ପାକିସ୍ତାନ କବଳରେ ଥିବା ଭାରତୀୟ ପାଇଲେଟଙ୍କୁ କିଭଳି ସ୍ୱଦେଶ ଅଣାଯିବ ? କ’ଣ କହେ ନିୟମ ? ଜାଣନ୍ତୁ

503

ମଙ୍ଗଳବାର ପୁଲୱାମା ଆକ୍ରମଣର ଜବାବରେ ଭାରତ ପାକିସ୍ତାନ ସୀମାରେ ପଶି ଜୈସ୍ ର ଟ୍ରେନିଙ୍ଗ୍ କ୍ୟାମ୍ପ୍ ଏବଂ ସେଠାରେ ଉପସ୍ଥିତ ଥିବା ୩୫୦ ଆତଙ୍କବାଦୀଙ୍କୁ ମାରି ଗଡାଇଥିଲା । ଏହି ଘଟଣାକୁ ଭାରତୀୟ ବାୟୁସେନାର ‘୧୨ ମିରାଜ-୨୦୦୦’ ଏୟାରକ୍ରାଫ୍ଟ ଘଟାଇଥିଲା । ଭାରତର ଏହି ପଦକ୍ଷେପ ପରେ ପଡୋଶୀ ଦେଶ ଚିହିଁକୀ ଉଠିଛି । ଦୁଇ ଦେଶ ମଧ୍ୟରେ ଏବେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପାକିସ୍ତାନ ମଧ୍ୟ ଭାରତର ଏୟାରକ୍ରାଫ୍ଟକୁ ଧ୍ୱସଂ କରିବା ସହ ଜଣେ ଭାରତୀୟ ପାଇଲେଟଙ୍କୁ ନିଜ କବଜାରେ ରଖିଛି । ଭାରତ ପୂର୍ବରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦେଇନଥିବା ବେଳେ ପରମୁହୂର୍ତ୍ତରେ ନିଖୋଜ ପାଇଲେଟ୍ ପାକିସ୍ତାନ କଷ୍ଟଡୀରେ ଥିବା କଥା ଭାରତ ସ୍ୱୀକାର କରିଥିଲା । ଏଭଳି ସ୍ଥିିତିରେ ସମଗ୍ର ଦେଶ ଏବେ ଭାରତୀୟ ପାଇଲେଟଙ୍କ ସକୁଶଳ ନିଜ ଦେଶକୁ ଫେରିବାର କଥା ଚିନ୍ତା କରୁଛନ୍ତି । ତେବେ ଆସନ୍ତୁ ଜାଣିବା ସରକାରଙ୍କ ପାଖରେ ଏଭଳି କ’ଣ କ’ଣ ରାସ୍ତା ଅଛି ଯାହାଦ୍ୱାରା ସରକାର ପାଇଲେଟଙ୍କୁ ଫେରାଇ ଆଣିପାରିବେ ।

 

ପ୍ରଥମେ ଆପଣଙ୍କୁ କହିରଖୁଛୁ ଯେ ଏହା କୌଣସି ରଣ ନୁହେଁ । ଏହା ଅନ୍ୟ କଥା ଯେ ଯୁଦ୍ଧ ଘୋଷଣା ହେବା ପୂର୍ବରୁ ହିଁ ପାକ୍ କବଜାରେ ଭାରତୀୟ ପାଇଲେଟ ରହିଛନ୍ତି । ଏଭଳି ସ୍ଥିତିରେ ଭାରତ ନିଜ ପାଇଲେଟଙ୍କୁ ତୁରନ୍ତ ଛାଡିବା ପାଇଁ ପାକ୍ କୁ କହିଛି । ତେବେ ଭାରତର ଏହି ବୟାନରେ ପାକିସ୍ତାନ ତରଫରୁ କୌଣସି ଜବାବ୍ ଏ ପର୍ଯ୍ୟନ୍ତ ଦିଆଯାଇନାହିଁ । ଭାରତ ପାକିସ୍ତାନୀ ଉପ-ଉଚ୍ଚାଯୁକ୍ତ ସେୟଦ୍ ହେଦର୍ ଶାହଙ୍କ ଠାରୁ ସୁନିଶ୍ଚିତ କରିବାକୁ କହିଛି ଯେ ପାଇଲେଟଙ୍କୁ ଯେଭଳି କୌଣସି ଅସୁବିଧା ସହିବାକୁ ନ ପଡେ । କେବଳ ଏତିକି ନୁହଁ ଆଘାତ ପାଇଲେଟ୍ ଙ୍କୁ ଅନ୍ତରାଷ୍ଟ୍ରୀୟ ନିୟମର ଉଲ୍ଲଘଂନ କରି ଅଶୋଭନୀୟ ତରିକାରେ ଦେଖାଇଥିବାରୁ ଏହାର ନିନ୍ଦା କରାଯାଇଛି ।

ପାଇଲେଟଙ୍କୁ ପୁନଶ୍ଚ ଭାରତ ଆଣିବା ପାଇଁ କ’ଣ ରହିଛି ରାସ୍ତା ?

ଜେନେଭା କନଭେନସନ୍ ଅନୁସାରେ ଯୁଦ୍ଧ ସମୟରେ ପାକିସ୍ତାନ ଦ୍ୱାରା ଧରାଯାଇଥିବା ସୈନ୍ୟଙ୍କୁ ନେଇ ନିୟମ ପ୍ରସ୍ତୁତ କରାଯାଇଛି । ଏହି ସନ୍ଧି ଅନୁସାରେ ଯୁଦ୍ଧ ଶେଷ ହେବାର ତୁରନ୍ତବାଦ ବିନା କୌଣସି ସମୟ ଅପଚୟ ନକରି ବନ୍ଦି କରିଥିବା ଦେଶ ଉକ୍ତ ବ୍ୟକ୍ତିଙ୍କୁ ବନ୍ଦନମୁକ୍ତ କରିବେ । କିନ୍ତୁ ଏବେ ସମୟକୁ ଯୁଦ୍ଧ ବୋଲି କଦାପି କହିହେବ ନାହିଁ । ସୈନିକ ହେବାଯୋଗୁଁ ବନ୍ଦୀ କରିଥିବା ଦେଶ ଉକ୍ତ ପାଇଲେଟଙ୍କ ସହ ଉଚିତ୍ ବ୍ୟବହାର କରିବେ ।

ଯୁଦ୍ଧବନ୍ଦୀଙ୍କ ପାଇଁ କ’ଣ ରହିଛି ନିୟମ ?

୧ . ଯୁଦ୍ଧବନ୍ଦୀଙ୍କ ସହ ମାନବୀୟ ବ୍ୟବହାର ହେବା ଆବଶ୍ୟକ ।

୨ . ବନ୍ଦୀ କରିଥିବା ଦେଶ ଯୁଦ୍ଧବନ୍ଦୀଙ୍କୁ ଠିକ୍ ସମୟରେ ଚିକିତ୍ସା ଦେଉଥିବା ଆବଶ୍ୟକ ।

୩ . ବନ୍ଦୀଙ୍କ ସହ କୌଣସି ପ୍ରକାରର ଭେଦଭାବ ହେବନାହିଁ ଏହାର ଧ୍ୟାନ ରଖିବା ଆବଶ୍ୟକ ।

୪ . ବନ୍ଦୀଙ୍କ ସହ କୌଣସି ପ୍ରକାରର ହିଂସା ଯଥା-ମାରପିଟ୍ ଯେଭଳି ନ ହେଉ ଏହାର ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ ଯାହା ବନ୍ଦୀ କରିଥିବା ଦେଶ ସୁନିଶ୍ଚିତ କରିବ ।

୫ . ବନ୍ଦୀଙ୍କୁ ମାକୁଲ୍ କ୍ୟାମ୍ପରେ ନଜରବନ୍ଦ କରି ରଖିବାକୁ ପଡିବ ।