ଯଦି ଆପଣଙ୍କ ପାଖରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଅଛି , ତେବେ ଶୀଘ୍ର ପଢ଼ନ୍ତୁ ଏହି ଖବର । ସହିପାରନ୍ତି ବଡ଼ ଧରଣର କ୍ଷତି

42

କିଛି ଲୋକଙ୍କ ପାଇଁ ଏକାଧିକ ଆକାଉଣ୍ଟ ଖୋଲିବା ଜରୁରୀ କିନ୍ତୁ କିଛି ଲୋକ ବିନା ଆବଶ୍ୟକତାରେ ହିଁ ଦୁଇଟି ଆକାଉଣ୍ଟ ଖୋଲନ୍ତି । ଯଦି କେହି ବ୍ୟବସାୟୀ ଅଛନ୍ତି ଏବଂ ଟଙ୍କାର ନେଣ-ଦେଣ ନିତିଦିନିଆ ଆଧାରରେ ହୁଏ , ତେବେ ଆକାଉଣ୍ଟ ଖୋଲିବା ସେମାନଙ୍କ ପାଇଁ ଜରୁରୀ ହୋଇଯାଏ । କିନ୍ତୁ ଯେଉଁ ଲୋକମାନେ ବିନା କୈାଣସି କାମରେ ୨ ବା ତତୋଧିକ ଆକାଉଣ୍ଟ ଖୋଲନ୍ତି ଏବଂ ତାର ପରିଚାଳନା କରିପାରନ୍ତିନି । ସେମାନେ ଏହି ଫାଇଦା ଓ କ୍ଷତି ବିଷୟରେ ଭାବନ୍ତିନି । ଅଲଗା ଅଲଗା ଆକାଉଣ୍ଟରେ ଜମା ଥିବା ଟଙ୍କା ଉପରେ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏକାଧିକ ଆକାଉଣ୍ଟ ଖୋଲିବାର ଅପକାରିତା ବିଷୟରେ……

୨ ବା ତତୋଧିକ ବ୍ୟାଙ୍କ ଆକାଉଣ୍ଟ ହେବା ଦ୍ୱାରା ଆପଣଙ୍କ ବଡ ଆମାଉଣ୍ଟ ବ୍ୟାଙ୍କରେ ଫସିଯାଏ । ସେହି ଅର୍ଥରାଶିରେ ଆପଣଙ୍କୁ ସର୍ବାଧିକ ୪ରୁ ୫ ପ୍ରତିଶତ ବାର୍ଷିକ ରିର୍ଟନ ମିଳେ । ସେଇଠି ଯଦି ଅଧିକ ସେଭିଙ୍ଗ ଆକାଉଣ୍ଟ ରେ ଟଙ୍କା ରଖିବା ବଦଳରେ ତାକୁ ଅନ୍ୟ ଯୋଜନାରେ ନିବେଶ କଲେ ଆପଣଙ୍କୁ ବାର୍ଷିକ ରିର୍ଟନରେ ଅଧିକ ସୁଧ ମିଳିବ ।

ଏହା ସହିତ ଅଧିକାଂଶ ଜମା ଖାତାରେ ବ୍ୟାଙ୍କ ତରଫରୁ ସର୍ବନିମ୍ନ ବାଲାନ୍ସ ରଖିବାର ନିୟମ ରହିଛି । ଯଦି ଆପଣ ଏମିତି କରୁନାହାଁନ୍ତି ତେବେ ବ୍ୟାଙ୍କ ଆପଣଙ୍କ ଠାରୁ ଜରିମାନା ନେବ । ଆପଣଙ୍କ ଆକାଉଣ୍ଟରେ ପ୍ରତିବନ୍ଧକ ମଧ୍ୟ ଲାଗିବ । କେତେକ ବ୍ୟାଙ୍କରେ ସର୍ବନିମ୍ନ ବାଲାନ୍ସର ସୀମା ୧୦,୦୦୦ ଟଙ୍କା ଅଛି । ଏମିତିରେ ଆପଣଙ୍କ ପାଖରେ ୨ରୁ ଅଧିକ ଆକାଉଣ୍ଟ ଅଛି ଯଦି ଆପଣଙ୍କ ଚିନ୍ତା ବଢ଼ିଯିବ ।