ଟିକେଟ୍ ନଥିଲେ ବି ରୋକିପାରିବନି ଟିଟିଇ ! ଜାଣନ୍ତୁ ଯାତ୍ରୀଙ୍କୁ କି ସୁବିଧା ଦେଇଥାଏ ରେଳବାଇ ?

ଯଦି ଆପଣ ଘରେ ଟ୍ରେନ୍ ଟିକେଟ୍ ଭୁଲିଯାଇଛନ୍ତି କିମ୍ବା ଟିକେଟ୍ ହଜିଯାଇଛି, ତେବେ କ’ଣ କରିବେ ?

233

ଟ୍ରେନରେ ଯାତ୍ରା କରିବା ବହୁତ ସହଜ ଓ ଆରାମଦାୟକ ହୋଇଥାଏ । କିନ୍ତୁ ଅସୁବିଧା ସେତେବେଳେ ବଢ଼ିଯାଏ, ଯେତେବେଳେ ଆପଣ କିଛି ନିୟମ ଜାଣି ନଥିବେ । ସେଥିପାଇଁ ଆଜି ଆମେ ଆପଣଙ୍କ ଅସୁବିଧାକୁ କମାଇବା ପାଇଁ ଟ୍ରେନ୍ ଟିକେଟ୍ ସହିତ ଜଡିତ କିଛି ମୁଖ୍ୟ ସୂଚନା ଦେଉଛୁ ।

ଯଦି ଆପଣ ଘରେ ଟ୍ରେନ୍ ଟିକେଟ୍ ଭୁଲିଯାଇଛନ୍ତି କିମ୍ବା ଟିକେଟ୍ ହଜିଯାଇଛି, ତେବେ କ’ଣ କରିବେ ? ଆପଣ ଟ୍ରେନ୍ ମିସ୍ କରିଦେଲେ, କ’ଣ ଆପଣଙ୍କ ଟିକେଟ୍ ପଇସା ବୁଡିଯିବ କିମ୍ବା ଆପଣଙ୍କ ଟିକେଟ୍ ଯେଉଁ ଷ୍ଟେସନ ପର୍ଯ୍ୟନ୍ତ ଅଛି ଓ ହଠାତ୍ ଆପଣ ଯାତ୍ରା ସମୟରେ ଆହୁରି ଆଗକୁ ଯିବାକୁ ଅଛି, ତେବେ କ’ଣ କରିବେ ? ଏହି ସବୁକୁ ନେଇ ରେଳବାଇରେ ନିୟମ ତିଆରି ହୋଇଛି ।

ଟ୍ରେନ୍ ଟିକେଟ୍ ହଜିଗଲେ : ଯଦି ଆପଣ ଇ-ଟିକେଟ୍ ନେଇଛନ୍ତି ଓ ଟ୍ରେନରେ ଯିବା ସମୟରେ ଆପଣଙ୍କ ଟିକେଟ୍ ହଜିଯାଇଛି ଓ ଆପଣଙ୍କ ପାଖରେ ଟିକେଟ୍ ଦେଖାଇବା ପାଇର୍ କୌଣସି ଅପ୍ସନ ବି ନାହିଁ । ତେବେ ଆପଣ ଟିଟିଇକୁ ୫୦ ଟଙ୍କା ଜରିମାନା ଦେଇ ଟିକେଟ୍ ହାସଲ କରିପାରିବେ ।

ଯାତ୍ରୀ ପ୍ଲାଟଫର୍ମ ଟିକେଟରେ ଟ୍ରେନ୍ ଯାତ୍ରା କରିପାରିବେ ? : ଯଦି ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀ ଟ୍ରେନରେ ଚଢ଼ୁଛନ୍ତି, ତେବେ ସେ ତୁରନ୍ତ ଟିଟିଇକୁ ସଂପର୍କ କରି ଟିକେଟର ଅନୁରୋଧ କରିବା ଉଚିତ୍ । ସେହି ସମୟରେ ଯାତ୍ରୀ ଠାରୁ ୨୫୦ଟଙ୍କା ଜରିମାନା ଓ ଟିକେଟ୍ ମୂଲ୍ୟ ବସୁଲ କରାଯିବ ।

ଟ୍ରେନ୍ ମିସ କରିବା ପରେ ବି ଆପଣ ରିଫଣ୍ଡ ପାଇପାରିବେ : ଯଦି ଆପଣଙ୍କ ଟ୍ରେନ୍ ମିସ ହୋଇଯାଇଛି ଆପଣ ଟିଡିଆର ଭରି କି ନିଜ ଟିକେଟ ମୂଲ୍ୟର ୫୦% ରାଶି ରିଫଣ୍ଡ ଭାବେ ପାଇପାରିବେ । କିନ୍ତୁ ଏହି କାମ ନିର୍ଦ୍ଧାରିତ ସୀମା ଭିତରେ କରିବାକୁ ହେବ ।