ଏମିତି ହୋଇଥିଲା ଆକ୍ରମଣ! ଜୈସ ଆତଙ୍କବାଦୀ ୩୫୦ କେଜି ବିସ୍ଫୋଟକ ଭର୍ତ୍ତି ଗାଡିକୁ ସିଆରପିଏଫ ବସ୍ ସହ ସିଧାସଳଖ ମାରିଥିଲା ଧକ୍କା, ଆଉ ଘଟଣାସ୍ଥଳରେ ହୋଇଥିଲା ଭୟଙ୍କର ବିସ୍ଫୋରଣ

811

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ । ୭୦ରୁ ଅଧିକ ବସରେ ୨୫୦୦ରୁ ଅଧିକ ସିଆରପିଏଫ ଯବାନ ଜମ୍ମୁ-କାଶ୍ମୀରରୁ ଶ୍ରୀନଗର ଅଭିମୁଖେ ହାଇୱେରେ ଯାତ୍ରା କରୁଥିବା ବେଳେ ପୁଲୱାମା ଠାରେ ଆଇଇଡି ବିସ୍ଫୋରକ ଭର୍ତ୍ତି ଏକ କାର ଯବାନଙ୍କ ବସକୁ ଧକ୍କ୍ା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଆଉ ଏହା ପରେ ଆତଙ୍କବାଦୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଅନ୍ଧାଧୂନ ଗୁଳିମାଡ । ଯେଉଁଥିରେ ୪୨ ଜଣ ଯବାନ ସହିଦ ହୋଇଥିବା ବେଳେ ୩୫ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆଦିଲ ଅହମ୍ମଦ ନାମକ ଆତଙ୍କବାଦୀ ଏହି ଆତ୍ମଘାତୀ ଆକ୍ରମଣ କରି ନିଜକୁ ଉଡାଇବା ସହ ଯବାନଙ୍କ ଗାଡିକୁ ମଧ୍ୟ ଉଡାଇ ଦେଇଥିଲେ । ଏହି ଆକ୍ରମଣ ପୂରା ଯୋଜନା ଅନୁଯାୟୀ କରାଯାଇଛି ।

ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦ ପକ୍ଷରୁ କୁହାଯାଇଛି, ଆଦିଲ ପୁଲୱାମା ଜିଲ୍ଲାର ନିବାସୀ । ଏପରିକି ଆକ୍ରମଣ ପରେ ଆଦିଲର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଗୋଟିଏ ବର୍ଷ ହେବ ଜୈସ-ଇ-ମହମ୍ମଦ ପାଇଁ କାମ କରୁଥିଲା ଆଦିଲ । ମିଳିଥିବା ସଚୂନା ଅନୁଯାୟୀ, ଆଦିଲ ବିସ୍ଫୋଟକ ଭର୍ତ୍ତି ଥିବା ଏକ ସ୍କ୍ରପିଓ ଗାଡି ଦ୍ୱାରା ସିଆରପିଏଫ ଯବାନଙ୍କ ବସକୁ ଧକ୍କା ଦେଇଥିଲେ । ସ୍କ୍ରପିଓରେ ପାଖାପାଖି ୩୫୦ କିଲୋଗ୍ରାମ ବିସ୍ଫୋଟକ ଥିବା ହେତୁ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଯେଉଁ ବସକୁ ଆତଙ୍କବାଦୀ ମାନେ ଟାର୍ଗେଟ କରିଥିଲେ ସେଥିରେ ୪୪ ଜଣ ଯବାନ ଥିଲେ । ଯବାନ ମାନେ ଛୁଟିରୁ ଫେରି ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିଲେ । ଏହି ଘଟଣାରେ ସହିଦ ଯବାନଙ୍କୁ ପୂରା ଦେଶବାସୀ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।