ଶତ୍ରୁକୁ ବାୟୁସେନା ଦେଖାଇଲା ଦମ୍ ! ଅଧରାତିରେ ପାକ ସୀମାରେ ଗର୍ଜିଲା ଭାରତୀୟ ଫାଇଟର ଜେଟ୍

534

କନକ ବ୍ୟୁରୋ : ଶତ୍ରୁକୁ ବାୟୁସେନା ଦେଖାଇଲା ଦମ୍ । ଅଧରାତିରେ ପଞ୍ଜାବ-ପାକ ସୀମାରେ ଭାରତୀୟ ଫାଇଟର ଜେଟ୍ ଦେଖାଇଛି ଦମ୍ । ପଞ୍ଜାବ ସୀମାରେ ବାୟୁସେନା ଅଭ୍ୟାସ କରିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ,ଆଖାପାଖ ଅଚଂଳରେ ବିସ୍ପୋରଣରେ ଶଦ୍ଦ ଶୁଭିଛି । ସୀମା ନିକଟବର୍ତ୍ତ ଅମୃତସର ସହରରେ ଏ ନେଇ ଲୋକେ ଅନେକ ପ୍ରକାରର ଆଶଙ୍କା ପ୍ରକାଶ କରିଛନ୍ତି । ବାଲାକୋଟ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତେଜନାମୂଳକ ପରିସ୍ଥିତି ଦେଖାଦେଇଛି ।

ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ରହିଛି । ଏହି କ୍ରମରେ ପଞ୍ଜାବ ସୀମାରେ ଗୁରୁବାର ରାତିରେ ଅଭ୍ୟାସ କରିଛି ବାୟୁସେନା ଏହି ଅଭ୍ୟାସରେ ବହୁ ସଂଖ୍ୟାରେ ଲଢୁଆ ବିମାନ ସାମିଲ ହୋଇଥିଲେ । କୁହାଯାଉଛି, ପଞ୍ଜାବର ଅମୃତସରରେ ଗତକାଲି ରାତି ପ୍ରାୟ ୨ଟା ପରେ ଭୟଙ୍କର ଶଦ୍ଦ ଶୁଣିବାକୁ ମିଳିଥିଲା । କିନ୍ତୁ ଏହାର କାରଣ ଜଣାପଡିନଥିଲା । କିନ୍ତୁ ଏ ନେଇ କୌଣସି ଗୁଜବ ପ୍ରଚାର ନ କରିବାକୁ ସୁରକ୍ଷା କର୍ମୀ ଲୋକଙ୍କୁ ପରାମର୍ଶ ଦେଇଥିଲେ ।