ସ୍ମୃତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ : ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଆସାମ ସଂସ୍କୃତି ମନ୍ତ୍ରୀ

25

କନକ ବ୍ୟୁରୋ : ସ୍ମୃତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆସାମ ମନ୍ତ୍ରୀ । ଅହମିଆ ସାହିତ୍ୟିକ ଲକ୍ଷ୍ମୀକାନ୍ତ ବେଜବରୁଆଙ୍କ ସମ୍ବଲପୁର ସ୍ଥିତ ଘରର ରକ୍ଷଣାବେକ୍ଷଣ ପାଇଁ ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଆସାମର ସଂସ୍କୃତି ମନ୍ତ୍ରୀ ନବ କୁମାର ଡୋଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସଫଳ ହୋଇଥିବା ସାକ୍ଷାତକାର ପରେ ପ୍ରତିକ୍ରିୟା ରଖି କହିଛନ୍ତି ନବ କୁମାର ।

ବେଜବରୁଆଙ୍କ ଘର ସଂରକ୍ଷିତ ପାଇଁ ସରକାର ରାଜି ଅଛନ୍ତି । ଏହାଦ୍ୱାରା ଓଡିଶା ଓ ଆସାମ ମଧ୍ୟରେ ସମ୍ପର୍କ ସୁଦୃଢ ହେବ । ରକ୍ଷଣାବେକ୍ଷଣର ସମୂର୍ଣ୍ଣ ଦାୟିତ୍ୱ ଓଡିଶା ସରକାର ନେବେ । ପ୍ରଥମ ପର୍ଯ୍ୟାୟରେ ଖର୍ଚ ହେବାକୁ ଥିବା ୫୦ ଲକ୍ଷ ଟଙ୍କା ରାଜ୍ୟ ସରକାର ଦେବେ । ମହାନଦୀ ବ୍ରିଜର ଉନ୍ନତିକରଣ ଲାଗି ସମ୍ବଲପୁର ଗୋଲେଇ ଛକରେ ଥିବା ଅଂଚଳକୁ ଭାଙ୍ଗିବାକୁ ପ୍ରଶାସନ ନିଷ୍ପତି ନେଇଥିଲା । ଏହି ଅଂଚଳରେ ଅହମିଆ ସାହିତ୍ୟିକ ବେଜବରୁଆଙ୍କ ଘର ମଧ୍ୟ ଥିଲା । ଏହା ପରେ ବିବାଦ ସୃଷ୍ଟି ହୋଇଥିଲା ।