୃତ୍ୟୁର ନ୍ୟାୟ ପାଇଁ କୁନି ଝିଅର ଅନୁରୋଧ ସମସସ୍ତଙ୍କ ହୃଦୟକୁ ତରଳାଇ ଦେଇଥିଲା । ସେମାନେ ଏହି ମାଲଲାର ସଠିକ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଭରସା ଦେଇଛନ୍ତି ।

ନିଜର ଅଭିଯୋଗ ସାରି ଯେତେବଳେ ସୀମାର ଘରଲୋକ ଫେରୁଥିଲେ ଆଇଜି ସେହି କୁନି ଝିଅକୁ ତା’ କୁମ୍ପି ଫେରାଇ ଦେଇଥିଲେ । ଏହି ଘଟଣାକ୍ରମଣରେ ପୁଲିସ ମାମଲାର ଯାଞ୍ଚ କରି ଏବେ ଖୋଳତାଡ଼ ଆରମ୍ଭ କରିଛି । ସୀମାର ଘରଲୋକଙ୍କ ଆଶା ଓ ସୀମାର ଝିଆର ଅନୁରୋଧ ଯୋଗୁଁ ପୁଲିସ ଅଭିଯୁକ୍ତଙ୍କୁ ଗରିଫ କରି ସେମାନଙ୍କ ବିରୋଧରେ ଉତିତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆଶା କରାଯାଉଛି ।

                    ସୌଜନ୍ୟ – ଆଜତକ.କମ

ଭଗବାନଙ୍କ ଆଉ ଏକ ରୂପ ! ଅଗ୍ନିକାଣ୍ଡରେ ସର୍ବହରା ହୋଇପଡିଥିବା ଦିନ ମଜୁରିଆଙ୍କ ଝିଅ ବାହାଘର କଲେ ଆଇଏଏସ୍ ଅଫିସର୍