ଚୀନ୍ ପୁଣିଥରେ ସଂଯୁକ୍ତ ରାଷ୍ଟ୍ରରେ ମସୁଦ୍ ଅଜହର ବିଷୟ ଉପରେ ପାକ୍ ର ସାଥ୍ ଦେଇଛି । ଏଭଳି ସ୍ଥିତିରେ ଭାରତ ଚୀନ୍ ବିପକ୍ଷରେ ଠିଆହୋଇଛି । ଯାହାର ପରିଣାମ ଏବେ ଚୀନକୁ ଭୋଗିବାକୁ ପଡିବ । କିଛି ଏହିଭଳି ପରିସ୍ଥିତି ଡୋକଲମ୍ ବିବାଦ ସମୟରେ ମଧ୍ୟ ହୋଇଥିଲା । ତେବେ ଚୀନକୁ ଏଥିପାଇଁ କେଉଁଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

Advertisment

publive-image

ଭାରତ ବଢାଇପାରେ ଆୟାତ ଶୁଳ୍କ : ଭାରତ,ପାକିସ୍ତାନ ଭଳି ଚୀନ୍ ବିପକ୍ଷରେ ମଧ୍ୟ ଆୟାତ ଶୁଳ୍କ ବଢାଇବା ପାଇଁ ମଧ୍ୟ ନିର୍ଣ୍ଣୟ ନେଇପାରେ । ବିଶେଷଜ୍ଞଙ୍କ କହିବାନୁସାରେ ଏହା ପାକ୍ ତୁଳନାରେ କମ୍ ରହିବ । ଯଦି ଏଭଳି ହୁଏ ତେବେ ଚୀନ୍ ଉପରେ ଦ୍ୱିପକ୍ଷ ମାଡ ପଡିବ । ଗୋଟିଏ ପଟେ ଆମେରିକା ଚୀନ୍ ପ୍ରଡକ୍ଟ ଉପରେ ଟ୍ୟାକ୍ସ ବଢାଉଥିବା ବେଳେ ଭାରତ ତରଫରୁ ମଧ୍ୟ ଚୀନ୍ ପ୍ରଡକ୍ଟ ଉପରେ ଆୟାତ ଶୁଳ୍କ ବଢାଇଲେ ଏଥିରେ ଚୀନର ଅର୍ଥ ବ୍ୟବସ୍ଥାରେ ଏହାର ପ୍ରଭାବ ପଡିବ ।

ଚୀନ୍ ର ଲାଭାଂଶ ହେବ ପ୍ରଭାବିତ : ଦୁଇଦଶନ୍ଧୀରେ ପ୍ରଥମଥର ପାଇଁ ଭାରତକୁ ଚୀନ୍ ରୁ ଅଧିକ ବିଦେଶ ନିବେଶ ମିଳିଛି । ଯାହା ଗତବର୍ଷ ୩୭.୭୬ ମିଲିୟମ୍ ଡଲାର ଏଫଡିଆଇ ସହିତ ସବୁଠାରୁ ଅଧିକ ରହିଛି ।

publive-image

ଚୀନ୍ ନିବେଶ ଉପରେ ପଡିବ ପ୍ରଭାବ : ଭାରତ ହେଉଛି ଦ୍ରୁତ ଗତିରେ ବଢୁଥିବା ଏକ ଅର୍ଥବ୍ୟବସ୍ଥା ଯେଉଁଥିରେ ବିଶ୍ୱର ସବୁ ଦେଶ ନିବେଶ କରିବାକୁ ଇଚ୍ଛା ପ୍ରକଟ କରିବେ । ଚୀନ୍ ମଧ୍ୟ ଭାରତରେ ୭୦ ବିଲିୟନ୍ ଡଲାରର ନିବେଶ କରିବାକୁ ଯାଉଛି । ଯଦି ମସୁଦ୍ ଅଜହର ଉପରେ ଚୀନ୍ ଅଧିକ ଅସୁବିଧା ସୃଷ୍ଟି କରେ ତେବେ ଚୀନ୍ ରୁ ଭାରତ ଆସୁଥିବା ନିବେଶ ଉପରେ ରୋକ ଲଗାଯାଇପାରେ । ଚୀନ୍ ଭାରତରେ ବୁଲେଟ୍ ଟ୍ରେନ୍ ସମେତ ଅନ୍ୟ କିଛି ଇନଫ୍ରାଷ୍ଟ୍ରକ୍ଚର ଉପରେ ନିବେଶ କରିବାକୁ ଚାହେଁ । ବର୍ତ୍ତମାନ ସମୟରେ ଯେଉଁଠି ଚୀନ୍ ର ବ୍ୟାପାରରେ ଯେଉଁଠି ଲାଭ ହେଉଛି ଭାରତ ବ୍ୟାପାରରେ କ୍ଷତି ହେଉଛି ।

publive-image

ଚୀନ୍ ସାମଗ୍ରୀ ବର୍ଜନ : ଆତଙ୍କୀ ମସୁଦ୍ ଅଜହରକୁ ବଚାଂଇବାକୁ ନେଇ ଭାରତ ଚୀନ୍ ଉପରେ କ୍ରୋଧିତ ଅଛି । ବ୍ୟବସାୟୀ ମାନେ ଏବେ ଚୀନ୍ ସାମଗ୍ରୀକୁ ବହିଷ୍କାର କରିବା କଥା କହୁଛନ୍ତି । ଆପଣଙ୍କୁ କହିରଖୁଛୁ ଭାରତରେ ଚଳିତମାସରେ ହୋଲି ପର୍ବ ରହିଛି । ଏହି ସମୟରେ ଚୀନ୍ ସାମଗ୍ରୀ ତଥା ରଙ୍ଗକୁ ବର୍ଜନ କରିବାକୁ କୁହାଯାଉଛି ।