ସେକ୍ସ ପାଇଁ ମନାକଲେ ସ୍ତ୍ରୀକୁ ଛାଡପତ୍ର ଦେଇ ପାରିବେ ସ୍ୱାମୀ : ଦିଲ୍ଲୀ ହାଇକୋର୍ଟଙ୍କ ରାୟ

164

କୌଣସି ଯୁକ୍ତି ଯୁକ୍ତ କାରଣ ନଥାଇ ସ୍ୱାମୀଙ୍କ ସହ ସହବାସ କରିବାକୁ ମନାକଲେ ସ୍ତ୍ରୀକୁ ମିଳିବ ଦଣ୍ଡ । ଦୀର୍ଘଦିନ ଧରି ଯଦି ଏପରି ଚାଲିଥାଏ , ତେବେ ଏହାକୁ ଏକ ନିଷ୍ଠୁର ବ୍ୟବହାର ବୋଲି ଧରାଯିବ । ଯଦି ସ୍ୱାମୀ ଛାଡ ପତ୍ର ଦେଉଥାନ୍ତି, ତେବେ ଏହାକୁ କାରଣ କରି ପାରିବେ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।
ଶାରୀରିକ ଭାବେ ସୁସ୍ଥ ଥାଇ ସ୍ତ୍ରୀ ସେକ୍ସ ପାଇଁ ଅନୁମତି ଦେଉ ନାହାନ୍ତି । ଦୀର୍ଘ ସାଢେ ଚାରି ବର୍ଷ ହେଲା ତାଙ୍କ ଦେହକୁ ସ୍ପର୍ଶ କରିବାକୁ ବି ସୁଯୋଗ ଦେଉ ନାହାଁନ୍ତି । ଏଭଳି ଏକ ସ୍ଥିତିରେ ବୈବାହିକ ଜୀବନକୁ ଆଗକୁ ନେବା ଅସମ୍ଭବ । ଏଭଳି ଯୁକ୍ତି ଦର୍ଶାଇ ଜଣେ ବ୍ୟକ୍ତି ଦିଲ୍ଲୀ ହାଇକୋର୍ଟରେ ନିଜ ସ୍ତୀ ବିରୋଧରେ ଛାଡପତ୍ର ମାମଲା ରୁଜୁ କରିଥିଲେ । ଏହି ମାମଲାର ବିଚାର ବେଳେ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି , କୋର୍ଟ ଆଜି ଏହି ରାୟ ପ୍ରକାଶ କରିଛନ୍ତି ।

ଏହା ସହ ଦେଖନ୍ତୁ : ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ସ୍ୱାମୀଙ୍କୁ ଜିଦ କରିପାରିବେନି ପତ୍ନୀ