ରିପୋର୍ଟ ବିଭାଗକୁ ଆସିଛି, ମୋ ପାଖକୁ ଆସିନି । ମୋ ପାଖକୁ ଆସିଲେ କହିବି । ମନ୍ତ୍ରୀଙ୍କ ବୟାନ ପରେ ବଢିଲା ଚର୍ଚ୍ଚା, ରିପୋର୍ଟ ବିଭାଗକୁ ଆସିଛି, ମନ୍ତ୍ରୀଙ୍କ ପାଖରେ ପହଞ୍ଚିନି କେମିତି?

434

କନକ ବ୍ୟୁରୋ: ଚର୍ଚ୍ଚାରେ ଆଇନମନ୍ତ୍ରୀଙ୍କ ବୟାନ । ପ୍ରବାସୀ ଶ୍ରମିକଙ୍କୁ ବାଲିଆପାଳ ବିଡିଓଙ୍କ ର୍ଦୁବ୍ୟବହାର ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଲେ, ତାଙ୍କ ପାଖକୁ ରିପୋର୍ଟ ଆସିନାହିଁ, ବିଭାଗ ପାଖକୁ ଯାଇଛି । ଏହାର କଣ ଅର୍ଥ ହୋଇପାରେ ଯେ ବିଭାଗ କଥା ବାବୁମାନେ ବୁଝୁଛନ୍ତି ଓ ଏଥିରେ ମନ୍ତ୍ରୀ ମହାଶୟଙ୍କର କିଛି କରିବାର ନାହିଁ ?

ଗତ ମେ ୧୩ ତାରିଖରେ ସୁରତରୁ ଫେରିଥିବା କିଛି ପ୍ରବାସୀ ଓଡିଆଙ୍କୁ ବାଲିଆପାଳ କ୍ୱାରେଂଟିନ୍ ସେଂଟରକୁ ନିଆଯାଇଥିଲା । ସଙ୍ଗରୋଧ କେନ୍ଦ୍ରରେ କୌଣସି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ଆଣିଥିଲେ ପ୍ରବାସୀମାନେ । ଯାହାକୁ ନେଇ ଗରମ ହୋଇଥିଲେ ବାଳିପାଳ ବିଡିଓ, ପ୍ରବାସୀ ଓଡିଆଙ୍କୁ ଚଉଦପୁରୁଷ କଥା କହି ନାଲିଆଖି ଦେଖାଇଥିଲେ ।

ପ୍ରବାସୀ ଶ୍ରମିକଙ୍କୁ ଗାଳିଗୁଲଜ ଘଟଣା ଗଣମାଧ୍ୟମରେ ପ୍ରଚାର ପରେ ମେ ୧୪ ତାରିଖରେ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲା ପଂଚାୟତିରାଜ ବିଭାଗ । ଶୁଣନ୍ତ ସେହି ସମୟରେ କଣ କହିଥିଲେ ପଂଚାୟତିରାଜ ମନ୍ତ୍ରୀ । ଜନତାଙ୍କ ସମସ୍ୟା ବୁଝିବା ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ଜନପ୍ରତିନିଧି ରହିଛନ୍ତି । ଆଉ ଯୋଜନାକୁ ରୂପାୟନ କରିବା ପାଇଁ ସରକାରୀ ବାବୁ । ଏବେ ଓଡିଆ ଶ୍ରମିକଙ୍କୁ ଦୁର୍ବ୍ୟବହାର ଘଟଣାର ତଦନ୍ତ ରିପୋର୍ଟକୁ ନେଇ ମନ୍ତ୍ରୀଙ୍କ ଏପରି ବୟାନ ନିହାତି ଲୋକଙ୍କୁ ନିରାଶ କରିବ ।