ରାଜକନିକା : ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ଦାବିରେ ଆମରଣ ଅନଶନ

57

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକରେ ଥିବା ବରାଡିଆ,କୋଇଲିପୁରୁ,ଜୟନଗର ଓ କାଟଣା ବଣିଆ ପଂଚାୟତରେ ଥିବା ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ଦାବି । ଚିଙ୍ଗୁଡି ଘେରି ଉଚ୍ଛେଦ ଦାବି କରି ଲୋକେ କନିକା ତହସିଲ ଆଗରେ ୩ଦିନ ହେଲା ଆମରଣ ଅନଶନରେ ବସିଛନ୍ତି । ବେଆଇନ ଚିଙ୍ଗୁଡି ଘେରି ହେବା ଦ୍ୱାରା ହଜାର ହଜାର ଏକର ଚାଷ ଜମିକୁ ଲୁଣା ପାଣି ମାଡିବା ସହିତ ଭିତର କନିକା ଜାତୀୟ ଉଦ୍ୟାନର ପରିବେଷ ନଷ୍ଟ କରୁଛି ବୋଲି ଅନଶନକାରୀ ଅଭିଯୋଗ କରିଛନ୍ତି । ଏହି ଆନ୍ଦୋଳନକୁ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି । ଅପରପକ୍ଷରେ ଅନଶନକାରୀଙ୍କୁ ଚିଠି ମାଧ୍ୟମରେ ହତ୍ୟା ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି ।