ବାୟୁସେନା ପାଇଲଟ୍ ଅଭିନନ୍ଦନଙ୍କ ଭାରତ ଫେରିିବା ବାଟ ଫିଟିଲା ! ପାକିସ୍ତାନରେ ପୂରଣ ହେଲା ସମସ୍ତ ପ୍ରକିୟା

453

କନକ ବ୍ୟୁରୋ : ଅଭିନନ୍ଦନଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ୱାଘା ସୀମାରେ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇସାରିଛି । ୱାଘା ସୀମା ଦେଇ ଭାରତ ଆସିବେ ଭାରତର ବୀରପୁତ୍ର ଅଭିନନ୍ଦନ । ବାୟୁସେନା ପାଇଲଟ୍ ଅଭିନନ୍ଦନ ବର୍ଥମାନ ଭାରତ ଫେରିିବା ନେଇ ବାଟ ଫିଟିଲା । ଅଭିନନ୍ଦନଙ୍କ ମୁକ୍ତି ପାଇଁ ପାକିସ୍ତାନରେ କାଗଜପତ୍ର ପ୍ରକିୟା ପୂରଣ ହୋଇଛି । ଦିନ ୩ଟାରୁ ୪ ଟା ଭିତରେ ପହଚିଂପାରନ୍ତି ଅଭିନନ୍ଦନ । ଅଟାରୀ ବର୍ଡରରେ ଭାରତୀୟ ବାୟୁସେନା ଟିମ ପହଚିଂଛନ୍ତି । ଆଜି ୱାଘା ବର୍ଡର ଦେଇ ସ୍ୱଦେଶକୁ ଫେରିବେ ଅଭନନ୍ଦନ ।

ଅଭିନନ୍ଦନଙ୍କୁ ସ୍ୱାଗତ କରିବେ ବାୟୁସେନା ପ୍ରତିନିଧି ଦଳ । ସେହିପରି ପୁଅକୁ ଆଣିବା ପାଇଁ ୱାଘା ବର୍ଡରରେ ପହଁଚିଛନ୍ତି ଅଭିନନ୍ଦନଙ୍କ ବାପା ମଆ । ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ ବୁଧବାର ପାକିସ୍ତାନ ଅଧିକୃତ କଶ୍ମୀର ଅଂଚଳରେ ଭୁଲ ବଶତଃ ଅବତରଣ କରିଥିଲେ । ଭାରତୀୟ ସୀମା ଭିତରକୁ ପଶିଆସିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬କୁ ଧ୍ୱଂସ କରିବା ପାଇଁ ପିଓକେ ଭିତରକୁ ପଶିଯାଇଥିଲେ ଅଭିନନ୍ଦନ । ତାଙ୍କୁ ସେଠାରୁ ପାକ୍ ସେନା କବଜା କରି ନେଇଥିଲା । ପାକିସ୍ତାନ କବଜାରେ ଭାରତୀୟ ପାଇଲଟ୍ ଥିବା ନେଇ ଭିଡିଓ ଭାଇରାଲ ହେବା ପରେ ନିସର୍ତରେ ତାଙ୍କୁ ମୁକ୍ତ କରିବାକୁ ଭାରତ ସରକାର ଦାବି କରିଥିଲେ । ପ୍ରବଳ ଆନ୍ତର୍ଜାତୀକ ଚାପ ଓ ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଶେଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆଜି ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି ଗତକାଲି ଘୋଷଣା କରିଥିଲେ ।

ଭାରତୀୟ ପାଇଲଟ୍ ଅଭିନନ୍ଦନ ବର୍ତମାନଙ୍କୁ ପାକିସ୍ତାନ ମାତ୍ର ଗୋଟିଏ ଦିନରେ ଛାଡିବା ନେଇ ଘୋଷଣା କରିବା ପରେ ସବୁଠି ଚର୍ଚ୍ଚା କେମିତି ଏତେ ଉଦାରତା ଦେଖାଇଲେ ପାକ୍ ସରକାର । ଏହା ପଛରେ କଣ ରହିଛି ପ୍ରମୁଖ କାରଣ । ଭାରତର ଯୁଦ୍ଧ ପ୍ରସ୍ତୁତିକୁ ଦେଖି ଡରିଗଲା ନାଁ ଆନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇଲେ ଇମ୍ରାନ । ତେବେ ସୂଚନା ଅନୁଯାୟୀ ଆମେରିକା, ସାଉଦି ଆରବ ଓ ୟୁନାଇଟେଡ୍ ଆରବ ଏମିରେଟସର ପ୍ରବଳ ଚାପ ଯୋଗୁଁ ପାକିସ୍ଥାନ ମୁଣ୍ଡ ନୁଆଁଇଁବା ପାଇଁ ଏକ ପ୍ରକାର ବାଧ୍ୟ ହୋଇଛି ।