ମାତ୍ର ୩୦ ସେକେଣ୍ଡରେ ଖୋଲନ୍ତୁ କୌଣସି ବି ମୋବାଇଲର ‘ଆପ ଲକ’ ! ଜାଣନ୍ତୁ କିପରି ଏହା ସମ୍ଭବ ?

94

ଆଜିକାଲି ଲୋକମାନେ ସୁରକ୍ଷାକୁ ନେଇ କୌଣସି ବୁଝାମଣା କରୁ ନାହାନ୍ତି । ତେବେ ତାହା ଘରରର ସୁରକ୍ଷାକୁ ହେଉ କିମ୍ବା ନିଜର ସ୍ମାଟଫୋନର ସୁରକ୍ଷା କଥାହେଉ । ଫୋନର ସୁରକ୍ଷା ଦୃଷ୍ଟିରୁ ଲୋକେ ‘ଆପ ଲକ’ର ବ୍ୟବହାର କରନ୍ତି । ଆଜି ଆମେ ଆପଣଳୁ ଏପରି କୌଶଳ ଜଣାଇବୁ ଯାହା ଦ୍ୱାରା ଆପଣ ଖୁବ ସହଜରେ କୌଣସି ବି ଫୋନର ହ୍ୱାଟସଆପ, ଫେସବୁକ ଗ୍ୟାଲେରୀ ଲକ ଖୋଲି ପାରିବେ ।

ନିଜର ଫୋନର ସୁରକ୍ଷା ପାଇଁ ଅନେକ ଲୋକ ସିଏମ ସିକ୍ୟରିଟିର ବ୍ୟବହାର କରିବା ସହ କିଛି ଲୋକ ଆପ ଲକ ବ୍ୟବହାର କରନ୍ତି । ଏହି କୌଶଳ ଆମେ ଆପଣଙ୍କୁ ‘ଆପ ଲକ’ ଉପରେ କିପରି ବ୍ୟବହାର କରାଯିବ ତାହା ଜଣାଇବୁ । ଏହି କୌଶଳ ସବୁ ‘ଆପ ଲକ’ ଆପରେ କାମ କରିବ । ସର୍ବପ୍ରଥମେ ସ୍ମାଟଫୋନe ସେଟିଂ କୁ ଯାଇ ଆପ୍ସ ଅପ୍ସନରେ ଟ୍ୟାପ କରନ୍ତୁ ।

lockଏବେ ଆପଣଙ୍କ ସାମ୍ନାରେ ପୁରା ତାଲିକା ଆସିଯିବ । ମୋବାଇଲ ସ୍କ୍ରିନରେ ଖୋଲା ହୋଇଥିବା ଆପ୍ଲିକେଶନ ର ତାଲିକାକୁ ଯାଇ ଲକ ଆପକୁ ଖୋଜନ୍ତୁ । ଯେଉଁଠି ‘ଆପ ଲକ’ସିଏମ ସିକ୍ୟରିଟି ଭଲି କିଛି ଅପ୍ସନ ଆସିବ ତା’ଉପରେ କ୍ଲିକ କରନ୍ତୁ । ଏବେ ଆପ୍ଲିକେଶନ ଉପରେ କ୍ଲିକ କରିବା ପରେ ହିଁ ଆପଣଙ୍କ ସାମ୍ନାରେ ଏକ ୱିଣ୍ଡୋ ଖୋଲିବ ଯେଉଁଠି ଆପ ଭର୍ସନ ଓ ଅନଇନଷ୍ଟଲ ପରି କିଛି ଅପ୍ସନ ଦେଖାଯିବ । ସେହିଠାରେ ଆପଣଙ୍କୁ ଫୋର୍ସ ଷ୍ଟପ ମଧ୍ୟ ଦେଖାଯିବ ଯେଉଁଠି ଆପଣଙ୍କୁ କ୍ଲିକ କରିବାପାଇଁ ପଡିବ ।

ଏବେ ଫୋର୍ସ ଷ୍ଟପ ଉପରେ କ୍ଲିକ କରିବା ପରେ ଆପଣଙ୍କ ପାଖକୁ  ଏକ ମେସେଜ ଆସିବ । ଏହି ମେସେଜରେ ଓକେ ବଟନରେ ଆପଣଙ୍କୁ କ୍ଲିକ କରିବାକୁ ପଡିବ । ଏହାପରେ ଆପଣ କୌଣସି ବି ଆପକୁ ଯାଇପାରିବେ । ହ୍ୱାଟସଆପ, ମେସେଞ୍ଜର, ଫେସବୁକ ଓ ଫୋନର ଫଟୋ ଗ୍ୟାଲେରୀ ସବୁ ଆପଣ ଖୋଲି ପାରିବ କିନ୍ତୁ ଏଥିପାଇଁ ଫୋନରେ କିମ୍ବା ସେଟିଂ ଲକ ନହେବା ଦରକାର । ଏହି କୌଶଳ ବ୍ୟବହାର କରି ନିଜର ଆପ ଲକର ପାର୍ଟନ ଭୁଲିଗଲେ ବ୍ୟବହାର କରିପାରିବେ ।