ଅଧିକ ଦରମା ଚାହାନ୍ତି କି ? ଛାଡନ୍ତୁ ଏହି ୫ ଟି ଅଭ୍ୟାସ

38

ଯିଏ ଯେତେ ଦରମା ପାଉନା କାହିଁକି ସବୁବେଳେ କମ ହିଁ ଲାଗେ । କିନ୍ତୁ ଆପଣଙ୍କୁ ଯଦି ସତରେ ଲାଗୁଛି ଆପଣଙ୍କ ସାମର୍ଥ୍ୟ କମ କାରଣରୁ ଆପଣଙ୍କୁ ଦରମା ବଢୁନାହିଁ ତେବେ ଏମିତିରେ ଆପଣଙ୍କୁ କହି ରଖୁଛୁ କି କିପରି ଆପଣ ନିଜର କିଛି ଅଭ୍ୟାସ ଦ୍ୱାରା ନିଜର ସାମର୍ଥ୍ୟ ବଢାଇ ପାରିବେ ଓ ମନ ଇଚ୍ଛା ଦରମା ପାଇ ପାରିବେ ।

କେମିତ କମିଯାଏ ସାମର୍ଥ୍ୟ-
ଖରାପ ଅଭ୍ୟାସ ଉପରେ ନିଜର ନିୟନ୍ତ୍ରଣ ରଖିବା ଜରୁରୀ ନତୁବା ଏହା ଆପଣଙ୍କ ସାମର୍ଥ୍ୟକୁ କମ କରିଦିଏ । ଏହାସହ ଆପଙ୍କ କର୍ଯ୍ୟକ୍ଷମତାକୁ ବିଗାଡିଦିଏ । ଯଦି ଚାକିରୀରେ ଉନ୍ନତି କିମ୍ବା ଅଧିକ ଦରମା ପାଇଁବା ପାଇଁ ଚାହୁଁଛନ୍ତି ତେବେ ଏହି ୫ ଟି ଅଭ୍ୟାସକୁ ପରିତ୍ୟାଗ କରନ୍ତୁ-

୧.ବିଛଣାରେ ଫୋନ, ଲ୍ୟାପଟପ ଓ ଟାବଲେଟ ବ୍ୟବହାର କରିବା-
ରାତିରେ ଶୋଇବା ସମୟରେ ଫୋନ, ଲ୍ୟାପଟପ ଓ ଟାବଲେଟ ଆଦିର ବ୍ୟବହାର ଆପଣଙ୍କ ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଫୋନ ଓ ଲାପଟପ ଠାରୁ ବାହାରୁଥିବା ନୀଳ ଲାଇଟ ଆପଣଙ୍କ ନିଦ, ମିଜାଜ ଓ ଶକ୍ତିକୁ ବହୁତ ପ୍ରଭାବିତ କରେ । ଏହାସହ ଏପରି କରିବା ଦ୍ୱାରା ଆପଣଙ୍କର ସାମର୍ଥ୍ୟ ଆସ୍ତେ ଆସ୍ତେ କମିବାରେ ଲାଗେ ।

୨.ସବୁବେଳେ ଇଣ୍ଟରନେଟ ବ୍ୟବହାର-
କୌଣସି ବି କାମ ଉପରେ ଧ୍ୟାନ କେନ୍ଦ୍ରିିତ କରିବା ପାଇଁ ୧୫ ମିନିଟ ଲାଗେ । କିନ୍ତୁ ଯେତବେଳେ ଆମେ ଏହି ଏକାଗ୍ରତା ବନେଇ ନିଅନ୍ତି ଆମର ଧ୍ୟାନ କେନ୍ଦ୍ରିତ କରିବାର କ୍ଷମତା ବଢିଯାଏ । କିନ୍ତୁ ଲଗାତାର ନେଟ-ସର୍ଫିଙ୍ଗ କରିବା ଦ୍ୱାରା ଏକଗ୍ରତା ଭଙ୍ଗ ହୁଏ । ଏଥିପାଇଁ ଚେଷ୍ଟା କରନ୍ତୁ ସବୁବେଳ ନେଟ ସର୍ଫିଙ୍ଗରୁ ଦୂରେଇ ରହିବା ପାଇଁ ।
୩.କଷ୍ଟ କାମକୁ ଟାଳିବା-
ଯେତେବେଳ ଆପଣ ସକାଳୁ ଉଠନ୍ତି ଆପଣଙ୍କ ମନ ପ୍ରଫୁଲ୍ଲ ଥାଏ । ସେହି ସମୟରେ ହିଁ ଆପଣଙ୍କୁ ସବୁଠାରୁ ଅଧିକ କଷ୍ଟ କାମ କରିନେବା ଦରକାର । କାରଣ ସକାଳେ ଆପଣଙ୍କ ଏନର୍ଜି ବହୁତ ଥାଏ ।

୪.ଅଲାର୍ମକୁ ସ୍ନୁଜ କରନ୍ତୁ ନାହିଁ –
ଯେବେ ଆପଣ ରାତିକୁ ଅର୍ଲାମ ଦେଇ ଶୁଅନ୍ତି ତେବେ କେଉଁଠି ନା କେଁଉଠି ଆପଣଙ୍କ ମସ୍ତିସ୍କ ନିଜେ ଏଥିପାଇଁ ପ୍ରସ୍ତୁତ ହୋଇଯାଏ । ଏଥିପାଇଁ କେବେ କେବେ ଆପଣ ଆଲାର୍ମ ବାଜିବା ପୂର୍ବରୁ ହିଁ ଉଠି ଯାଆନ୍ତି । କିନ୍ତୁ ଯେତେବେ ଆପଣ ସ୍ନୁଜ ବଟନ ଦବାଇ ଆଉ ଥରେ ଶୋଇ ଯାଆନ୍ତି, ସେତେବଳେ ଆପଣଙ୍କ ମସ୍ତିସ୍କ ସଦ୍ୟତା ହରାଇଥାଏ ।

୫.ମଲ୍ଟିଟାସ୍କିଂ ହେବା କ୍ଷତିକାରକ-
ମଲଟିଟାସ୍କିଂ ହେବା ଦ୍ୱାରା ଏହା ଆପଣଙ୍କ ସାମର୍ଥ୍ୟକୁ ପୁରାପୁରି ଶେଷ କରିଦିଏ । ଏକ ସମୟରେ ଗୋଟିଏ କାମ କରିବା ଲୋକ ଭଲ କାମ କରନ୍ତି । ଅଧିକ କାମ କଲେ କାମ ଠିକ ନହେବା ସହ ତା’ର କାମର ମାନ ମଧ୍ୟ କମିଯାଏ ।