ନୃଶଂସତା ନୁହେଁ ପରକୀୟା ପ୍ରୀତି ! ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

28

କନକ ବ୍ୟୁରୋ : ସ୍ୱାମୀର ପରକୀୟା ପ୍ରୀତି ସ୍ତ୍ରୀ ପାଇଁ ନୃଶଂସତା ନୁହେଁ । କେବଳ ଏକ୍ସଟ୍ରାମେରିଟାଲ ଆଫାୟର୍ ପାଇଁ ସ୍ୱାମୀ ବିରୋଧରେ ସଂଗୀନ୍ ଅପରାଧିକ ମାମଲା ଲାଗି ପାରିବନି । ସ୍ୱାମୀ-ସ୍ତ୍ରୀ ସଂପର୍କ ଭିତରେ ପରକୀୟା ପ୍ରୀତି ନେଇ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏହା ସହ ସ୍ୱାମୀ-ସ୍ତ୍ରୀ ଓ ସେ ଭିତରେ ଥିବା ସଂପର୍କ ନେଇ ଲକ୍ଷ୍ମଣରେଖା ନିର୍ଦ୍ଧାରଣ କରିଛନ୍ତି ସୁପ୍ରମିକୋର୍ଟ ।

ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କର୍ଣ୍ଣାଟକର ଏକ ମାମଲାର ଶୁଣାଣି କରି କହିଛନ୍ତି । ଏକ୍ସଟ୍ରାମେରିଟାଲ୍ ଆଫାୟର୍ ବା ପରକୀୟ ପ୍ରୀତି ପାଇଁ ଜଣେ ସ୍ୱାମୀ ବିରୋଧରେ ନୃଶଂସତା ମାମଲାରେ ଦୋଷୀ ସାବ୍ୟସ୍ତ କରି ହେବ ନାହିଁ । ପରକୀୟା ପ୍ରୀତି ଅବୈଧ୍ୟ ତଥା ଅନୈତିକ ହୋଇପାରେ ମାତ୍ର ଏଥିରେ ସ୍ତ୍ରୀ ପ୍ରତି ନୃଶଂସତାର ମାମଲା ଲାଗି ପାରିବ ନାହିଁ । କାରଣ ଅପରାଧିକ ମାମଲା ହେବା ପାଇଁ ଆଉ କିଛି ପରିସ୍ଥିତିର ଆବଶ୍ୟକତା ରହିଛି ।

କେବଳ ପରକୀୟା ପ୍ରୀତି ଯୋଗୁଁ ଜଣେ ସ୍ୱାମୀ ବିରୋଧରେ ଆଇପିସିର ଧାରା ୪୯୮-ଏ ଅର୍ଥାତ୍ ସ୍ତ୍ରୀ ପ୍ରତି ନୃଶଂସତା ଲାଗିବା, ଏହି ଧାରାର ପରିଧି ମଧ୍ୟରେ ଆସୁନଥିବା କୋର୍ଟ କହିଛନ୍ତି । ଶାରୀରିକ ନିର୍ଯାତନା ବାହାରେ ନିର୍ଯାତନାର ବିଭିନ୍ନ ରୂପ ଥାଇପାରେ ମାତ୍ର ପରକୀୟା ପ୍ରୀତିରେ ସ୍ୱାମୀ ଲିପ୍ତ ଅଛନ୍ତି ବୋଲି ଏବଂ ସ୍ତ୍ରୀ ମର୍ମାହତ ଅଛନ୍ତି ବୋଲି ତାଙ୍କ ବିରୋଧରେ ମାନସିକ ନିର୍ଯାତନା ବା ନୃଶଂସତା ମାମଲା ଲାଗୁ ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ସ୍ୱାମୀ ପରକୀୟା ପ୍ରୀତିରେ ଲିପ୍ତ ଥିଲେ ସ୍ତ୍ରୀ ବିବାହ ବିଚ୍ଛେଦ ବା ଅନ୍ୟ କୌଣସି ରାସ୍ତା ଆପଣାଇ ପାରିବେ । ବିବାହ ବିଚ୍ଛେଦ ପାଇଁ ପରକୀୟା ପ୍ରୀତି ଆଧାର ହୋଇପାରେ । ମାତ୍ର ଆଇପିସିର ଧାରା ୩୦୬ ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିବା ମାମଲା ଲାଗୁ କରିବା ଏଥିପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

କର୍ଣ୍ଣାଟକରେ ଜଣେ ମହିଳା ସ୍ୱାମୀର ପରକୀୟା ପ୍ରୀତି କାରଣରୁ ବିବାହର ୭ ବର୍ଷ ପରେ ଆତ୍ମହତ୍ୟା କରିଥିଲେ । ଏହି କାରଣରୁ ମହିଳାଙ୍କ ମା ଏବଂ ଭାଇ ମଧ୍ୟ ଆତ୍ମହତ୍ୟା କରିଥିଲେ । ଏହି ମାମଲାର ଶୁଣାଣି କରି ତଳ କୋର୍ଟ ତାଙ୍କ ସ୍ୱାମୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।