କାର ପ୍ରେମିଙ୍କ ପାଇଁ ଏକ ଖୁସିର ଖବର ! ଖୁବ ଶିଘ୍ର ଭାରତକୁ ଲଞ୍ଚ ହେବାକୁ ଯାଉଛି ହ୍ୟୁଣ୍ଡାଇ ଇଲେକ୍ଟ୍ରିକ ଏସୟୁଭି ।

30

ପେଟ୍ରୋଲ ଡିଜେଲକୁ ନେଇ ଗାଡି ଚାଳକମାନେ ଚନ୍ତାରେ ଥିବା ବେଳେ ହ୍ୟୁଣ୍ଡାଇ ମୋଟର୍ସ କାର ପ୍ରେମି ମାନଙ୍କ ପାଇଁ ଏକ ଇଲେକ୍ଟ୍ରିକ ଏସୟୁଭି ଲଞ୍ଚ କରିବାକୁ ଯାଉଛି । ସାଧାରଣ ଲୋକମାନେ ପେଟ୍ରୋଲ ଦରକୁ ନେଇ ଚିନ୍ତାରେ ପଡିଥିବା ବେଳେ ଅନେକ ଇଲେକ୍ଟ୍ରିକ ବାଇକ, ସ୍କୁଟି ଏବଂ ଅଟୋ ଇତ୍ୟାଦି ବଜାରକୁ ଆସିସାରିଛି । କିନ୍ତୁ ହ୍ୟୁଣ୍ଡାଇ ପ୍ରଥମ ଥର ପ।ଇଁ ଏକ ଇଲେକ୍ଟ୍ରିକ ଏସୟୁଭି ଲଞ୍ଚ କରିବାକୁ ଯାଉଛି ।

ହ୍ୟୁଣ୍ଡାଇ ମୋଟର୍ସ ଆସନ୍ତାବର୍ଷ ଭାରତରେ ଏହାର ଇଲେକ୍ଟ୍ରିକ ଏସୟୁଭି ବା ଯାନ ଉପଲବ୍ଧ କରାଇବ। ଆସନ୍ତାବର୍ଷ ଦ୍ୱିତୀୟାର୍ଦ୍ଧରେ ଭାରତକୁ ଏହି ଗାଡ଼ି ଆସିବ ବୋଲି ହ୍ୟୁଣ୍ଡାଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଦକ୍ଷିଣ କୋରିଆରେ ନିର୍ମିତ ଏହି ଗାଡ଼ିକୁ କମ୍ପାନି ଭାରତକୁ ଆମଦାନି କରିବ ବୋଲି ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଏମଡି ତଥା ସିଇଓ ଓ୍ଵାଇ କେ କୁ କହିଛନ୍ତି। ତେବେ ଭବିଷ୍ୟତରେ କମ୍ପାନି ଏହାର ଚେନ୍ନାଇସ୍ଥିତ ପ୍ଲାଣ୍ଟରୁ ଇଲେକ୍ଟ୍ରିକ ଯାନ ନିର୍ମାଣ କରିବ। ଉଲ୍ଲେଖଯୋଗ୍ୟ ଯେ, କମ୍ପାନି ଚଳିତବର୍ଷ ନୂଆଦିଲ୍ଲୀରେ ଅନୁଷ୍ଠିତ ଅଟୋ ସୋ’ରେ ଆୟନିକ୍ ଏବଂ କୋନା ନାମରେ ଦୁଇଟି ଇଲେକ୍ଟ୍ରିକ ଯାନର ପ୍ରଦର୍ଶନ କରିଥିଲା। ଏଥିସହିତ କମ୍ପାନି ଆସନ୍ତା ୨୦୨୦ ସୁଦ୍ଧା ଭାରତରେ ୮ଟି ନୂଆ ମଡେଲ ଗାଡ଼ି ଉପଲବ୍ଧ କରାଇବା ସହିତ ୨୦୨୧ ମାର୍ଚ୍ଚ ସୁଦ୍ଧା ଭାରତରେ ଉତ୍ପାଦନ କ୍ଷମତା ୧୦ ଲକ୍ଷ ୟୁନିଟକୁ ବୃଦ୍ଧି ଲକ୍ଷ୍ୟ ରଖିଛି।