ଏପରି ଏକ ସାଙ୍ଘାତିକ ରୋଗ, ଯେଉଁଠି ରୋଗୀ ଶୋଇଗଲେ ଚାଲିଜିବ ଜୀବନ । ଜାଣନ୍ତୁ କଣ ଏହି ରୋଗ ଓ ଏହାର ଉପଚାର କଣ ।

43

ଯେତେବେଳେ ଲୋମ ଡର୍ବସାୟାରଙ୍କ ଜନ୍ମ ହୋଇଥିଲା ସେତେବେଳେ ଡାକ୍ତର କହିଥିଲେ ସେ ଛଅ ସପ୍ତାହରୁ ଅଧିକ ବଞ୍ଚିପାରିବେ ନାହିଁ । କିନ୍ତୁ ସେ ଏବେ ୧୮ ବର୍ଷର ହୋଇଗଲେଣି । ଲୋମ ଡର୍ବସାୟାର ବଞ୍ଚିପାରିବେ ବୋଲି କାହର ଆଶା ନଥିବା ବେଳେ ସେ ମୃତ୍ୟୁ ସହ ସଙ୍ଘର୍ଷ କରି ୧୮ ବର୍ଷରେ ପହଞ୍ଚିଛନ୍ତି । କିନ୍ତୁ ତାଙ୍କୁ ଏପରି ଏକ ଦୁର୍ଲଭ ରୋଗ ହୋଇଛି ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ ଚକ୍କିତ ହୋଇଯିବେ । ଲୋମ ଡର୍ବସାୟାର ଯଦି କେବେ ଶୋଇପଡିବେ ତେବେ ତାଙ୍କର ମୃତ୍ୟୁ ହୋଇଯିବ । ଏହା ଶୁଣି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ଏକ ଅନୁଧ୍ୟାନରୁ ଜଣା ପଡିଛି ଦୁନିଆରେ କେବଳ ୧୫ଶହ ଲୋକ ଏଭଳି ଏକ ରୋଗର ଶିକାର ହୋଇଛନ୍ତି ।
ଲୋମ ଡର୍ବସାୟାର କଞ୍ଜିନିଟଲ ସେଣ୍ଟ୍ରାଲ ହାଇପୋବ୍ରେଟିଲେଶନ ସିଣ୍ଡ୍ରୋମ ରୋଗରେ ପିଡିତ ଅଛନ୍ତି । ଏହି ରୋଗ ମନୁଷ୍ୟକୁ ହେଲେ ମନୁଷ୍ୟ ଶୋଇପାରେ ନାହିଁ । ଏହି ରୋଗରେ ଆକ୍ରାନ୍ତ ଥିବା ଲୋକ ଯଦି କେବେ ସୁଏ ତେବେ ତାର ଫୁସଫୁସ କାମ କରିବା ବନ୍ଦ କରିଦେଇଥାଏ । ଯହାଫଳରେ ରୋଗୀର ମୃତ୍ୟୁ ହୋଇଯାଇଥାଏ । ସେଥିପାଇଁ ଏଭଳି ଲୋକମାନଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ହିଁ ରଖିବାକୁ ପଡିଥାଏ । ତେଣୁ ଲିଓଙ୍କ ପିତା ମାତା ତାଙ୍କ ପୁଅର ସବୁବେଳେ ଜତ୍ନ ନେଇଥାନ୍ତି । ଏବଂ ଜିପିଏସ ଜରିଆରେ ପ୍ରତିମୁହୁର୍ତରେ ଲିଓଙ୍କ ଉପରେ ନଜର ରଖିଥାନ୍ତି ।
ଲିଓ ପିତାଙ୍କ କହିବା ଅନୁସାରେ ଏହି ରୋଗରେ ପିଡିତ ଥିବା ଲୋକଙ୍କୁ ନିଦ ଆସିଲେ ତାଙ୍କ ମସ୍ତିସ୍କ କାମ କରିବା ବନ୍ଦ କରିଦେଇଥାଏ । ସ୍ନାୟୁତନ୍ତ୍ର ମଧ୍ୟ ମସ୍ତିସ୍କକୁ ସିଗନାଲ ଦେବା ବନ୍ଦ କରିଦେଇଥାନ୍ତି । ଏପରି ପରିସ୍ଥିତିରେ ମଣିଷ ନିଶ୍ୱାସ ପ୍ରଶ୍ୱାସ ନେବାକୁ ସମ୍ପୁର୍ଣ୍ଣ ରୁପେ ଭୁଲିଯାଇଥାଏ । ଯାହା ଫଳରେ ମୃତ୍ୟୁ ହୋଇଯାଏ । ତେଣୁ ଲିଓକୁ ବଞ୍ଚାଇ ରଖିବା ପାଇଁ ଏକ ମେସିନ ଲଗାଯାଇଛି । ଶୋଇବା ସମୟରେ ସେହି ମେସିନ ଲିଓଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସାହାଯ୍ୟ କରିଥାଏ । ଲିଓ ଏବେ ସମ୍ପୁର୍ଣ୍ଣ ଭାବେ ଏହି ମେସିନ ଉପରେ ନିର୍ଭରଶିଳ ।