କିପରି ବଢାଇବେ ସ୍ମରଣ ଶକ୍ତି । ଭୋଜନକରନ୍ତୁ ଏହି ସବୁ ଖାଦ୍ୟ

255

ଆଜିର ବ୍ୟସ୍ତବହୁଳ ଦୁନିଆରେ ଲୋକମାନେ ଅନେକ ସମୟରେ ବହୁତ କଥା ଭୁଲିଯାଆନ୍ତି । ଏହା ଏବେ ଏକ ଅଭ୍ୟାସରେ ପରିଣତ ହୋଇଗଲାଣିି । ଏହାକୁ ନେଇ ବେଳେ ବେଳେ ଲୋକମାନେ ଚିନ୍ତାରେ ପଡିଯାଇଥାଆନ୍ତି । ତେବେ ଏହାର ପ୍ରମୁଖ କାରଣ ହେଉଛି ଲୋକଙ୍କ ଠାରେ ଏଳାଗ୍ରତାର ଅଭାବ । ତେବେ ଆପଣ ଏମିତି କିଛି ଖାଦ୍ୟ ଭୋଜନ କରନ୍ତୁ ଯାହା ଫଳରେ ଆପଣଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇପାରିବ ।

ପେସ୍ତା ବାଦାମ:-ସାଧାରଣତଃ ପେସ୍ତାବାଦାମ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ବିଶେଷ ସହାୟକ ହୋଇଥାଏ। ତେଣୁ ଆପଣ ରାତିରେ ପେସ୍ତାବାଦାମକୁ ପାଣିରେ ଭିଜାଇ ଦେଇ ସକାଳରେ ତାର ଚୋପାକୁ ଛଡ଼ାଇ ଦିଅନ୍ତୁ ଏ ଏହାପରେ ଏହାକୁ ବାଟି ପେଷ୍ଟ ବନାନ୍ତୁ। ଏକ ଗ୍ଲାସ ଉଷୁମ କ୍ଷୀରରେ ଏହି ପେସ୍ତାବାଦାମର ପେଷ୍ଟ ମିଶାଇ ସେଥିରେ ୩ ଚାମଚ ମହୁକୁ ମିଶ୍ରଣ କରି କ୍ଷୀର ଥଣ୍ଡା ହେବା କ୍ଷଣି ତୁରନ୍ତ ହିଁ ପିଇଦିଅନ୍ତୁ।

କଫି ପିଅନ୍ତୁ: ଯେଉଁ ଲୋକ ଅଧିକାଂଶ ମାତ୍ରାରେ କଫି ପିଅନ୍ତି,ସେମାନଙ୍କ ଠାରେ ବି ସ୍ମରଣଶକ୍ତିରେ ବୃଦ୍ଧି ଘଟିଥାଏ।

ବ୍ରାହ୍ମୀ: ବ୍ରାହ୍ମି ଲତା ସ୍ମରଣ ଶକ୍ତି ବୃଦ୍ଧି କରିବାରେ ବିଶେଷ ଲାଭପ୍ରଦ ହୋଇଥାଏ। ତେଣୁ ଆପଣ ଏହାର ପତ୍ରକୁ ଚୋବାଇକି ଖାଆନ୍ତୁ କିମ୍ବା ଏକ ଚାମଚ ବ୍ରହ୍ମିର ରସ ବାହାର କରି ପ୍ରତ୍ୟେକ ଦିନ ପିଇପାରନ୍ତି।

ସେଓ: ଏଥିସହିତ ସେଓର ସେବନ ମଧ୍ୟ ସ୍ମରଣ ଶକ୍ତି ବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ।

ଗ୍ରିନ ଟି : ଗ୍ରିନ ଟି ବି ବ୍ୟକ୍ତିର ସ୍ମରଣ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ମାଛ: ମାଛର ସେବନ ଯୋଗୁଁ ମସ୍ତିଷ୍କକୁ ପୋଷକ ତତ୍ତ୍ୱ ମିଳିଥାଏ। ଯାହାକି ସ୍ମରଣ ଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ।

ଦହି:- ସାଧାରଣତଃ ଦହିର ସେବନ ବି ବ୍ୟକ୍ତର ଏକାଗ୍ରତା ବଢ଼ାଇବାରେ ସହାୟକ ହୋଇଥାଏ।

ତୁଳସୀ: ପ୍ରତ୍ୟେକ ଦିନ ୨ରୁ ୪ଟି ତୁଳସୀ ପତ୍ରର ସେବନ ଯୋଗୁଁ ବ୍ୟକ୍ତିର ବାରମ୍ବାର ଭୁଲିଯାଉଥିବା ସମସ୍ୟା ମଧ୍ୟ ଦୂର ହୋଇଥା।ଏ।

ହଳଦୀ: ନିୟମିତ ହଳଦୀ ଖାଇଲେ ଏହା ମସ୍ତିଷ୍କର କ୍ଷତିଗ୍ରସ୍ତ କୋଷିକାକୁ ସଜାଡ଼ିବାରେ ସହାୟକ ହୋଇଥାଏ।

କଳାମରିଚ: କଳାମରିଚରେ ପେପରିଅନ ନାମକ ରାସାୟନିକ ତତ୍ତ୍ୱ ରହିଥିବା କାରଣରୁ ଏହା ଶରୀର ଏବଂ ମସ୍ତିଷ୍କର କୋଷିକାକୁ ସକ୍ରିୟ କରିଥାଏ।

ଡ଼ାଲଚିନି: ଆଜାଇମର ରୋଗୀଙ୍କ ପାଇଁ ଡ଼ାଲଚିନି ଏକ ଶକ୍ତିଶାଳୀ ଔଷଧ ଅଟେ। ଯାହାର ନିୟମିତ ସେବନ ଯୋଗୁଁ ବ୍ୟକ୍ତିର ସ୍ମରଣ ଶକ୍ତି ବଢ଼ିଥାଏ ଏବଂ ମସ୍ତିଷ୍କ ମଧ୍ୟ ସୁସ୍ଥ ରହେ!

ଷ୍ଟ୍ରବେରୀ : ଏତଦବ୍ୟତୀତ ଷ୍ଟ୍ରବେରିରେ ରହିଥିବା ଆଣ୍ଟି ଆକ୍ସିଡ଼େଣ୍ଟ କାରଣରୁ ଏହା ସ୍ମରଣ ଶକ୍ତିର ବୃଦ୍ଧିରେ ବିଶେଷ ରୂପରେ ସହାୟକ ହୋଇଥାଏ ।